Barpada Murder Case
ପତ୍ନୀ ଓ ଦୁଇ ଛୁଆଙ୍କ ତଣ୍ଟି ଚିପି ହତ୍ୟା କରିବା ପରେ ପ୍ରମାଣ ନଷ୍ଟ ପାଇଁ ନିଆଁ ଲଗାଇଦେଇଥିଲା ସ୍ୱାମୀ। ମୟୂରଭଂଜ ଝାରପୋଖରିଆ ଥାନା ଉଚ୍ଚ ଗାଁରେ ୩ ଜଣ ଜୀବନ୍ତ ଦଗ୍ଧ ଘଟଣାର ପର୍ଦ୍ଦାଫାସ ହୋଇଛି। ପତ୍ନୀ ଓ ଦୁଇ ଶିଶୁଙ୍କୁ ପୋଡି ମାରିବା ଅଭିଯୋଗରେ ପୋଲିସ ସ୍ୱାମୀ ମଙ୍ଗଳ ମାରାଣ୍ଡିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ପୋଲିସ ଆଗରେ ଦୋଷ ମାନିଛି ଅଭିଯୁକ୍ତ। ପୋଲିସ କହିବା ମୁତାବକ, ସ୍ବାମୀ ମଙ୍ଗଳ ପ୍ରଥମେ ସ୍ତ୍ରୀ ଏବଂ ପରେ ଦୁଇ ଛୁଆଙ୍କ ତଣ୍ଟି ଚିପି ହତ୍ୟା କରିଥିଲା। ଏହା ପରେ ପ୍ରମାଣ ଲୁଚାଇବାକୁ ଘରେ ଥିବା ଲୁଗା ଏବଂ ବହିଖାତାକୁ ଏକାଠି କରି ନିଆଁ ଲଗାଇ ଦେଇଥିଲା।
ସାଇଣ୍ଟିଫିକ ଟିମ୍ ଏବଂ ପାରିପାର୍ଶ୍ୱିକ ସ୍ଥିତିକୁ ନେଇ ମଙ୍ଗଳକୁ ପୋଲିସ ଅଟକ ରଖି ପଚରାଉଚରା କରିଥିଲା। ଆଜି ପୋଲିସ ମଙ୍ଗଳକୁ ନେଇ କ୍ରାଇମ୍ ସିନ୍ ରିକ୍ରିଏଟ୍ ମଧ୍ୟ କରିଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us