ଯୁବକଙ୍କ ଭୟଙ୍କର କାଣ୍ଡ
ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଳକ କନ୍ଦେଇ ଗାଁ ରେ ଘଟିଛି ଏକ ଅଭାବନୀୟ ଘଟଣା। ନିଜ ଘରକୁ ନିଜେ ଜାଳି ଦେଲା ଯୁବକ। ପୁଅ ମାନସିକ ବିକୃତ ଥିବା ବେଳେ ମା‘ ମୁଣ୍ଡରେ ଆଘାତ କରି ପରେ ବାପାକୁ ଆକ୍ରମଣ କରିଥିଲା l ତେବେ କଥା ଏତିକି ରେ ସରିନଥିଲା। ଯୁବକ ଜଣକ ପରେ ଉନ୍ମତ୍ତ ଅବସ୍ଥାରେ ଘର ଭିତରେ ନିଆଁ ଲଗାଇ ନିଜେ ଅଚେତ ହୋଇ ପଡି ରହିଥିଲା l
ଏ ବାବଦରେ ପୋଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦିଆଯିବା ପରେ ଘଟଣା ସ୍ଥଳରେ ସମସ୍ତେ ପହଞ୍ଚିଯାଇଥିଲେ। ତେବେ କିଛି ସମୟ ପାଇଁ ତୁରେକେଲା ପୋଲିସ ଓ ଅଗ୍ନିଶମ ବିଭାଗ ନାକେଦମ ହୋଇଥିଲେ । ଘର ଭିତରେ ଥିବା ଲୁଗାପଟା ଆଉ ଅନ୍ୟାନ୍ୟ ଆସବାବ ପତ୍ରରେ ନିଆଁ ଲାଗିଯିବାରୁ ଚାରିଆଡ଼ ଧୂଆଁମୟ ହୋଇଥିଲା l ଫଳରେ ଉନ୍ମତ୍ତ ଯୁବକ ଜଣକ ଭିତରେ ଅଚେତ ହୋଇ ପଡିଥିଲା ।
ତେବେ ପରେ ପରେ କବାଟ ଭାଙ୍ଗି ତୁରେକେଲା ପୋଲିସ ଓ ଅଗ୍ନିଶମ ବିଭାଗ ସଂପୃକ୍ତ ଯୁବକ ଚର୍ଚ୍ଚିତ ବାଗଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ l ଚର୍ଚ୍ଚିତ ଜଣେ ମାନସିକ ବିକୃତ ଯୁବକ ବୋଲି ଜଣାପଡିଛି । ବାପା ମା’ ତା’ର ଚିକିତ୍ସା ଚଳାଇଥିବା ବେଳେ ଆଜି ଏଭଳି କାଣ୍ଡ କରିବ ବୋଲି କେହି ସ୍ୱପ୍ନରେ ଭାବିନଥିଲେ। ସବୁକିଛି ଠିକ୍ ଥିବା ବେଳେ ଯୁବକ ଜଣକ ହଠାତ୍ ରାଗିଯିବା ସହ ଘରେ ନିଆଁ ଲଗାଇଦେଇଥିଲା। ସେ ଜଣେ ମାନସିକ ରୋଗୀ ଥିବା ଯୋଗୁଁ ମା,ବାପାକୁ ଆକ୍ରମଣ ଓ ଘର ଭିତରେ ନିଆଁ ଲଗାଇ ଦେଇଥିବା ଜଣାପଡିଛି l
ନିଆଁ ଲାଗିଯିବାରୁ ଘରର ବହୁ ଆସବାବ ପତ୍ର ମଧ୍ୟ ଜଳିଯାଇଛି। ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ ମଧ୍ୟ ମାନନସିକ ବିକୃତ ଯୁବକ ଜଣକ ଭିତରପଟୁ କବାଟ ବନ୍ଦ କରିଦେଇଥିବାରୁ ଭିତରକୁ କେହି ପଶି ପାରିନଥିଲେ । ଫଳରେ କୌଣସି ଜିନିଷ ଉଦ୍ଧାର କରା ଯାଇପାରିନଥିଲା।ଅଗ୍ନିଶମ ବାହିନୀ ପହଞ୍ଚିଥିଲେ ମଧ୍ୟ ବହୁ ଜିନିଷ ଜଳିଯାଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1750333317.jpg)