Advertisment

ପାଣିରେ ବୁଡ଼ି ୨ ଶିଶୁ ମୃତ୍ୟୁ ଘଟଣା: ୯ ବର୍ଷ ପରେ ଆସିଲା ରାୟ

ଅନୁଗୁଳ ବଅଁରପାଳ ୟୁପି ସ୍କୁଲ ପରିସର ଅଙ୍ଗନବାଡ଼ି କେନ୍ଦ୍ରରେ ଅଘଟଣ ଘଟିଥିଲା। ୨୦୧୨ ସେପ୍ଟେମ୍ୱର ୭ ତାରିଖରେ ସ୍କୁଲ କ୍ୟାମ୍ପସ୍‌ ପରିସରରେ ନୂଆ ଘର ନିର୍ମାଣ ପାଇଁ ଖୋଳା ଯାଇଥିବା ନିଆଁରେ ଥିବା ପାଣିରେ ବୁଡ଼ି ଦୁଇ ଜଣ ଛୋଟ ପିଲାଙ୍କ ମୃତ୍ୟୁ ଘଟିଥିଲା। ଏହି ଖବର ପ୍ରକାଶ ପାଇବା ପରେ ସମଗ୍ର ରାଜ୍ୟରେ ଉଦ୍‌ବେଗ ପ୍ରକାଶ ପାଇଥିଲା।

High court

High court

Advertisment

କଟକ: ଅନୁଗୁଳ ବଅଁରପାଳରେ ପାଣିରେ ବୁଡ଼ି ୨ ଶିଶୁ ମୃତ୍ୟୁ ଘଟଣାରେ ହାଇକୋର୍ଟଙ୍କ ରାୟ। ୨ ଶିଶୁଙ୍କ ପରିବାରକୁ ୧୦ ଲକ୍ଷ ଲେଖାଏଁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଅନୁଗୁଳ ଜିଲ୍ଲାପାଳଙ୍କୁ ୪ ସପ୍ତାହ ଭିତରେ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ। ଏନେଇ ନଭେମ୍ୱର ୧ ତାରିଖ ସୁଦ୍ଧା କମ୍ପ୍ଲାଏନ୍ସ ରିପୋର୍ଟ ଦାଖଲ କରିବାକୁ କୋର୍ଟ କହିଛନ୍ତି।

Advertisment

ଅନୁଗୁଳ ବଅଁରପାଳ ୟୁପି ସ୍କୁଲ ପରିସର ଅଙ୍ଗନବାଡ଼ି କେନ୍ଦ୍ରରେ ଅଘଟଣ ଘଟିଥିଲା। ୨୦୧୨ ସେପ୍ଟେମ୍ୱର ୭ ତାରିଖରେ ସ୍କୁଲ କ୍ୟାମ୍ପସ୍‌ ପରିସରରେ ନୂଆ ଘର ନିର୍ମାଣ ପାଇଁ ଖୋଳା ଯାଇଥିବା ନିଆଁରେ ଥିବା ପାଣିରେ ବୁଡ଼ି ଦୁଇ ଜଣ ଛୋଟ ପିଲାଙ୍କ ମୃତ୍ୟୁ ଘଟିଥିଲା। ଏହି ଖବର ପ୍ରକାଶ ପାଇବା ପରେ ସମଗ୍ର ରାଜ୍ୟରେ ଉଦ୍‌ବେଗ ପ୍ରକାଶ ପାଇଥିଲା।

ଛୋଟ ଛୋଟ ପିଲାମାନଙ୍କୁ ଅତି ଦୟନୀୟ ଭାବେ ମୃତ୍ୟୁ ମୁଖରେ ଛାଡ଼ି ଦିଆଯାଉଛି ବୋଲି ଅଭିଯୋଗ ହୋଇଥିଲା। ଏହି ଘଟଣାରେ ରାଜ୍ୟ ସରକାରଙ୍କ ଖାମ୍‌ଖିଆଲ୍‌ ନୀତିକୁ ଦାୟୀ କରି ଦୁଇ ଶିଶୁଙ୍କ ବାପା-ମାଆ କ୍ଷତିପୂରଣ ଦାବିରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଆଜି ଏହି ମାମଲାରେ ରାୟ ପ୍ରକାଶ ପାଇଛି। ହାଇକୋର୍ଟ ମାମଲାକୁ ବିଚାର କରି ଉପରୋକ୍ତ ରାୟ ଶୁଣାଇଛନ୍ତି।

Advertisment
Odisha Orissa High Court Drowning Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ