Advertisment

IIT ଛାତ୍ର ଫୈଜନଙ୍କ ମୃତ୍ୟୁ ମାମଲା: ‘ଆତ୍ମହତ୍ୟା ନୁହେଁ; ଗୁଳି କରିବା ପରେ ଛୁରି ଭୁସି ହତ୍ୟା କରାଯାଇଛି’

ଆଇଆଇଟି ଖଡଗପୁର ଛାତ୍ର ଫୈଜନ ଅହମ୍ମଦ ମୃତ୍ୟୁ ମାମଲା ନୂଆ ମୋଡ଼ ନେଇଛି । ଫୈଜନ ଆତ୍ମହତ୍ୟା କରିନାହାନ୍ତି। ତାଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଛି।

ଅଦ୍ୟତନ ହୋଇଛି
Kendra Sahitya Akademi

Kendra Sahitya Akademi

Advertisment

ବଢିବାରେ ଲାଗିଛି ଆଇଆଇଟି ଛାତ୍ର ଫୈଜନ ଅହମ୍ମଦଙ୍କ ମୃତ୍ୟୁର ରହସ୍ୟ । ଫୈଜନ ଆତ୍ମହତ୍ୟା କରିନାହାନ୍ତି। ତାଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଛି। ଫୈଜନଙ୍କୁ ପ୍ରଥମେ ଗୁଳି କରାଯାଇଛି। ତାଙ୍କ ବେକରେ ଗୁଳି ଲାଗିଛି। ଏହା ପରେ ତାଙ୍କୁ ଛାତିରେ ଛୁରି ଭୂସି ହତ୍ୟା କରାଯାଇଛି। କଲକାତା ହାଇକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଫୋରେନସିକ ବିଶେଷଜ୍ଞ ଟିମ୍‌ ଏହି ତଥ୍ୟ ପ୍ରଦାନ କରିଛନ୍ତି।

Advertisment

ତେବେ ଫୈଜନ ଆତ୍ମହତ୍ୟା ଅଭିଯୋଗରେ ଶବକୁ କବର ଦିଆଯାଇଥିଲା । କିନ୍ତୁ ହତ୍ୟା କରାଯାଇଥିବା ସନ୍ଦେହ ହେବାରୁ ଫୈଜନଙ୍କ ମୃତଦେହକୁ ୬ ମାସ ପରେ କବର ଭିତରୁ କଢା ଯାଇଥିଲା । ଫୋରେନସିକ୍ ବିଶେଷଜ୍ଞ ଟିମ୍‌ ଦାବି କରିଛନ୍ତି ଯେ ଯେତେବେଳେ ଦ୍ୱିତୀୟ ପୋଷ୍ଟମର୍ଟମ ପାଇଁ ଫୈଜନଙ୍କ ମୃତଦେହ ବାହାରକୁ କଢା ଯାଇଥିଲା, ସେତେବେଳେ ତାଙ୍କର ବେକ ହାଡ ଭାଙ୍ଗି ଯାଇଥିଲା। ତାଙ୍କ ମୁଣ୍ଡରେ ଆଘାତ ଚିହ୍ନ ଦେଖିବାକୁ ମିଳିଥିଲା । 

ମାମଲାର ତଦନ୍ତ କରୁଥିବା ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସଆଇଟି)କୁ ଫୋରେନସିକ ଟିମ୍‌‌ ଏଭଳି ତଥ୍ୟ ପ୍ରଦାନ କରିଛନ୍ତି । ଏହା ଫଳରେ ଫୈଜନ ଆତ୍ମହତ୍ୟା କରିଥିବା ନେଇ ଯେଉଁ ଦାବି କରାଯାଉଥିଲା ତାହା ଉପରୁ ପରଦା ହଟିଛି । ଫୈଜନଙ୍କ ମା’ବାପା ମଧ୍ୟ ତାଙ୍କ ପୁଅକୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିଥିଲେ।

Advertisment

ଫୈଜନଙ୍କ ଘର ଆସାମରେ । ସେ ଆଇଆଇଟି ଖଡଗପୁରରେ ୩ୟ ବର୍ଷ ମେକାନିକାଲ ଇଞ୍ଜିନିୟରିଂ ଛାତ୍ର ଥିଲେ। ୨୦୨୨ ଅକ୍ଟୋବର ୧୪ରେ ଲାଲା ଲଜପତ ରାଏ ହଷ୍ଟେଲର ଏକ ରୁମ୍‌‌ରୁ ତାଙ୍କ ମୃତଦେହ ମିଳିଥିଲା। କିନ୍ତୁ ଉକ୍ତ ରୁମ୍‌‌ ତାଙ୍କର ନ ଥିଲା। ଏହି ଘଟଣାରେ ପୁଲିସ ତଦନ୍ତ କରି ଏହାକୁ ଆତ୍ମହତ୍ୟା ବୋଲି କହିଥିଲା । ଯାହା ବିରୋଧରେ ଫୈଜନଙ୍କ ମା’ବାପା କଲକାତା ହାଇକୋର୍ଟରେ ଏକ ପିଟିସନ ଦାୟର କରିଥିଲେ। ହାଇକୋର୍ଟ ପିଟିସନର ଶୁଣାଣି କରି ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେବା ସହିତ ଫୋରେନସିକ ବିଶେଷଜ୍ଞ ଅଜୟ କୁମାର ଗୁପ୍ତାଙ୍କୁ ମାମଲାର ତଦାରଖ ପାଇଁ ନିଯୁକ୍ତ କରିଥିଲେ।

IIT IIT Kharaghpur
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ