Advertisment

Firing At Gahirmatha: ଅଶାନ୍ତ ଗହୀରମଥା; ବନବିଭାଗ ପାଟ୍ରୋଲିଂ ଟିମ୍‌ ଉପରେ ମାଛ ମାଫିଆଙ୍କ ଆଟାକ୍

ସାମୁଦ୍ରିକ ଅଭୟାରଣ୍ୟରେ ବେଆଇନ୍ ଭାବରେ କିଛି ମାଫିଆ ମାଛ ମାରୁଥିଲେ। ଏନେଇ ଖବର ପାଇବା ପରେ ଟ୍ରଲରରେ ରେଡ୍ କରିଥିଲା ବନ ବିଭାଗ। ବନବିଭାଗ ପାଟ୍ରୋଲିଂ ଟିମ୍‌ ଉପରକୁ ମାଛ ମାଫିଆଙ୍କ ଆକ୍ରମଣ ।

Gahiramatha Firing

Gahiramatha Firing

Advertisment

ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ଫୁଟିଲା ଗୁଳି । ବନବିଭାଗ ପାଟ୍ରୋଲିଂ ଟିମ୍‌ ଉପରକୁ ମାଛ ମାଫିଆଙ୍କ ଆକ୍ରମଣ । ବେଆଇନ୍ ମାଛ ମାରୁଥିବା ବେଳେ ରେଡ୍ କରିଥିଲା ବନବିଭାଗ । ୩ଟି ଟ୍ରଲର ସିଜ୍ ସହ ୯ ଜଣଙ୍କୁ ଧରି ସାଙ୍ଗରେ ଆଣୁଥିଲା । ପାଟ୍ରୋଲିଂ ଟିମ୍‌କୁ ଘେରି ମାଛ ମାଫିଆ ସଂଘବଦ୍ଧ ଆକ୍ରମଣ କରିଥିବା ବେଳେ ଗୁଳି ଫୁଟାଇ ଜୋରଜବରଦସ୍ତ ୮ ଜଣଙ୍କୁ ଛଡ଼ାଇ ନେଇ ଯାଇଥିବା ଅଭିଯୋଗ ହୋଇଛି।

Advertisment

ସୂଚନା ଅନୁଯାୟୀ, ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ବେଆଇନ୍ ଭାବରେ କିଛି ମାଫିଆ ମାଛ ମାରୁଥିଲେ। ଏନେଇ ଖବର ପାଇବା ପରେ ଟ୍ରଲରରେ ରେଡ୍ କରିଥିଲା ବନ ବିଭାଗ। ୯ ମତ୍ସ୍ୟଜୀବୀଙ୍କୁ କାବୁ କରି ସାଙ୍ଗରେ ଆଣୁଥିଲେ ବନବିଭାଗର କିଛି କର୍ମଚାରୀ। ଏହିସମୟରେ ଅନ୍ୟ ଏକ ଟ୍ରଲରେ ଥିବା କିଛି ମାଫିଆ ବନବିଭାଗର କର୍ମଚାରୀଙ୍କ ଉପରକୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ଗୁଳି ଫୁଟାଇ ୮ ମତ୍ସ୍ୟଜୀବୀଙ୍କୁ ଜୋର୍ ଜବରଦସ୍ତ ନେଇଯାଇଥିଲେ।

ଅଧିକ ପଢ଼ନ୍ତୁ: ସ୍କୁଲ ୟୁନିଫର୍ମରେ ଆତଙ୍କ ଖେଳାଇଲେ ଛାତ୍ର; ରାସ୍ତାରେ ଫୁଟାଇଲେ ଗୁଳି, କଲେ ଷ୍ଟଣ୍ଟ

Advertisment
Firing
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ