Advertisment

ବିବାହ ଭୋଜିରୁ ଫେରୁଥିଲେ ସରପଞ୍ଚ; ମୁଣ୍ଡଉପରେ ଚଢ଼ିଗଲା ହାଇୱା

ବିବାହ ଭୋଜିରେ ଯୋଗଦେବା ପାଇଁ ଆସି ଘରକୁ ଫେରୁଥିବା ବେଳେ ଏକ ହାଇୱା ସେ ବସିଥିବା ବୁଲେଟକୁ ଧକ୍କା ଦେଇଥିଲା । ଫଳରେ ସେ ତଳେ ପଡିଯାଇଥିଲେ । ତାଙ୍କ ମୁଣ୍ଡ ଉପରେ ହାଇୱାଟି ଚଢ଼ିଯିବା ପରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା ।

ଅଦ୍ୟତନ ହୋଇଛି
Hiwa climbed on Sarpanch's head

Hiwa climbed on Sarpanch's head

Advertisment

ହାଇୱା ଧକ୍କାରେ ମହିଳା ସରପଞ୍ଚଙ୍କ ମୃତ୍ୟୁ ହୋଇଛି । ଆଜି ଅପରାହ୍ନରେ ନିମାପଡ଼ା ବଳଙ୍ଗା ରାସ୍ତା ଡେଲ୍ଟା ଛକ ନିକଟରେ ଏକ ହାଇୱା ଧକ୍କାରେ ମହିଳା ସରପଞ୍ଚଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଥିବା ସୂଚନା ମଳିଛି । ମୃତ ସରପଞ୍ଚ ହେଉଛନ୍ତି ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ବିରାମଚନ୍ଦ୍ରପୁର ପଞ୍ଚାୟତର ସରପଞ୍ଚ ଦୀପା ବେହେରା ।

Advertisment

ଆଜି ସେ ତାଙ୍କ ଭାଇ ଓ ଅନ୍ୟଜଣେ ସମ୍ପର୍କୀୟ ନିମାପଡାକୁ ଏକ ବିବାହ ଭୋଜିରେ ଯୋଗଦେବା ପାଇଁ ଆସି ଘରକୁ ଫେରୁଥିବା ବେଳେ ଏକ ହାଇୱା ସେ ବସିଥିବା ବୁଲେଟକୁ ଧକ୍କା ଦେଇଥିଲା । ଫଳରେ ସେ ତଳେ ପଡିଯାଇଥିଲେ । ତାଙ୍କ ମୁଣ୍ଡ ଉପରେ ହାଇୱାଟି ଚଢ଼ିଯିବା ପରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା ।

ତାଙ୍କର ଭାଇ ଓ ସମ୍ପର୍କୀୟ ଅଳ୍ପକେ ବର୍ତ୍ତିଯାଇଥିଲେ । ଘଟଣାସ୍ଥଳରୁ ହାଇୱା ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ନିମାପଡ଼ା ପୁଲିସ ହାଇୱା ଟ୍ରକକୁ ଜବତ କରି ତଦନ୍ତ ଚଳାଇଛି । ଖବର ପାଇ ସରପଞ୍ଚଙ୍କ ସମର୍ଥକ ଘଟଣାସ୍ଥଳରେ ପହଞ୍ଚିବା ପରେ ଉତ୍ତେଜନା ପ୍ରକାଶ ପାଇଛି ।

Advertisment

କୋଣାର୍କରୁ ସଞ୍ଜୟ ପତିଙ୍କ ରିପୋର୍ଟ ଓଟିଭି

Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ