Advertisment

ଚର୍ଚ୍ଚାରେ ରାଜଧାନୀର ହୋଟେଲ୍ ସାଉଥସିଟି: ବ୍ଲୁ ଲାଇଟ୍‌ରେ ରଂଗୀନ ହୁଅନ୍ତି ଗ୍ରାହକ?

ଜଣେ ପୋଲିସ କର୍ମଚାରୀ ଯାହାଙ୍କ ନାଁ ପ୍ରସନ୍ନ ବେହେରା। ହେଲେ ମଦମାଂସର ଆସର ଭିତରେ ବେଶ୍ ଝୁମୁଛନ୍ତି ରଂଗୀଲା ହୋଇ। ବାବୁ କିନ୍ତୁ କୌଣସି ଗ୍ରାହକ ନୁହଁନ୍ତି। କିମ୍ବା ଟଙ୍କା ଦେଇ ବି ଏଠାକୁ ଆସିନାହାଁନ୍ତି। ପ୍ରସନ୍ନ ହେଉଛନ୍ତି ଏହି ହୋଟେଲର ଅନ୍ୟତମ ଲିଜଧାରୀଙ୍କ ଭାଇ।

Mystery in Hotel SouthCity

Mystery in Hotel SouthCity

Advertisment

ଭୁବନେଶ୍ୱର: ହୋଟେଲ୍ ସାଉଥସିଟିର ସାଂଘାତିକ ସତ। ବାର୍‌ରେ ଜମୁଛି ନାଚଗୀତର ଆସର। ଡିଜେର ତାଳେ ଝୁମୁଛନ୍ତି ଗ୍ରାହକ। ବାର୍ ଡ଼୍ୟାନ୍ସରଙ୍କ ଉପରେ କିଏ ଟଙ୍କା ଫୋପାଡୁଛନ୍ତି ତ ଆଉ କିଏ ନିଶାରେ ହୋଇଯାଇଛନ୍ତି ଚୁର୍। ବିଳମ୍ବିତ ରାତି ଯାଏଁ ଜମୁଛି ମଦ ମାଂସର ଆସର। କୋଭିଡ୍ ନିୟମର ଧଜ୍ଜିଆ ଉଡ଼ାଇ ନାଚଗୀତର ମସଗୁଲ୍ ଭିତରେ ମତୁଆଲା ହେଉଛନ୍ତି, ଅସାମାଜିକ ତତ୍ତ୍ୱଙ୍କ ସହ ବିଲଡର୍, ଠିକାଦାର, ବ୍ୟବସାୟୀ, ଚାକିରିଆ। ଜଣେ ପୋଲିସ କର୍ମଚାରୀ ଯାହାଙ୍କ ନାଁ ପ୍ରସନ୍ନ ବେହେରା। ହେଲେ ମଦମାଂସର ଆସର ଭିତରେ ବେଶ୍ ଝୁମୁଛନ୍ତି ରଂଗୀଲା ହୋଇ। ବାବୁ କିନ୍ତୁ କୌଣସି ଗ୍ରାହକ ନୁହଁନ୍ତି। କିମ୍ବା ଟଙ୍କା ଦେଇ ବି ଏଠାକୁ ଆସିନାହାଁନ୍ତି। 

Advertisment

ପ୍ରସନ୍ନ ହେଉଛନ୍ତି ଏହି ହୋଟେଲର ଅନ୍ୟତମ ଲିଜଧାରୀଙ୍କ ଭାଇ। କୁହାଯାଉଛି, ଭାଇ ନାଁରେ ଲିଜ୍ ଆଣି କୁଆଡେ ନିଜେ ଏହି ହୋଟେଲକୁ ଚଳାଉଛନ୍ତି। ଭିଡ଼ିଓଟି ଗତ ଅଗଷ୍ଟ ମାସର। ଅର୍ଥାତ କରୋନା କଟକଣା ସମୟରେ ସମସ୍ତ ଆଇନ କାନୁନକୁ ଭୁଲି ଏଭଳି ଆସର ଚାଲୁଛି ଏହି ହୋଟେଲରେ। ତେବେ ଏ ସମ୍ପର୍କରେ ପ୍ରସନ୍ନଙ୍କୁ ଯୋଗାଯୋଗ କରାଯାଇଥିଲେ ବି ସେ ଫୋନକଲ୍ ରିସିଭ୍ କରୁନାହାଁନ୍ତି।

ସେହି ହୋଟେଲ୍ ସାଉଥସିଟି, ଯିଏ ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗଙ୍କ ମୃତ୍ୟୁ ପୂର୍ବର ମୂକସାକ୍ଷୀ। କାରଣ ହେଉଛି ମନୀଷ ଅନୁରାଗଙ୍କ ମୃତ୍ୟୁ ରାତିର ଏହି ହୋଟେଲ୍ ହେଉଛି ଶେଷ ଠିକଣା। ଏଠାରୁ ମନୀଷ ଏକୁଟିଆ ବାହାରି ଯିବାର କିଛି ସମୟ ପରେ ରହସ୍ୟଜନକ ଭାବେ ପୋଖରୀରୁ ମିଳିଥିଲା ମନୀଷଙ୍କ ମୃତଦେହ। ତେବେ ଘଟଣାଦିନ ରାତିରେ ବି କଣ ଏମିତି ଜମିଥିଲା ନାଚଗୀତର ଆସର ? ନିର୍ଦ୍ଧିଷ୍ଟ ଭାବେ ସେଦିନ ରାତିରେ କଣ ହୋଇଥିଲା ମନୀଷ ଏବଂ ସାଙ୍ଗମାନଙ୍କ ମଧ୍ୟରେ, ପରିଣାମ ସ୍ୱରୂପ ଜୀବନ ଚାଲିଗଲା ମନୀଷଙ୍କର। ପୋଲିସ ଏସବୁ ଦିଗକୁ ଧରି ୪ ସାଙ୍ଗକୁ ପଚରାଉଚରା ଜାରି ରଖିଛି।

Advertisment

ରାଜଧାନୀରେ ଗୋଟିଏ ଯୋଡ଼ିଏ ନୁହଁ, କୋଭିଡ୍ ସମୟରେ କଟକଣାର ଧଜ୍ଜିଆ ଉଡାଇ ଧରାପଡ଼ିଛନ୍ତି ଏକାଧିକ ବାର୍ ଏବଂ ମାଲିକ। ଚନ୍ଦ୍ରଶେଖରପୁର ଅଞ୍ଚଳର ଏମ୍ବାସି ବାର୍। ବିଳମ୍ବିତ ରାତି ପର୍ଯ୍ୟନ୍ତ ଏଠି ଜମିଥିଲା ମଦ୍ୟପାନର ଆସର। ଯାହାର ଖବର ପାଇ ମିଳିତ ଚଢ଼ାଉ କରିଥିଲା ବିଏମସି ଏବଂ ପୋଲିସ। ସେହିପରି ଗଜପତିନଗର ଅଞ୍ଚଳର ବାର୍ ଓ ରେଷ୍ଟୁରାଣ୍ଟରେ ରେଡ୍ କରି ସିଲ୍ କରିଥିଲା ବିଏମସି। ତେବେ କରୋନାର ଆଳ କରି ହାଟ ବଜାରଠୁ ମନ୍ଦିର ବେଢ଼ା ଯାଏଁ ପ୍ରଶାସନ କଟକଣା ଲଗାଉଥିବାବେଳେ ହୋଟେଲ୍ ଓ ବାର୍ ଗୁଡ଼ିକୁ କିଏ ଦେଉଛି ଅଭୟ ବର ? କାହା ଛତ୍ରଛାୟାରେ ଏମାନେ ଚଳାଇଛନ୍ତି ଏହି ନିଷିଦ୍ଧ ବେପାର? ତାକୁ ନେଇ ରାଜଧାନୀର ବରିଷ୍ଠ ନାଗରିକ ଉଦବେଗ ପ୍ରକାଶ କରିଛନ୍ତି।

ରିପୋର୍ଟ: ଅତୁଲ୍ୟ ବାଉତ, ସୌମ୍ୟରଂଜନ ସାହୁ ଏବଂ ଆଲୋକ ମହାନ୍ତି

Manish Anurag Navin Das Son's Death Case Manish Anurag Death Case Hotel SouthCity
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ