Advertisment

ଆପଣଙ୍କୁ କେହି ଫଲୋ କରୁନାହାନ୍ତି ତ?

ଖୋଲିଲା ରାଜଧାନୀ କିଡନାପ୍ ପଛର ଅସଲ କାହାଣୀ

ଅଦ୍ୟତନ ହୋଇଛି
Kidnap Case

Kidnap Case

Advertisment

ଭୁବନେଶ୍ୱର: ରାଜଧାନୀର ରାଜରାସ୍ତାରେ ଜଣେ କେତେ ସୁରକ୍ଷିତ, ତାହା ପଦାରେ ପଡ଼ିଛି। ଭୁବନେଶ୍ୱରରେ ଯେତେବେଳେ ଏକୁଟିଆ ରାସ୍ତାରେ ଯାଉଥିବେ, ହୁଏତ କେହି ଆପଣଙ୍କୁ ଫଲୋ କରିଥାଇପାରନ୍ତି। କାହିଁକିନା ଏକୁଟିଆର ସୁଯୋଗ ନେଇ ଅପହରଣ କରିନେଉଛନ୍ତି କିଡନାପର୍। କେବଳ ସେତିକି ନୁହେଁ, ଅପହରଣ କରିବା ପୂର୍ବରୁ ୟେପରି କିଡନାପରମାନେ ସହଜରେ ଧରାପଡ଼ିବେ ନାହିଁ, ସେଥିପାଇଁ ତିଆରି କରୁଛନ୍ତି ବ୍ଲୁପ୍ରିଣ୍ଟ। ତେବେ ଭୁବନେଶ୍ୱର ଲକ୍ଷ୍ମୀସାଗରରୁ ଯୁବକ ଇଷାନ ଅଗ୍ରଓ୍ବାଲ୍ ଅପହରଣ ମାମଲାର ଅଭିଯୁକ୍ତ ଧରାପଡ଼ିବା ପରେ କ୍ୟାପିଟାଲ୍‌ କ୍ରାଇମ୍‌ ଆଉ ଏକ ଗୁମର ଖୋଲିଛି।

Advertisment

୩୬ ଘଣ୍ଟାର ଅପରେସନ, ୮୦୦ କିଲୋମିଟର ଖୋଜିବା ପରେ ଶେଷରେ ନୟାଗଡ଼ ସୁନାଖଳାରୁ ଅପହୃତଙ୍କୁ ଉଦ୍ଧାର କରଛି କମିଶନରେଟ୍ ପୋଲିସ। ଆଉ ଏହି ମାମଲାରେ ୪ ଜଣ କିଡନାପରଙ୍କୁ ଗିରଫ କରାଯାଇଛି। ଆଜି ପ୍ରେସମିଟ୍ କରି ଏସମ୍ପର୍କରେ ସୂଚନା ଦେଇଛନ୍ତି ପୋଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ। ଜାଣି ଆଶ୍ଚର୍ଯ୍ୟ ହେବେ, ଅପହରଣ ପୂର୍ବରୁ ଓ ପରେ କିଭଳି ହୋଇଥିଲା ବ୍ଲୁପ୍ରିଣ୍ଟ ଜାଣନ୍ତୁ 

କେମିତି କଲେ କିଡନାପ୍‌?

ମୁଁ ସବୁଦିନ ପରି ଚାହା ପିଇବାକୁ ବାହାରକୁ ଯାଇଥିଲି। ବାଟରେ କିଛି ଯୁବକ କାର୍‌ ଭିତରେ ବସି ଡାକିଲେ। ସେମାନେ ମୁହଁରେ ମାସ୍କ ପିନ୍ଧିଥିଲେ। ମୁଁ ସେମାନଙ୍କ ନିକଟକୁ ଯାଇଥିଲି। ହଠାତ୍ ପଛରୁ ଆସି ୨ ଜଣ ମୋତେ ମାଡ଼ି ବସିଥିଲେ। କାର୍‌ ଭିତରକୁ ପୁରାଇଦେଲେ। ସେତେବେଳେ ମୁଁ କିଡନାପ୍‌ ହୋଇଥିବା ଜାଣିପାରିଥିଲି। ସେମାନେ ସାଙ୍ଗେ ସାଙ୍ଗେ ମୋର ହାତ ଗୋଡ ବାନ୍ଧି ମୁହଁରେ ପଟି ମାରିଦେଲେ। ମୋ ପକେଟ୍‌ରେ ଥିବା ଫୋନ୍‌କୁ ଛଡାଇ ନେଇଗଲେ।

Advertisment

ସେମାନେ ମୋତେ ଅଜଣା ସ୍ଥାନକୁ ନେଇଯାଇଥିଲେ। ତାପରେ ଘରକୁ କଲ୍‌ କରି ବାପାଙ୍କୁ ୩୦ ଲକ୍ଷ ଦେବାପାଇଁ ଦାବି କରିଥିଲେ। ୩୬ ଘଣ୍ଟା ମଧ୍ୟରେ ସେମାନେ ମୋତେ ୩ରୁ ୪ଟି ଜିଲ୍ଲା ବୁଲାଇଥିଲେ। ଏପରିକି ମୋ ବେକରେ ଛୁରୀ ରଖି ଘରକୁ ଫଟୋ ପଠାଇଥିଲେ। ମୋତେ ସେତେବେଳେ ବହୁତ ଡର ଲାଗୁଥିଲା। କିନ୍ତୁ ମୋ ବାପା ଓ ପୋଲିସଙ୍କ ଉପରେ ବିଶ୍ୱାସ ରହିଥିଲା। ତେବେ ସେମାନେ ୩-୪ଦିନ ମୋତେ ଫଲୋ କରୁଥିବା ମୁଁ ଅନୁଭବ କରୁଥିଲି। 

କେମିତି ଧରାପଡ଼ିଲେ କିଡନାପର୍? 

ଯୁବକଙ୍କୁ ଅପହରଣ ପରେ ଯେପରି ଧରାପଡ଼ିବେନି ସେ ସନେଇ ଅଭିଯୁକ୍ତ ମାନେ ବନାଇଥିଲେ ୩ଟି ଟିମ୍। ଗୋଟିଏ ଟିମ୍ ଅନ୍ୟରୁ ୨୦ରୁ ୩୦ କିଲୋମିଟର ଦୂରତା ରହୁଥିଲେ। ତେବେ କିଡନାପରମାନେ ସିଧାସଳଖ ଇଷାନଙ୍କ ବାପାଙ୍କ ସହ ଯୋଗାଯୋଗ ରଖିନଥିଲେ। ଟ୍ରାପିଂ ଭୟରେ ଜଣେ ଅନ୍ୟ ଜଣକୁ ଫୋନ୍ କରି ୩୦ ଲକ୍ଷ ଟଙ୍କା ମାଗିଥିଲେ। ଫଳରେ ସେମାନଙ୍କୁ ଟ୍ରାପ୍ କରିବାରେ ପୋଲିସ୍ ସମ୍ମୁଖରେ ସମସ୍ୟା ଉପୁଜୁଥିଲା।

Advertisment

ତେବେ ପୋଲିସ୍ ମୋବାଇଲ୍ ଟ୍ରାକିଂ କରି ଖୋର୍ଦ୍ଧା, ଗଞ୍ଜାମ ଓ ନୟାଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସର୍ଚ୍ଚ କରି ଅଭିଯୁକ୍ତଙ୍କୁ ଖୋଜିଥିଲା। ମାମଲାରେ ଆଉ ୩ ଜଣ ଏବେ ବି ଫେରାର ଥିବା ପୋଲିସ୍ କହିଛି। ଗତକାଲି ଚାହା ପିଇବାକୁ ଯାଇଥିବାବେଳେ ଇଶାନଙ୍କୁ ଦୁର୍ବତ୍ତମାନେ ଅପହରଣ କରିନେଇଥିଲେ। ଇଶାନଙ୍କୁ ବନ୍ଧୁକ ଦେଖାଇ ୩୦ ଲକ୍ଷ ଟଙ୍କା ଦାବି କରିଥିଲେ। ଇଷାନ ହେଉଛନ୍ତି ଭୁବନେଶ୍ୱରର ବ୍ୟବସାୟୀ ରାମରୂପ ଅଗ୍ରୱାଲଙ୍କ ପୁଅ।  

Bhubaneswar Youth Kidnaping Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ