Advertisment

ସୋସିଆଲ୍ ମିଡ଼ିଆରେ ଜାଲ ବିଛାଇଛନ୍ତି ମାୟାବିନୀ, ଲୋଭ ଦେଖାଇ ଲଗାଇଦେବେ ଚୁନା

ପ୍ରେମ ଆଉ ଦାମୀ ଉପହାର ଲୋଭରେ ପଡ଼ି ବିଭିନ୍ନ ସମୟରେ ପାଖାପାଖି ୩୦ ଲକ୍ଷ ଟଙ୍କା ପଠାଇଦେଲେ ସଂପୃକ୍ତ ବ୍ୟକ୍ତି। ହେଲେ ନା ସାମଗ୍ରୀ ଆସିଲା ନା ଟଙ୍କା।

Cyber Fraud

Cyber Fraud

Advertisment

ସୋସିଆଲ୍ ମିଡ଼ିଆରେ ଜାଲ ବିଛାଇଛନ୍ତି ମାୟାବିନୀ। ପ୍ରେମର ଲୋଭ ଦେଖାଉଛନ୍ତି। ଫସିଗଲା ପରେ ଚୁନା ଲଗାଉଛନ୍ତି। ଅଭିଯୁକ୍ତ ଜଣକ ନା ଯୁବତୀ ନା କୌଣସି ଭାରତୀୟ। କିନ୍ତୁ ଆଛା ଆଛା ଲୋକଙ୍କୁ ମିଛପ୍ରେମର ନେଟୱର୍କରେ ଛନ୍ଦି ସର୍ବସ୍ୱାନ୍ତ କରିଦେଇଛିି ଯାହା ନାଁ ସାମସନ୍ ଇମାକେ ଆଲିକା। ଘର ନାଇଜେରିଆ। ଧରାପଡ଼ିଛନ୍ତି ବାଲେଶ୍ୱର ପୋଲିସ ହାତରେ। ବାଲିଆ ଅଞ୍ଚଳର ଜଣେ ମଧ୍ୟ ବୟସ୍କ ସରକାରୀ ଚାକିରିଆଙ୍କୁ ଠକେଇ କରି ଧରାପଡ଼ିଛନ୍ତି ଦିଲ୍ଲୀରୁ। ହନିଟ୍ରାପ୍‌ର ଜାଲ ବିଛାଇ ୩୦ ଲକ୍ଷ ଠକେଇ ଅଭିଯୋଗରେ ଗିରଫ ହୋଇଛନ୍ତି ସେ। ତାଠାରୁ ମିଳିଛି ୨ଟି ମୋବାଇଲ୍, ଗୋଟିଏ ଲାପଟପ୍ ସହ ନକଲି ଭିସା ଓ ପାସପୋର୍ଟ। ତାସହ ବ୍ୟାଙ୍କ ଆକାଉଣ୍ଟରେ ଥିବା ୬ ଲକ୍ଷ ଟଙ୍କାକୁ ଫ୍ରିଜ୍ କରିଛି ପୋଲିସ।  

Advertisment

କେମିତି ହନିଟ୍ରାପ୍‌ରେ ଫସାଇଥିଲା ସାମସନ

ଲୁଟ୍‌ର ଶୀକାର ବ୍ୟକ୍ତି ଫେସବୁକ୍ ଜରିଆରେ ନିଜକୁ ଲଣ୍ଡନର ବୋଲି କହୁଥିବା ଜଣେ ମହିଳାଙ୍କ ସଂସ୍ପର୍ଶରେ ଆସିଥିଲେ। ପରବର୍ତ୍ତୀ ସମୟରେ ଚାଟିଂ କରୁ କରୁ ସଂପୃକ୍ତ ମହିଳାଙ୍କ ପ୍ରେମରେ ପଡ଼ିଗଲେ ବ୍ୟକ୍ତି ଜଣକ। ତାପରେ ସାଇବର ଠକ ମହିଳା ଜଣକ ଉପହାର ଆକାରରେ ସୁନା ବିସ୍କୁଟ, ରୋଲେକ୍ସର ହାତଘଣ୍ଟା ଏବଂ ଆପେଲ୍ କମ୍ପାନୀ ଫୋନ୍ କୋରିୟର୍‌ରେ ପଠାଇଥିବା କହିଥିଲେ। ଏହାର କିଛିଦିନ ମଧ୍ୟରେ ବାଲିଆର ସଂପୃକ୍ତ ବ୍ୟକ୍ତିଙ୍କ ପାଖକୁ ଆସିଥିଲା ଏକ ଫୋନ୍ କଲ୍। ନିଜକୁ ଦିଲ୍ଲୀ ଏୟାରପୋର୍ଟର କଷ୍ଟମ ଅଧିକାରୀର ପରିଚୟ ଦେଇ କଲ୍ କରିଥିଲେ ଜଣେ ମହିଳା।

ପ୍ରେମ ଆଉ ଦାମୀ ଉପହାର ଲୋଭରେ ପଡ଼ି ବିଭିନ୍ନ ସମୟରେ ପାଖାପାଖି ୩୦ ଲକ୍ଷ ଟଙ୍କା ପଠାଇଦେଲେ ସଂପୃକ୍ତ ବ୍ୟକ୍ତି। ହେଲେ ନା ସାମଗ୍ରୀ ଆସିଲା ନା ଟଙ୍କା। ଶେଷରେ ଲୁଟ୍‌ର ଶୀକାର ହୋଇଥିବା ଜାଣି ଗତ ଏପ୍ରିଲ ୨୩ରେ ବାଲେଶ୍ୱର ସାଇବର ଥାନାରେ ଏତଲା ଦେଇଥିଲେ। ଏହାର ତଦନ୍ତ କରି ବାଲେଶ୍ୱର ପୋଲିସ ସାମସନ୍ ଇମାକୋକୁ ଗିରଫ କରିଛି ଦିଲ୍ଲୀରୁ। ଯିଏ ଦିଲ୍ଲୀ କିଶନଗଡ଼ର ଏକ ଆପାର୍ଟମେଣ୍ଟରେ ଭଡ଼ାରେ ରହୁଥିଲା। ସାମସନ ବି ନିଜ ଦୋଷକୁ ସ୍ୱୀକାର କରିଛି। 

Advertisment

ସାମସନ୍‌ର ମୋଡସ୍ ଅପରେଣ୍ଡି ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।  ଜବତ ହୋଇଥିବା ଏକ ଡାଏରୀରେ  କେମିତି କଥାବାର୍ତ୍ତା କରି ପ୍ରେମରେ ଫସିଥିବା ବ୍ୟକ୍ତିକୁ ଲୁଟ୍‌ରେ ଜାଲ ବିଛାଯାଏ, ଏହି ଡାଏରୀରେ ଲେଖାହୋଇଛି। ଏବେ ସାମସନ୍‌କୁ ପୋଲିସ ରିମାଣ୍ଡରେ ନେଇ ତାର ନେଟୱର୍କରେ ଆଉ କିଏ କିଏ ଅଛନ୍ତି ? ଆଉ କାହାକୁ ଏଭଳି ଠକେଇ କରିଛି ଏହି ଗ୍ୟାଙ୍ଗ ? ସବୁ ଘଟଣାର ତଦନ୍ତ କରିବ।

ରିପୋର୍ଟ: ରଶ୍ମୀରଂଜନ ଦାସ ଏବଂ ଆଲୋକ ମହାନ୍ତି 

Cyber Fraud Social Media Honeytrap
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ