• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସାତ ଜନମର ସାଥୀ ହେବାର କଥା ଦେଇ ଜୀବନ ନେଇଗଲା । ସିନ୍ଦୂରର ସୁରକ୍ଷା ପାଇଁ ବ୍ରତ କରିଥିବା ସ୍ତ୍ରୀକୁ ମାରିଦେଲା ପିଶାଚ ସ୍ୱାମୀ । ତୀର୍ଜ ପର୍ବ ଦିନ ହିଁ ଜଣେ ମଦ୍ୟପ ଯୁବକ ନିଜ ସ୍ତ୍ରୀକୁ ହତ୍ୟା କରିଛି । ସ୍ତ୍ରୀ ଉପବାସ ରଖିଥିବାରୁ ତାକୁ ପସନ୍ଦ ଆସିନଥିଲା, ତେଣୁ ମଦ୍ୟପାନ କରି ରାତି ଅଧରେ ତାଙ୍କୁ ପିଟିପିଟି ହତ୍ୟା କରିଛି ଅଭିଯୁକ୍ତ । କେବଳ ଏତିକି ନୁହେଁ, ଜୀବନ ନେବା ପରେ ସ୍ତ୍ରୀର ବେକରେ ରଶି ଲଗାଇ ଆତ୍ମହତ୍ୟାର ରୂପ ଦେବା ପାଇଁ ଚେଷ୍ଟା ମଧ୍ୟ କରିଛି । ଗୋପାଳଗଞ୍ଜ ଜିଲ୍ଲାର ଫୁଲବରିଆ ଥାନା ଅନ୍ତର୍ଗତ ଶ୍ରୀପୁର ମାଞ୍ଜା ଚତୁର୍ଭୁଜ ଗାଁର ଏପରି ହୃଦୟ ବିଦାରକ ଘଟଣା ଘଟିଛି ।

ମୃତ ମହିଳାଙ୍କ ନାମ ସଞ୍ଜୁ ଦେବୀ । ଅଭିଯୁକ୍ତ ଛୋଟନ ରାମଙ୍କ ସହ ଛୋଟ ସଂସାର । ଉଭୟଙ୍କର ଦୁଇ ପିଲା ଅଛନ୍ତି । ଛୋଟନ୍‌ ରାମ୍ ସବୁ ଦିନ ପିଆପିଇ କରି ଘରେ ସଞ୍ଜୁଙ୍କୁ ପିଟାମରା କରେ । ତେଣୁ ସଞ୍ଜୁ ଦେବୀ ତାଙ୍କ ମଦ୍ୟପ ସ୍ୱାମୀଙ୍କୁ ବାଟକୁ ଆଣିବା ପାଇଁ ବିଭିନ୍ନ ଦେବାଦେବୀଙ୍କୁ ପୂଜା କରୁଥିଲେ । ସ୍ୱାମୀଙ୍କ ଦୀର୍ଘ ଜୀବନ ପାଇଁ ପ୍ରତ୍ୟେକ ଉପବାସ କରୁଥିଲେ । ହେଲେ ମଦ୍ୟପ ସ୍ୱାମୀକୁ ଏସବୁ ପସନ୍ଦ ଆସୁନଥିଲା । ତେଣୁ ସେ ସଞ୍ଜୁକୁ ହତ୍ୟା କରିଛି ।

ସ୍ତ୍ରୀକୁ ହତ୍ୟା କରିବା ପରେ ଗ୍ରାମବାସୀ ଅଭିଯୁକ୍ତ ସ୍ୱାମୀଙ୍କୁ ଧରି ପୋଲିସକୁ ହସ୍ତାନ୍ତର କରିଛନ୍ତି । ତେବେ ପୋଲିସ୍‌ ନିକଟରେ ଅଭିଯୁକ୍ତ ସ୍ୱାମୀ ସ୍ତ୍ରୀକୁ ଆକ୍ରମଣ କରିଥିବା ସ୍ୱୀକାର କରିଛି । ମଦ ପିଇ ଘରକୁ ଫେରିବା ସମୟରେ ସେ ଦେଖିଲେ ସ୍ତ୍ରୀ ଉପବାସରେ ଶୋଇଛି । ଏହା ପରେ ସେ ତାଙ୍କୁ ନିର୍ଧୁମ ମାରିବା ପରେ ଘରୁ ବାହାରି ପଳାଇ ଯାଇଥିଲା । ହେଲେ ଫେରିବା ସମୟରେ ସେ ମରିକି ପଡ଼ିଥିବା କହିଛି ।

ଅନ୍ୟପଟେ ଏହି ଘଟଣା ପରେ ପୋଲିସ ପୋଷ୍ଟମର୍ଟମ ପାଇଁ ମୃତଦେହକୁ ପଠାଇଛି । ଏନେଇ ମୃତକଙ୍କ ପରିବାର ସଦସ୍ୟଙ୍କୁ ଖବର ଦିଆଯାଇଛି । ଏଫଆଇଆର ଦେବାପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।