High Court Judge: ନିଆଁ ଧରାଇଦେଲା ଦୁର୍ନୀତି, ଜଜଙ୍କ ଘରୁ ମିଳିଲା ଆଖି ଖୋସି ହୋଇଗଲା ଭଳି ବିଡ଼ା ବିଡ଼ା ଟଙ୍କା

ନିଆଁ ଲାଗିବା ସମୟରେ ଜଷ୍ଟିସ ବର୍ମା ଘରେ ନଥିଲେ । ସହର ବାହାରେ ଥିଲେ । ତେଣୁ ତାଙ୍କ ପରିବାର ସଦସ୍ୟମାନେ ଦମକଳ ବାହିନୀ ଓ ପୋଲିସକୁ ଖବର ଦେଇଥିଲେ । ନିଆଁ ଲିଭାଇଥିଲେ ଦମକଳ ବାହିନୀର କର୍ମଚାରୀ । ତେବେ ଗୋଟିଏ ରୁମ୍ ଖୋଲିଲା ବେଳକୁ ଟଙ୍କା ବିଡ଼ା ସବୁ ଦେଖିଥିଲେ କର୍ମଚାରୀ । ଉପସ୍ଥିତ ଥିବା କର୍ମଚାରୀ ଓ ପୋଲିସ ହଠାତ୍ କିଛି ବୁଝି ପାରିନଥିଲେ । କ’ଣ କରିବେ ବୋଲି ଉପରିସ୍ଥ ଅଫିସରଙ୍କୁ ପଚାରିଥିଲେ । ଜଜଙ୍କ ଘରୁ ଟଙ୍କା ରିକଭରୀ କରିବାକୁ ସାହସ ଜୁଟାଇପାରିନଥିଲେ ।

ଟଙ୍କା ବିଡ଼ା

ଜଣେ ହାଇକୋର୍ଟ ଜଜଙ୍କ ଘରୁ ବିପୁଳ ପରିମାଣର ଟଙ୍କା ବିଡ଼ା ମିଳିବା ଏକ ଆଶ୍ଚର୍ଯ୍ୟ ଘଟଣା । କିନ୍ତୁ ଏହା ଘଟିଛି ଦିଲ୍ଲୀରେ। ଜଣେ ହାଇକୋର୍ଟ ଜଜଙ୍କ ଘରୁ ମିଳିଛି ବିଡ଼ା ବିଡ଼ା ଟଙ୍କା । ଏତେ ପରିମାଣର ଟଙ୍କା ଦେଖି ଟେରା ହୋଇଯାଇଛି ପୋଲିସ୍ । ଦିଲ୍ଲୀ ହାଇକୋର୍ଟ ଜଜ୍ ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କ ଘରୁ ମିଳିଛି ବିପୁଳ ପରିମାଣର ନୋଟ୍ ବିଡ଼ା । ତାହା ପୁଣି ଅଚାନକ । 

ଦିଲ୍ଲୀ ହାଇକୋର୍ଟ ଜଜ ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କ ଆବାସିକ ବଙ୍ଗଳାରେ ହଠାତ୍ ନିଆଁ ଲାଗିଯାଇଥିଲା । ନିଆଁ ଲାଗିବା ସମୟରେ ଜଷ୍ଟିସ ବର୍ମା ଘରେ ନଥିଲେ । ସହର ବାହାରେ ଥିଲେ । ତେଣୁ ତାଙ୍କ ପରିବାର ସଦସ୍ୟମାନେ ଦମକଳ ବାହିନୀ ଓ ପୋଲିସକୁ ଖବର ଦେଇଥିଲେ । ନିଆଁ ଲିଭାଇଥିଲେ ଦମକଳ ବାହିନୀର କର୍ମଚାରୀ । ତେବେ ଗୋଟିଏ ରୁମ୍ ଖୋଲିଲା ବେଳକୁ ଟଙ୍କା ବିଡ଼ା ସବୁ ଦେଖିଥିଲେ କର୍ମଚାରୀ । ଉପସ୍ଥିତ ଥିବା କର୍ମଚାରୀ ଓ ପୋଲିସ ହଠାତ୍ କିଛି ବୁଝି ପାରିନଥିଲେ । କ’ଣ କରିବେ ବୋଲି ଉପରିସ୍ଥ ଅଫିସରଙ୍କୁ ପଚାରିଥିଲେ । ଜଜଙ୍କ ଘରୁ ଟଙ୍କା ରିକଭରୀ କରିବାକୁ ସାହସ ଜୁଟାଇପାରିନଥିଲେ । ବରିଷ୍ଠ ପୋଲିସ ଅଧିକାରୀ ଏ ସଂପର୍କରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହା ପରେ ରିକଭରୀ ହୋଇଥିଲା ନଗଦ ଟଙ୍କା ।

ଏପରିକି ଏ କଥା ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କୁ ମଧ୍ୟ ଜଣାଇଥିଲେ ସରକାର । ପ୍ରଧାନ ବିଚାରପତି ଜଷ୍ଟିସ ସଂଜୀବ ଖାନ୍ନା ଏହାକୁ ଗୁରୁତ୍ୱର ସହ ନେଇଥିଲେ । ତୁରନ୍ତ ଡାକିଥିଲେ ସୁପ୍ରିମକୋର୍ଟର କଲେଜିୟମ୍ । ଜଷ୍ଟିସ ବର୍ମାଙ୍କୁ ତୁରନ୍ତ ଆହ୍ଲାବାଦ ହାଇକୋର୍ଟକୁ ବଦଳି କରାଯିବା ପାଇଁ କଲେଜିୟମ୍ ସର୍ବସମ୍ମତ ନିଷ୍ପତ୍ତି ନେଇଥିଲା । ୨୦୨୧ ଅକ୍ଟୋବର ମାସରେ ଜଷ୍ଟିସ ବର୍ମା ଆହ୍ଲାବାଦ ହାଇକୋର୍ଟରୁ ବଦଳି ହୋଇ ଦିଲ୍ଲୀ ହାଇକୋର୍ଟକୁ ଯାଇଥିଲେ ।

ଅଧିକ ପଢ଼ନ୍ତୁ: 'ଯୌନ ଶୋଷଣର ଶିକାର ହୋଇଥିଲେ ନେପାଳୀ ଛାତ୍ରୀ, ୧୧ ମାସ ପୂର୍ବରୁ କରିଥିଲେ ଅଭିଯୋଗ'

ଏହି ୫ ଜଣିଆ କଲେଜିୟମରେ ଥିବା ଅନେକ ଜଜ୍ ମତ ଦେଇଥିଲେ ଯେ, ବଦଳି କରିଦେଲେ ଏହାର ସମାଧାନ ହେବ ନାହିଁ ।  ନ୍ୟାୟ ବ୍ୟବସ୍ଥାର ଛବି ମଳିନ ହୋଇଛି । କେବଳ ବଦଳି କରାଗଲେ ନ୍ୟାୟିକ ବ୍ୟବସ୍ଥା ଉପରୁ ଲୋକଙ୍କ ଆସ୍ଥା ତୁଟିଯିବ । ତାଙ୍କୁ ଇସ୍ତଫା ଦେବାକୁ କୁହାଯାଉ ବୋଲି ଜଣେ ଦୁଇଜଣ ଜଜ୍ ମତ ଦେଇଥିଲେ । ଯଦି ସେ ଇସ୍ତଫା ଦେବାକୁ ରାଜି ନହୁଅନ୍ତି, ତେବେ ଏକ ଇନ-ହାଉସ୍ ତଦନ୍ତ କମିଟି ଗଠନ କରିବାକୁ ମଧ୍ୟ ପ୍ରସ୍ତାବ ଦିଆଯାଇଥିଲା । 

ଜଣେ ଜଜଙ୍କ ଆବାସିକ ବଙ୍ଗଳାରେ ହଠାତ୍ ଲାଗିଲା ନିଆଁ । କିନ୍ତୁ ଏହି ନିଆଁ ସାରା ଦେଶର ନ୍ୟାୟ ବ୍ୟବସ୍ଥାର ସ୍ୱଚ୍ଛତା ଉପରେ ଲଗାଇଦେଇଛି ନିଆଁ । ପ୍ରଶ୍ନ ଚିହ୍ନ ଆଙ୍କି ଦେଇଛି ଏହି କ୍ଷଣିକ ନିଆଁ । ଘରେ ଲାଗିଥିବା ନିଆଁ ଦମକଳ ବାହିନୀ ଲିଭାଇ ଦେଇଛି କିନ୍ତୁ ଏ ସନ୍ଦେହର ନିଆଁ ଏତେ ଶୀଘ୍ର ଲିଭିଲା ଭଳି ଲାଗୁନି । ଏହି ନିଆଁ ସନ୍ଦେହର ଧୂଆଁ ସୃଷ୍ଟି କରିଛି । ସାରା ଦେଶରେ ଏହାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ଜଜଙ୍କ ଘରକୁ ଏତେ ଟଙ୍କା ଆସିଲା କୁଆଡ଼ୁ ? 

ଅଧିକ ପଢ଼ନ୍ତୁ: ସାଇବର ଠକଙ୍କ ଟାର୍ଗେଟରେ ଫସିଲେ ୮୬ ବର୍ଷୀୟା ବୃଦ୍ଧା,ଠକିନେଲେ ୨୦ କୋଟି