Advertisment

ଗୁଳି ଫୁଟି ଗାଙ୍ଗପୁର ଥାନା IIC ଦେବ୍ କୁମାରଙ୍କ ମୃତ୍ୟୁ

କେଉଁଠି ଏବଂ କେମିତି ଗୁଳି ବାଜିଲା, ସେନେଇ ସ୍ପଷ୍ଟ ଜଣାପଡ଼ିନି ।

ଅଦ୍ୟତନ ହୋଇଛି
firing

firing

Advertisment

ବ୍ରହ୍ମପୁର: ଅଭାବନୀୟ କାଣ୍ଡ । ଦିନ ଦ୍ୱିପ୍ରହରେ ଫୁଟିଲା ଗୁଳି । ଚାଲିଗଲା ଆଇଆଇସିଙ୍କ ଜୀବନ । ଗୁଳି ଫୁଟି ଗାଙ୍ଗପୁର ଥାନା IICଙ୍କ ଦେବ୍ କୁମାର ଗମାଙ୍ଗଙ୍କ ମୃତ୍ୟୁ ହୋଇଛି । ଆସିକା ଡାକ୍ତରଖାନାରେ ମୃତ ଘୋଷଣା କଲେ ଡାକ୍ତର । ଆଇଆଇସିଙ୍କ ମୃତ୍ୟୁ ନେଇ ଗଞ୍ଜାମ ଏସ୍‌ପି ସୂଚନା ଦେଇଛନ୍ତି । ତେବେ କେଉଁଠି ଏବଂ କେମିତି ଗୁଳି ବାଜିଲା, ସେନେଇ ସ୍ପଷ୍ଟ ସୂଚନା ଆସିନାହିଁ । କିନ୍ତୁ ଲୋକଙ୍କ ନିକଟରୁ ମିଳିଥିବା ଖବର ଅନୁଯାୟୀ, ଆଇଆଇସିଙ୍କ ସର୍ଭିସ ରିଭଲଭରରୁ ଗୁଳିଫୁଟିଛି । ଯେଉଁଥିରେ ତାଙ୍କର ମୃତ୍ୟୁ ହୋଇଛି ।

Advertisment
Murder Crime
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ