/odishatv-khabar/media/post_attachments/uploadimage/library/16_9/16_9_0/IMAGE_1704964445.jpg)
Crime Against Women
ହସପିଟାଲ ବେଡରେ ନବଜାତ ଶିଶୁ ଓ ପ୍ରସୂତୀ ମାଆଙ୍କୁ ଛାଡ଼ି ପଳାଇ ଯାଇଛନ୍ତି ସ୍ୱାମୀ ଓ ଶ୍ୱଶୁର ଘର ଲୋକେ । ପୂର୍ବରୁ ପାରିବାରିକ କଳହ ଥିଲା । ସେହି କାରଣରୁ ଉଭୟ ମାଆ ପୁଅକୁ ଛାଡ଼ି ଶ୍ୱଶୁର ଘର ଲୋକେ ପଳାଇ ଯାଇଥିବା କୁହାଯାଉଛି । ଏହି ଅଭିଯୋଗ ଆସିଛି ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ।
ନୂଆ କରି ମାଆ ହୋଇଥିବା ପ୍ରସୂତୀ ଜଣକ ହେଲେ ଡଲି ମଲ୍ଲିକ । ତାଙ୍କ ଘର ବିଞ୍ଝାରପୁର ଥାନା ମଧୁସୂଦନପୁର ପଞ୍ଚାୟତ ଘାଟକୁଳରେ । ସେ କେନ୍ଦ୍ରାପଡ଼ା ଆଳି କେତୁଆପାଳ ନାଗାମଠ ଗାଁର ଚନ୍ଦନ ମଲ୍ଲିକଙ୍କୁ ୨୦୨୧ରେ ବାହା ହୋଇଥିଲେ । ଗତ ୧ ତାରିଖରେ ପ୍ରସବ ପାଇଁ ତାଙ୍କୁ ଯାଜପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କର ପୁଅଟେ ହୋଇଛି ।
ଆଗରୁ ପାରିବାରିକ କଳହ ଥିବାରୁ ସ୍ୱାମୀ ଓ ପରିବାର ଉଭୟ ମାଆ ପୁଅଙ୍କୁ ହସପିଟାଲରେ ଛାଡ଼ି ପଳାଇଛନ୍ତି । ପୋଲିସକୁ ଖବର ଦିଆଯିବା ପରେ ଉଭୟ ମାଆ ପୁଅଙ୍କୁ ୱାନଷ୍ଟପ୍ ସେଣ୍ଟରକୁ ହସ୍ତାନ୍ତର କରାଯାଇଛି ।
ଅନ୍ୟପକ୍ଷରେ ଡଲି କହିଛନ୍ତି, ମୋ ପୁଅ ଜନ୍ମ ହେବା ପରେ ମୋ ସ୍ୱାମୀ ମୋ ପାଖରେ ଥିଲେ । ପରେ ତାଙ୍କ ମାଉସୀ ଫୋନ୍ କରି ମୋ ସ୍ୱାମୀକୁ ତାଙ୍କ ଘରକୁ ଡାକିଥିଲେ । ସେ ମାଉସୀ ଘରକୁ ଯିବା ପରେ ମୋତେ ନେବାକୁ ମେଡିକାଲ ଆସୁନାହାନ୍ତି । ମୁଁ ଫୋନ୍ କଲା ବେଳକୁ ସେ ଆଉ ଏକ ବିବାହ କରି ସାରିଛନ୍ତି ବୋଲି କହୁଛନ୍ତି । ମୋତେ ନେବା ପାଇଁ ମୋ ଶାଶୁ ଘର ଲୋକ ବି ଆସୁନାହାନ୍ତି। ମୋତେ ନ୍ୟାୟ ଦରକାର ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)