Advertisment

OTVରୁ ସାଢ଼େ ୫ ଲକ୍ଷ ଟଙ୍କାର ଠକେଇ !

ଗିରଫଦାରି ଏଡ଼ାଇବାକୁ ମୁହଁ ଲୁଚାଇ ବୁଲୁଛନ୍ତି ସମୀର । ତଥ୍ୟ ପ୍ରମାଣ ସହ ଗତ ଜୁନ୍ ୨୩ରେ ଓଟିଭି ପକ୍ଷରୁ ଏତଲା ।

ଅଦ୍ୟତନ ହୋଇଛି
OTV

OTV

Advertisment

ଯେଉଁ ଥାଳିରେ ଖାଇଲେ, ସେହି ଥାଳିରେ ଥୁକିଲେ । କର୍ମନିଯୁକ୍ତି ଦେଇଥିବା କଂପାନୀକୁ ଲକ୍ଷାଧିକ ଟଙ୍କା ଚୂନ ଲଗାଇ ଫେରାର୍ ମାରିଲେ। ଚଂଚକତା ଧରା ପଡ଼ିବା ପରେ ଗିରଫଦାରି ଏଡ଼ାଇବାକୁ ଏବେ ମୁହଁ ଲୁଚାଇ ବୁଲୁଛନ୍ତି ଓଟିଭିରୁ ବହିଷ୍କୃତ ପୂର୍ବତନ HR ମ୍ୟାନେଜର ସମୀର ରଂଜନ ପଣ୍ଡା। 

Advertisment

ନାମ- ସମୀର ରଂଜନ ପଣ୍ଡା। ବୟସ- ୩୯ ବର୍ଷ। ବାବୁଙ୍କ ବିରୋଧରେ ସଂଗୀନ ଅଭିଯୋଗ । ଓଟିଭିରେ କରିଛନ୍ତି ପ୍ରାୟ ସାଢ଼େ 5 ଲକ୍ଷ ଟଙ୍କାର ଠକେଇ। ଓଟିଭି କର୍ତ୍ତୃପକ୍ଷଙ୍କ ପକ୍ଷରୁ ଭୁବନେଶ୍ୱର ଇନଫୋସିଟି ଥାନାରେ ଦିଆଯାଇଥିବା ଏତଲା ଅନୁସାରେ, ପେଟ୍ରୋ କାର୍ଡ ବିଲିଂରେ ଜାଲିଆତି କରି ସେ ହାତେଇଛନ୍ତି ଲକ୍ଷାଧିକ ଟଙ୍କା। ଏଥିସହ ସେ କମ୍ପାନିର ସ୍କ୍ରାପ୍ ବିକି ଅର୍ଥ ହଡ଼ପ ସହ ଏକାଧିକ ଠକେଇ, ଜାଲିଆତି ଓ ଅର୍ଥ ତୋଷରପାତ କରିଥିବାର ଅଭିଯୋଗ ରହିଛି।

ଓଟିଭିର ଇଣ୍ଟରନାଲ୍ ତଦନ୍ତରୁ ଏସବୁ ଠକେଇ ସଂପର୍କରେ ଜଣାପଡ଼ିବା ପରେ ଗତ ଜୁନ୍ ୨୩ ତାରିଖରେ ତାଙ୍କ ବିରୋଧରେ ଇନଫୋସିଟି ଥାନାରେ ଏକ FIR ଦିଆଯାଇଛି। ଏହା ପରେ ତଦନ୍ତକାରୀ ଅଧିକାରୀ ଓଟିଭି ମୁଖ୍ୟ କାର୍ଯ୍ୟାଳୟକୁ ଆସି ସମସ୍ତ ଅଭିଯୋଗର ଖୋଳତାଡ଼ କରିଥିଲେ। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଠକେଇ କଥାକୁ ନିଜେ ସମୀର ବି ଅନ୍ ରେକର୍ଡ ମାନିଛନ୍ତି ।

Advertisment

ସମୀର ରଂଜନ ପଣ୍ଡାଙ୍କର ନିଜ ଘର କଟକ ବାରଙ୍ଗ ଥାନା ଅନ୍ତର୍ଗତ ମଧୁବନରେ। ପୂରା ମାମଲାରେ ଆମେ ସମୀରଙ୍କର ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲେ ମଧ୍ୟ ତାହା ସମ୍ଭବ ହୋଇପାରିନି। ଶୁଣାଯାଉଛି, ସମୀର ପୂର୍ବରୁ ମଧ୍ୟ ଅନେକ ସ୍ଥାନରେ ଏଭଳି ଠକେଇ କରିଛନ୍ତି, ଆଉ ଏବେ ବି ଏଭଳି ଠକେଇ ଜାରି ରଖିଛନ୍ତି। କୌଣସି ବ୍ୟକ୍ତି କିମ୍ବା ସଂସ୍ଥା ଯେଭଳି ସମୀରଙ୍କ ଠକାମୀର ଶିକାର ନହୁଅନ୍ତି, ସେହି ଉଦ୍ଦେଶ୍ୟରେ ଆମେ ଏହି ଖବର ପ୍ରସାରଣ କରୁଛୁ। ଯଦି କୌଣସି ବ୍ୟକ୍ତି ସମୀର ରଂଜନ ପଣ୍ଡାଙ୍କ ସଂପର୍କରେ ସୂଚନା ପାଆନ୍ତି, ତାହେଲେ ଓଟିଭି କିମ୍ବା ପୋଲିସ୍‌କୁ ଜଣାଇବାକୁ ଅନୁରୋଧ କରୁଛୁ ।

Otv Fraud
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ