stabbed
ପୁରୀ ମାଉସୀମା ମନ୍ଦିର ସମ୍ମୁଖରେ ଯୁବକଙ୍କୁ ଛୁରାମାଡ଼ । ଗୁରୁତର ଆହତ ଯୁବକ ହେଉଛନ୍ତି ଲୋକନାଥ ରୋଡ ଷଣ୍ଢ ଯାଗା ଅଞ୍ଚଳର ସୂର୍ଯ୍ୟନାରାୟଣ ତ୍ରିପାଠୀ । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ପୁରୀ ଓ ପରେ କଟକ ସ୍ଥାନାନ୍ତରିତ କରାଯାଇଛି । ଘଟଣା ପରେ ଅଭିଯୁକ୍ତ ଫେରାର ହୋଇଯାଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୋଖା ସହି ଅଂଚଳର ଦିପୁ ବେହେରା ଛୁରାମାଡ କରିଥିବା ପୋଲିସ ସୂଚନା ଦେଇଛି । କୁମ୍ଭାରପଡା ଥାନା ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।
ତେବେ ଏହାର କିଛି ସମୟ ପୂର୍ବରୁ ପୁରୀ ସହରରେ ଫୁଟିଥିଲା ଗୁଳି । ଘଟଣାରେ ଜଣେ ମୃତ । ଏମାର ମଠ ନିକଟ କାକୁଡ଼ିଖାଇ ଛକରେ ଗୁଳିମାଡ଼ ହୋଇଛି । ମୃତକ ହେଲେ ତଳୁଚ୍ଛ ସାହିର ଶିବରାମ ପାତ୍ର । ପୂର୍ବ ଶତ୍ରୁତାରୁ ଗୁଳିମାଡ଼ ସୂଚନା । ୨ ଜଣ ଦୁର୍ବୃତ୍ତ ୨ ରାଉଣ୍ଡ ଗୁଳି କରିଥିବା ସୂଚନା । ଗୁଳିମାଡ଼ ଘଟଣାରେ ଚନ୍ଦନ ବାରିକ ନାମକ ଜଣେ ଯୁବକ ଅଟକ । ମୁଖ୍ୟ ଅଭିଯୁକ୍ତକୁ ଅଟକ ନେଇ ପୁରୀ ଏସ୍ପିଙ୍କ ସୂଚନା । ଅଭିଯୁକ୍ତ ଚନ୍ଦନ ବାରିକ ଠାରୁ ଏକ ବନ୍ଧୁକ ମଧ୍ୟ ଜବତ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/stabbed_1653412864.jpg)