Advertisment

Illegal Gun Factory: ପୋଲିସକୁ ଚକମା; ଜଙ୍ଗଲ ଭିତରେ ବନ୍ଧୁକ ଫ୍ୟାକ୍ଟରି

ନୟାଗଡ଼ ଜିଲ୍ଲାର ଦଶପଲ୍ଲା ଥାନାର ମଧ୍ୟଖଣ୍ଡ ଜଙ୍ଗଲ ଭିତରେ ଏକ ଦେଶୀ ବନ୍ଧୁକ କାରଖାନା ଠାବ କରିବା ସହ ୩ ଜଣଙ୍କୁ ଗିରଫ କରିଛି ନୟାଗଡ଼ ପୋଲିସ।

ଅଦ୍ୟତନ ହୋଇଛି
Gun factory

Gun factory

Advertisment

ଜଙ୍ଗଲ ଭିତରେ ବେଆଇନ ଭାବେ ଚାଲୁଥିଲା ଦେଶୀ ବନ୍ଧୁକ କାରଖାନା। କାରଖାନା ଠାବ କରିବା ପରେ ଅଚାନକ ରେଡ୍ କରିଛି ପୋଲିସ। ଚଢାଉ ବେଳେ ଦେଶୀ ବନ୍ଧୁକ କାରଖାନା ଠାବ କରିବା ସହ ୩ ଜଣଙ୍କୁ ଗିରଫ କରିଛି ନୟାଗଡ଼ ପୋଲିସ।

Advertisment

ସୂଚନାନୁଯାୟୀ, ଦଶପଲ୍ଲା ଥାନା ‌ଅନ୍ତର୍ଗତ ମଧ୍ୟଖଣ୍ଡ ଜଙ୍ଗଲ ଭିତରେ ବହୁ ଦିନରୁ ଏହି ଦେଶୀ ବନ୍ଧୁକ ଫ୍ୟାକ୍ଟ୍ରି ଚାଲୁଥିଲା। ଖବର ପାଇ ନୟାଗଡ ଓ ଦଶପଲ୍ଲା ଥାନା ପୋଲିସ ମିଳିତ ଚଢ଼ାଉ କରିଥିଲେ। ଗିରଫ ଅଭିଯୁକ୍ତମାନେ ହେଲେ ଦଶପଲ୍ଲା ଥାନା ଦ୍ବାରଗାଁର ରାଜେଶ ପ୍ରଧାନ, ବିଭୁତି ପରିଡା ଓ ତପନ ପରିଡା। ଅନ୍ୟ ଜଣେ ଅଭିଯୁକ୍ତ ଫେରାର ଅଛି।

ଅଭିଯୁକ୍ତଙ୍କ ପାଖରୁ ୨ଟି ଦେଶୀ ବନ୍ଧୁକ ସମେତ ଅନେକ ବନ୍ଧୁକ ତିଆରି ସରଞ୍ଜାମ ଓ ବିଭିନ୍ନ ମାରଣାସ୍ତ୍ର ଜବତ କରାଯାଇଛି। ଏହି ଘଟଣାରେ ଆଉ ଯେଉଁମାନଙ୍କର ସଂପୃକ୍ତି ରହିଛି ଖୁବଶୀଘ୍ର ସେମାନଙ୍କୁ ଧରାଯିବ ବୋଲି ନୟାଗଡ଼ ଏସପି କହିଛନ୍ତି। ଏ ନେଇ ତଦନ୍ତ ଚାଲିଛି।

Advertisment
Nayagarh Gun Factory
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ