Advertisment

Honeymoon Murder Case: ମେଘାଳୟ ମର୍ଡର : କାହିଁକି ରିଟର୍ଣ୍ଣ ଟିକେଟ୍ କରିନଥିଲା ସୋନମ? ମୁହଁ ଖୋଲିଲେ ଶାଶୁ...

ମେଘାଳୟ ଟ୍ରିପ୍ ପ୍ଲାନ ସୋନମର ଥିଲା । ହେଲେ ରିଟର୍ଣ୍ଣ ଟିକେଟ୍ କରିନଥିଲା । ଏହା ପଛର କାରଣ କ'ଣ ହୋଇପାରେ ? ସୋନମର ଶାଶୁ ଉମା ରଘୁବଂଶୀଙ୍କୁ ପ୍ରତିକ୍ରିୟା ଅନେକ ଦିଗକୁ ଇସାରା କରୁଛି ।

ଅଦ୍ୟତନ ହୋଇଛି
Honeymoon Murder case

Honeymoon Murder case

Advertisment

ସୋନମ ରଘୁବଂଶୀକୁ ନେଇ ଆଉ ଏକ ବଡ଼ ଖୁଲାସା । ମୁହଁ ଖୋଲିଲେ ସୋନମର ଶାଶୁଘର ଲୋକେ । ସୋନମ ଟ୍ରିପ୍‌ରୁ ଫେରିବା ପାଇଁ ଟିକେଟ୍ କରିନଥିବା କଥା କହିଛନ୍ତି ଶାଶୁ । ସେପଟେ ସୋନମଙ୍କ ଦିଅର ବି ସୋନମଙ୍କ ନାଁରେ ଅଭିଯୋଗ ଆଣିଛନ୍ତି । ପରକୀୟା ପ୍ରୀତିରୁ ସୋନମ ରାଜା ରଘୁଂବଶୀଙ୍କ ହତ୍ୟା କରିଥିବା ପୋଲିସ ପକ୍ଷରୁ କୁହାଯାଇଛି । ତେବେ ସୋନମର ବଏଫ୍ରେଣ୍ଡ ରାଜ୍ କୁଶୱାଲା ସମ୍ପର୍କରେ ବିଶେଷ ତଥ୍ୟ ଜଣାପଡ଼ିନାହିଁ । ରାଜ୍ କୁଶୱାଲା ସୋନମର ସହକର୍ମୀ ଥିଲେ ବୋଲି ଜଣାପଡ଼ିଛି ।  କିନ୍ତୁ ମୃତ ରାଜା ରଘୁବଂଶୀଙ୍କ ଭାଇ ବିପୁଲ ରଘୁବଂଶୀ ସୋନମ ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି । ସୋନମ ଘଣ୍ଟା ଘଣ୍ଟା ଧରି ବଏଫ୍ରେଣ୍ଡ ସହ ଗପୁଥିବା କଥା କହିଛନ୍ତି ବିପୁଲ । ସେ କହିଛନ୍ତି, "ମୁଁ କେବେ ରାଜ୍ କୁଶୱାଲାଙ୍କୁ ଦେଖିନାହିଁ । କିନ୍ତୁ ତାଙ୍କ ବିଷୟରେ ଶୁଣିଛି । ମୋତେ ଲାଗୁଛି ସେ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଥାଇପାରନ୍ତି ।"

Advertisment

ସେପଟେ ହନିମୁନ ଟ୍ରିପ୍ ପାଇଁ ମେଘାଳୟର ସିଲଂ ପ୍ଲାନ ସୋନମର ହିଁ ଥିଲା ବୋଲି କହିଛନ୍ତି ରାଜା ରଘୁଂବଶୀଙ୍କ ମାଆ ଉମା ରଘୁବଂଶୀ । ବଡ଼ କଥା ହେଉଛି , ଯିବା ଟିକେଟ୍ କରିଥିବାବେଳେ ଫେରିବା ଟିକେଟ୍ କରିନଥିଲେ ସୋନମ ।  ଉମା ରଘୁବଂଶୀ କହିଛନ୍ତି, "ଯଦି ସୋନମ ମୋ ପୁଅକୁ ପ୍ରକୃତରେ ଭଲ ପାଉଥାଆନ୍ତା...ସେ ତାକୁ ଛାଡି କୁଆଡେ ଯାଇନଥାନ୍ତା । ପୁଅର ମୃତଦେହ ମିଳିଲା ହେଲେ ସୋନମର କେମିତି କିଛି ବି ହେଲା ନାହିଁ ଏଥିରେ ଯିଏ ବି ସମ୍ପୃକ୍ତ ଥାଆନ୍ତୁ ସମସ୍ତଙ୍କୁ ଦଣ୍ଡ ଦିଆଯାଉ ।" ଅପରପକ୍ଷେ, ସୋନମର ବାପା ଦେବୀ ସିଂ କହିଛନ୍ତି, "ମୋ ଝିଅ ନିର୍ଦ୍ଦୋଷ । ମୋର ତା ଉପରେ ବିଶ୍ୱାସ ଅଛି । ସେ ଏପରି କରିପାରିବ ନାହିଁ । ସେମାନେ ଉଭୟ ପରିବାରର ସହମତିରେ ମିଛ କହୁଥିଲେ । ମେଘାଳୟ ପୋଲିସ ମିଛ କହୁଛି । "

ସୂଚନାଯୋଗ୍ୟ, ଗତ ମେ ୨୧ତାରିଖରେ ହନିମୁନ ପାଇଁ ମେଘାଳୟରେ ପହଞ୍ଚିଥିଲେ ଇନ୍ଦୋର ଦମ୍ପତି ରାଜା ରଘୁବଂଶୀ ଏବଂ ସୋନମ । ୨୩ ତାରିଖରେ ଉଭୟେ ନିଖୋଜ ହୋଇଥିବା ଅଭିଯୋଗ ହୋଇଥିଲା ।  ଜୁନ ୨ ତାରିଖରେ ମିଳିଥିଲା ରାଜା ରଘୁବଂଶୀଙ୍କ ମୃତଦେହ । ପତ୍ନୀ ସୋନମଙ୍କର କିଛି ବି ଖୋଜ ଖବର ମିଳିନଥିଲା । ମେଘାଳୟ ପୋଲିସ ଏହି ମାମଲାର ଜୋରଦାର ଛାନଭିନ ଆରମ୍ଭ କରିଥିଲା । ଏହି ଦମ୍ପତିଙ୍କ ଗତିବିଧି କେମିତି ଥିଲା, ଜାଣିବା ପାଇଁ ନିକଟରେ ଥିବା ସମସ୍ତ ସିସିଟିଭି ଯାଞ୍ଚ କରାଯାଇଥିଲା । ପୋଲିସର ତଦନ୍ତ ପରେ ସୋନମ ହିଁ ଘଟଣା ପଛର ମାଷ୍ଟରମାଇଣ୍ଡ ବୋଲି ଜଣାପଡିଛି । ସୋନମ ନିଜ ସ୍ୱାମୀଙ୍କୁ ମାରିବାକୁ ସୁପାରୀ ଦେଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

Advertisment

ଅଧିକ ପଢନ୍ତୁ : ହନିମୁନ ଟ୍ରିପ୍‌ରେ ସ୍ୱାମୀକୁ ହତ୍ୟା ଘଟଣାର ବଡ଼ ଖୁଲାସା : ସ୍ତ୍ରୀ ଦେଇଥିଲା ସୁପାରୀ, ଏମିତି ରଚିଥିଲା ଷଡଯନ୍ତ୍ର...

Murder Honeymoon
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ