Advertisment

ଭିଜିଲାନ୍ସ ଜାଲରେ ଥାନା ବାବୁ, IIC ସୁଶାନ୍ତ ଶତପଥୀଙ୍କ ଠାରୁ ନଗଦ ୨ ଲକ୍ଷ ଟଙ୍କା ଜବତ

ଭିଜିଲାନସ ଜାଲରେ ବୈପାରୀଗୁଡ଼ା IIC ସୁଶାନ୍ତ ଶତପଥୀ….ବସରେ ନଗଦ ଟଙ୍କା ନେଇ ଯାଉଥିବା ବେଳେ ଧରିଲା ଭିଜିଲାନ୍ସ…

ଅଦ୍ୟତନ ହୋଇଛି
Vigilance Raid in Koraput

Vigilance raid

Advertisment

ଭିଜିଲାନ୍ସ ଜାଲରେ ଥାନା ବାବୁ। ଦୁଇ ଲକ୍ଷ ଟଙ୍କା ସହ କୋରାପୁଟ ବୈପାରୀଗୁଡା ଥାନା ଅଧିକାରୀ ସୁଶାନ୍ତ କୁମାର ଶତପଥୀଙ୍କୁ ଧରିଛି ଭିଜିଲାନ୍ସ। ଗତକାଲି ରାତିରେ ଏକ ଘରୋଇ ବସରେ ଆଇଆଇସି କଟକ ସ୍ଥିତ ନିଜ ଘରକୁ ଯାଉଥିଲେ। ତେବେ ଜୟପୁର ସ୍ଥିତ ଟାଙ୍କୁଆ ନିକଟରେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିଲା।

Advertisment

ତାଙ୍କ ପାଖରୁ ନଗଦ ୨ ଲକ୍ଷ ୭୦ ହଜାର ଟଙ୍କା ଜବତ କରିଥିଲା। ଏତେ ପଇସା କୁଆଡୁ ଆଣିଲେ, ସେନେଇ କୌଣସି ସ୍ପଷ୍ଟ ସୂଚନା ନଦେଇପାରିବାରୁ ଥାନାବାବୁଙ୍କୁ ଅଟକ ରଖି ପଚରାଉଚରା କରିଥିଲା ଭିଜିଲାନ୍ସ। ଏହାପରେ IICଙ୍କ ଅଫିସ୍ ଚାମ୍ବରରୁ ମଧ୍ୟ ନଗଦ ୧ ଲକ୍ଷ ୮୦ ହଜାର ଟଙ୍କା, ସରକାରୀ ବାସଭବନରୁ ୩ ଲକ୍ଷ ଟଙ୍କା ଜବତ ହୋଇଛି।

Advertisment

ଏହାପରେ IICଙ୍କଠୁ ସମୁଦାୟ ୭ ଲକ୍ଷ ୫୦ ହଜାର ଟଙ୍କା ଜବତ ହୋଇଥିବା ବେଳେ ତାଙ୍କୁ ଅଟକ ରଖିଛି ଭିଜିଲାନ୍ସ।

Police IIC Vigillance Raid
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ