Advertisment

କାହାକୁ ଖାତିର ନାହିଁ, ବିରାଟ ପାହାଡ଼ର ଆଉ ଚିହ୍ନବର୍ଣ୍ଣ ନାହିଁ !

ପୋଲିସ୍‌କୁ ଡର ନା ପ୍ରଶାସନର କଟକଣାକୁ ଭୟ। ଯେତେ ପାରିଲେ, ଯେମିତି ପାରିଲେ ପଥର ଫଟାଇ ଲୁଟି ନେଉଛନ୍ତି ମାଟି ମା ବୁକୁରୁ ସମ୍ପଦ।

ଅଦ୍ୟତନ ହୋଇଛି
Illegal Blasting

Illegal Blasting

Advertisment

ଫୁଟୁଛି ପଥର, ଥରୁଛି ଘର। ଧନା ଧନ୍ ପଥର ଖାଦାନରେ ବ୍ଲାଷ୍ଟିଂ ଆଉ ଅନ୍ୟପଟେ ଲୋକଙ୍କ ଘର ଅବସ୍ଥା ଖରାପ । ଆମେ କହୁଛୁ ବାଲେଶ୍ୱର ଖଇରା ବ୍ଲକ ଅଞ୍ଚଳରେ ଥିବା ଶାରୀଶୁଆ ପଥର ଖାଦାନ ଅଞ୍ଚଳର କଥା। ବେଆଇନ ଭାବେ ଏଠି ବର୍ଷ ବର୍ଷ ଧରି ପଥର ଫଟାଇ ମାଲେ ମାଲ୍ ହେଉଛନ୍ତି ମାଫିଆ। ନା ପୋଲିସ୍‌କୁ ଡର ନା ପ୍ରଶାସନର କଟକଣାକୁ ଭୟ। ଯେତେ ପାରିଲେ, ଯେମିତି ପାରିଲେ ପଥର ଫଟାଇ ଲୁଟି ନେଉଛନ୍ତି ମାଟି ମା ବୁକୁରୁ ସମ୍ପଦ।

Advertisment

ଦିନରେ ଶାନ୍ତ ଥିବା ଏହି ଖାଦାନ ରାତି ହେଲେ ଭୟଙ୍କର ଶବ୍ଦରେ ଥରି ଉଠେ। ନୀଳଗିରି ବ୍ଲକରେ ଥିବା ବାଘମାର ଅଞ୍ଚଳରେ ବି ପଥର ମାଫିଆଙ୍କ ୟେ କାରସାଦି। ଦିନେ ଏଠି ସୁଉଚ୍ଚ ପାହାଡ଼ ଥିଲା, ଆଜି କିନ୍ତୁ ଭାଙ୍ଗି ରୁଜି ମାଟିରେ ମିଶିଗଲାଣି। ଆଉ ଏହାର ସିଧା ପ୍ରଭାବ ପଡିଛି ଲୋକଙ୍କ ଘର ଉପରେ। ଲୋକଙ୍କ ଘର ଭାଙ୍ଗିଗଲାଣି ତ ପଥର ବ୍ଲାଷ୍ଟିଂ ଯୋଗୁଁ ଚାଷ ଜମି ବି ଉଜୁଡ଼ିବାକୁ ବସିଛି।

ପଥର ମାଫିଆଙ୍କ ବେଆଇନ କାରନାମାର ଫର୍ଦ୍ଦ ବେଶ୍ ଲମ୍ବା। ଯିଏ ପ୍ରତିବାଦ କରିବ ତା ଅବସ୍ଥା ଶୋଚନୀୟ କରନ୍ତି ମାଫିଆ । ବେଆଇନ ପଥର ଖାଦାନକୁ ନେଇ ଆପୋଷ ସମାଧାନ ବେଳେ ଗଣ୍ଡଗୋଳ କରି ଲହୁ ଲୁହାରଣ କରନ୍ତି । ଆଉ ଯେତେବେଳେ ପ୍ରଶାସନ ପକ୍ଷରୁ ରେଡ୍ ହୁଏ ସେତେବେଳେ ଗାଡ଼ି ରଖି ଛୁ’ ମାରନ୍ତି। ଏକାଧିକ ସମୟରେ ଗିରଫଦାରୀ ହୁଏ, ରେଡ୍ ହୁଏ ତଥାପି ନା ଏମାନେ ସୁଧୁରିଛନ୍ତି ନା କିଛି ଦୃଶ୍ୟ ବଦଳୁଛି।

Advertisment

Mafia Blasting
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ