Advertisment

IIC’s Husband Creates Drunken Ruckus: ମାତାଲ୍ ସ୍ବାମୀ ପାଇଁ IIC ମାଡାମ୍ ହଟହଟା; ରାତିଅଧରେ ଥାନା ଘେରାଉ କରି ଲୋକଙ୍କ ପ୍ରତିବାଦ...

ମାତାଲ୍ ଅବସ୍ଥାରେ ଲୋକଙ୍କୁ ମାଡ଼ ମାରିଲେ IICଙ୍କ ସ୍ବାମୀ ଅରବିନ୍ଦ ମହାପାତ୍ର। ମାଡ଼ ସହ ଲୋକଙ୍କୁ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି ।

IIC Rashmita Behera’s Husband Accused of Drunken Dabanggiri

IIC Rashmita Behera’s Husband Accused of Drunken Dabanggiri

Advertisment

କଣ୍ଟାବାଞ୍ଜି IIC ରଶ୍ମିତା ବେହେରାଙ୍କ ସ୍ବାମୀଙ୍କ ଦାଦାଗିରି। ମାତାଲ୍ ଅବସ୍ଥାରେ ଲୋକଙ୍କୁ ମାଡ଼ ମାରିଲେ IICଙ୍କ ସ୍ବାମୀ ଅରବିନ୍ଦ ମହାପାତ୍ର। ମାଡ଼ ସହ ଲୋକଙ୍କୁ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି । ଗତକାଲି ରାତିରେ ଦେଖିବାକୁ ମିଳିଥିଲା ଆଇଆଇସିଙ୍କ ସ୍ବାମୀଙ୍କ ଉନ୍ମତକାଣ୍ଡ । ବିନାକାରଣରେ ସହର ଭିତରେ ଲୋକଙ୍କୁ ମାଡ଼ ମାରିବା ସହ ଗାଳିଗୁଲଜ କରିଥିଲେ ଅରବିନ୍ଦ।

Advertisment

କେବଳ ସେତିକି ନୁହେଁ, ପୋଲିସ ଗାଡ଼ିକୁ ଡାକି ପାୱାର୍ ମଧ୍ୟ ଦେଖାଇଥିଲେ । ଅରବିନ୍ଦଙ୍କ ଦାଦାଗିରି ଦେଖି ତାତିଥିଲେ ଲୋକେ । ରାତିଅଧରେ ଥାନା ଘେରାଉ କରି ପ୍ରତିବାଦ ଜଣାଇଥିଲେ । ଥାନାରେ SDPO ଓ IIC ମାଡାମଙ୍କୁ ଉତ୍ତ୍ୟକ୍ତ ଲୋକମାନେ ଘେରିଯାଇଥିଲେ । ଶେଷରେ ଲୋକଙ୍କୁ ଭୁଲ୍ ମାଗିଥିଲେ ମାଡାମଙ୍କ ସ୍ବାମୀ। ତେବେ ଅରବିନ୍ଦଙ୍କ ନାଁରେ ମାମଲା ରୁଜୁ ହୋଇନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

Police
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ