Advertisment

ସପ୍ତମ ପଢିବାବେଳେ ୨ ଯୁବକଙ୍କ ବିରୋଧରେ ଅର୍ଚ୍ଚନା ଆଣିଥିଲା ଦୁଷ୍କର୍ମ ଅଭିଯୋଗ

ଅର୍ଚ୍ଚନାର କେଳେଙ୍କାରୀ ଏତିକି ନୁହେଁ। ଚର୍ଚ୍ଚାକୁ ଆସିଛି କେସିଙ୍ଗା ସ୍ଥିତ ଏହି ଗୋଲାପୀ କୋଠା।

ଅଦ୍ୟତନ ହୋଇଛି
Archana Nag

Archana Nag

Advertisment

ଲାଞ୍ଜିଗଡ଼ରୁ କେସିଙ୍ଗା, ଜଳେଶ୍ୱରରୁ ଭୁବନେଶ୍ୱର। ମାୟାବିନୀ ଅର୍ଚ୍ଚନା ନାଗ୍‌ର ଦୀର୍ଘ ୨୦ ବର୍ଷର ଲମ୍ବା ଯାତ୍ରାର ସଂଗୀନ କାହାଣୀ। ଲାଞ୍ଜିଗଡ କେନ୍ଦୁଗୁଡ଼ାରେ ଜନ୍ମିତ ଅର୍ଚ୍ଚନା ୨୦୦୧ ନଭେମ୍ବର ୯ରେ ସ୍ଥାନୀୟ ସରକାରୀ ସ୍କୁଲରେ ପ୍ରଥମ ଶ୍ରେଣୀରେ ଆଡ଼ମିଶନ୍ କରିଥିଲା। ସେଠାରେ ୨୦୦୮ ଯାଏଁ ପଢ଼ିଥିଲା ଅର୍ଚ୍ଚନା।ତେବେ ୨୦୦୮ରେ ସଂଗୀନ ଅଭିଯୋଗ ଆଣି ଚର୍ଚ୍ଚାକୁ ଆସିଥିଲା ସେ। ସପ୍ତମ ପଢିବାବେଳେ ୨ ଯୁବକଙ୍କ ବିରୋଧରେ ଅର୍ଚ୍ଚନା ଆଣିଥିଲା ଦୁଷ୍କର୍ମ ଅଭିଯୋଗ।କେସ୍ ନମ୍ବର ୮୮/୨୦୦୮ ଅନୁଯାୟୀ ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଜେଲ୍ ବି ପଠାଇଥିଲା। ପରେ ଦୁଇ ଜଣ ଜେଲ୍‌ରୁ ଖଲାସ ବି ହୋଇଥିଲେ।

Advertisment

ଏହି ଘଟଣା ପରେ ଗାଁ ଛାଡ଼ି କେସିଙ୍ଗା ସ୍ଥିତ ମାମୁଘରକୁ ଚାଲିଆସିଥିଲା ଅର୍ଚ୍ଚନା। ଆଉ କେସିଙ୍ଗାର ଏକ ଘରୋଇ ସ୍କୁଲ୍‌ରେ ଆଡମିଶନ୍ କରିଥିଲା ଅଷ୍ଟମରେ। କିନ୍ତୁ ପୂର୍ବ ସ୍କୁଲ୍‌ରୁ କୌଣସି ଟ୍ରାନ୍ସଫର୍ ସାର୍ଟିଫିକେଟ୍ ନଆଣି ଏଠାରେ ଆଡ଼ମିଶନ୍ କରିବା ସହ ଦଶମ ଯାଏଁ ପଢ଼ିଥିବା ଚର୍ଚ୍ଚା ହେଉଛି। କେସିଙ୍ଗାରେ ହାଇସ୍କୁଲ ପରେ ବାଲେଶ୍ୱର ଜଳେଶ୍ୱରର ବୈକୁଣ୍ଠନାଥ ହାୟର୍ ସେକେଣ୍ଡାରୀ କଲେଜ୍‌ରେ ଆଡ଼ମିଶନ କରିଥିଲା ଅର୍ଚ୍ଚନା। ୨୦୧୪ରୁ ୨୦୧୬ ଯାଏଁ ଯୁକ୍ତ ଦୁଇ ବିଜ୍ଞାନରେ ପାଠପଢ଼ିଥିଲା ସେ। ତେବେ ବିନା ଟ୍ରାନ୍ସଫର୍ ସାର୍ଟିଫିକେଟ୍‌ରେ କେଉଁ ଆଧାରରେ କେସିଙ୍ଗାର ଘରୋଇ ସ୍କୁଲରେ ଆଡ଼ମିଶନ୍ କରିଥିଲା ଅର୍ଚ୍ଚନା? ଲାଞ୍ଜିଗଡ଼ ବିଇଓ ସଞ୍ଜିବ ନାୟକଙ୍କ କହିବା କଥା, ଏଭଳି କାର୍ଯ୍ୟ ବେଆଇନ। ଏହାପଛରେ କୌଣସି କାରସାଦି ହୋଇଥାଇପାରେ।

ଅର୍ଚ୍ଚନାର କେଳେଙ୍କାରୀ ଏତିକି ନୁହେଁ। ଚର୍ଚ୍ଚାକୁ ଆସିଛି କେସିଙ୍ଗା ସ୍ଥିତ ଏହି ଗୋଲାପୀ କୋଠା। ବୁଢାଡଙ୍ଗର ପାଦଦେଶରେ ନିର୍ମିତ ଏହି କୋଠାରେ ରୁହନ୍ତି ଅର୍ଚ୍ଚନାର ବାପା, ମା। ଅଭିଯୋଗ ହୋଇଛି, ଏହି ୨ ମହଲା ଘର ହୃଷିକେଶ ମହଲା ନାମକ ଜଣେ ଟେଲର ଦୋକାନୀଙ୍କ ଦୋକାନ ଉପରେ ଛିଡ଼ା ହୋଇଛି। ୨୦୧୯ରେ ଅର୍ଚ୍ଚନାଙ୍କ ବାପା ସୁରେନ୍ଦ୍ର ନାଗ ହୃଷିକେଶଙ୍କୁ ତଡ଼ି ଏଠାରେ ଘର ତିଆରି କରିଛନ୍ତି। ୨ଟି ନାଗସାପ ଚିହ୍ନ ଥିବା ଏହି ଘର ସରକାରୀ ସ୍ଥାନରେ ହୋଇଥିବାବେଳେ ଏହାର କୌଣସି ଦସ୍ତାବିଜ୍ ବି ନାହିଁ। ତେବେ ଏହି ଘରେ କେହି ନଥିବାରୁ ଅର୍ଚ୍ଚନାଙ୍କ ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।

Advertisment

ତେବେ ରାଜ୍ୟର ସବୁଠୁ ବଡ଼ ସେକ୍ସ ସ୍କାଣ୍ଡାଲ୍ କୁହାଯାଉଥିବା ଏହି ମାମଲାର ପୋଲିସ ତଦନ୍ତର ଗତିକୁ ନେଇ ଏବେ ନାନା ପ୍ରଶ୍ନ ଉଠୁଛି। ସଂଗୀନ ଦଫା ଲାଗିଥିବାରୁ ଅର୍ଚ୍ଚନାର ଜାମିନ୍ ଖାରଜ ହେବା ସହ ତାକୁ ଜେଲରେ ରଖାଯାଇଛି। କିନ୍ତୁ ସ୍ବାମୀ ଜଗବନ୍ଧୁ ଚାନ୍ଦ ଏବଂ ସହଯୋଗୀ ଖଗେଶ୍ୱର ପାତ୍ର ବିରୋଧରେ କାହିଁକି ହେଉନି କାର୍ଯ୍ୟାନୁଷ୍ଠାନ ? ଉଭୟଙ୍କ ବିରୋଧରେ ସମାନ ୧୬ଟି ଲେଖାଏଁ ଦଫା ଲାଗିଥିଲେ ବି ଥରୁଟିଏ ପଚରାଉଚରା କରି ପୋଲିସ ଛାଡ଼ିଦେବାର ଉଦ୍ଦେଶ୍ୟ କଣ ? ଜଗବନ୍ଧୁ ଏବଂ ଖଗେଶ୍ୱର ଏବେ କେଉଁଠି ?   

(ରିପୋର୍ଟ: ଭବାନୀପାଟଣାରୁ ରାଜକୁମାର ସିଂଦେଓ, ଭୁବନେଶ୍ୱରରୁ ଅତୁଲ୍ୟ ବାଉତଙ୍କ ସହ ଆଲୋକ ମହାନ୍ତି)

Advertisment
Odisha Politics Archana Nag
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ