Husband accused
ରିଲ୍ ଦୁନିଆରେ ସେ ଥିଲେ ମସଗୁଲ୍ ।କେତେବଳେ ଖୁସିର ମୁହୂର୍ତ୍ତ.... ପୁଣି କେତେବେଳେ ଦୁଃଖର ସମୟକୁ ନେଇ ଏମିତି ରିଲ୍ କରି ସୋସିଆଲ୍ ମିଡିଆରେ ପୋଷ୍ଟ କରୁଥିଲେ ।ହେଲେ ମଧୁସ୍ମିତା ଜାଣିନଥିଲେ ସୋମବାର ଅପରାହ୍ଣରେ ତାଙ୍କ ରିୟଲ ଲାଇଫରେ ଏମିତି ଏକ ଝଡ଼ ଆସିବ ବୋଲି ।ନିଜ ସ୍ୱାମୀଙ୍କ ଛୁରାମାଡ଼ରେ ଗୁରୁତର ଆହତ ହେବାପରେ ଏବେ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ହେଲେ କାହିଁକି ? ଅଭିଯୁକ୍ତ ସ୍ୱାମୀ ସପନ କୁମାର କର କାହିଁକି ପାଲଟିଲା ସଇତାନ ?
କମିଶନରେଟ୍ ପୋଲିସର ସୂଚନା ଅନୁଯାୟୀ, ମଧୁସ୍ମିତା ଦାସ ଓ ତାଙ୍କ ସ୍ୱାମୀ ସପନ କରଙ୍କ ଦାଂପତ୍ୟ ଜୀବନରେ ସୁଖ ନଥିଲା । ଦୁହେଁ ୫ ବର୍ଷ ତଳେ ବିବାହ କରିଥିଲେ, କିନ୍ତୁ ପାରିବାରକ କଳହ କାରଣରୁ ୩ ବର୍ଷ ହେଲା ଅଲଗା ଅଲଗା ରହୁଥିଲେ । ମଧୁସ୍ମିତା ବାଲେଶ୍ୱର ଖଇରାସ୍ଥିତ ବାପଘରେ ନିଜ ପୁଅ ସହ ରହିବା ସହ ସ୍ୱାମୀଙ୍କ ବିରୋଧରେ ସୋର ଥାନାରେ କରିଥିଲେ ଯୌତୁକ ନିର୍ଯାତନା କେସ୍ ।ପୁଅକୁ ପାଠ ପଢ଼ାଇବା ସହ ନିଜ ଗୁଜୁରାଣ ମେଣ୍ଟାଇବା ପାଇଁ କିଛିଦିନ ତଳେ ମଧୁସ୍ମିତା ଭୁବନେଶ୍ୱର ଚାଲି ଆସି ଏକ ବିଲ୍ଡର ସଂସ୍ଥାର ଚାକିରି କରିଥିଲେ ।
ଏହାରି ଭିତରେ ପୁନେରେ ରହୁଥିବା ସପନ, ବଡ଼ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗ ଦେବାକୁ ଆସି, ସେଠାକୁ ଯିବାକୁ ପତ୍ନୀଙ୍କୁ କହିଥିଲେ । କିନ୍ତୁ ମଧୁସ୍ମିତା ନଯିବାରୁ ଗତକାଲି ଯୋଜନା ମୁତାବକ ଏକ ଛୁରି ସହ ବରମୁଣ୍ଡାରେ ଥିବା ତାଙ୍କ ଅଫିସ୍ ନିକଟରେ ପହଞ୍ଚିଥିଲେ । ସେଠାରେ ତାଙ୍କୁ ମାଡ଼ ମାରିବା ସହ ଛୁରିରେ ବାରମ୍ବାର ଆକ୍ରମଣ କରିଥିଲେ ।
ମଧୁସ୍ମିତାଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ସପନ ତାଙ୍କ ସ୍ତ୍ରୀକୁ ସବୁବେଳେ ମାରଧର କରୁଥିଲା ।ତେବେ ମଧୁସ୍ମିତାଙ୍କ ଚରିତ୍ର ନେଇ ସପନ କରୁଥିବା ସନ୍ଦେହ ସଂପୂର୍ଣ୍ଣ ମିଛ ବୋଲି ପରିବାର ଓ ସଂପର୍କୀୟ କହିଛନ୍ତି । ଅଭିଯୁକ୍ତ ସପନ କରକୁ ପୋଲିସ୍ ଗିରଫ କରିବା ସହିତ କୋର୍ଟ ଚାଲାଣ କରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1700576873.jpg)