ହାଇଟେକ୍ ଟ୍ରାଜେଡି: ‘DNA ଟେଷ୍ଟ ରିପୋର୍ଟ ଆସିବା ପରେ ହେବ ଶବ ହସ୍ତାନ୍ତର’

DNA ପ୍ରୋଫାଇଲିଂ ପାଇଁ ସାମ୍ପୁଲ ଦିଲ୍ଲୀ ପଠାଯିବ। ଅତିକମ୍‌ରେ ୭ ଦିନ ସମୟ ଲାଗିବ, ରିପୋର୍ଟ ଆସିଲେ ଶବ ଦିଆଯିବ ବୋଲି ADCP କହିଛନ୍ତି ।

Hitech Tragedy

ହାଇଟେକ୍ ବିସ୍ଫୋରଣରେ ମୃତ ତୃତୀୟ ବ୍ୟକ୍ତିଙ୍କ ଶବ ହସ୍ତାନ୍ତର ହେବନି । DNA ଟେଷ୍ଟ ରିପୋର୍ଟ ଆସିବା ପରେ ପରିବାରକୁ ଶବ ହସ୍ତାନ୍ତର ହେବ ବୋଲି ଘଟଣାର ତଦନ୍ତ ଦାୟିତ୍ୱରେ ଥିବା ADCP ପ୍ରକାଶ ପାଲ୍ ସୂଚନା ଦେଇଛନ୍ତି। ଏମ୍ସ ହସ୍ପିଟାଲକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ବୋଲି ADCP କହିଛନ୍ତି ।

DNA ପ୍ରୋଫାଇଲିଂ ପାଇଁ ସାମ୍ପୁଲ ଦିଲ୍ଲୀ ପଠାଯିବ। ଅତିକମ୍‌ରେ ୭ ଦିନ ସମୟ ଲାଗିବ, ରିପୋର୍ଟ ଆସିଲେ ଶବ ଦିଆଯିବ ବୋଲି ADCP କହିଛନ୍ତି । ଗତକାଲି ରାତିରେ ନିଜକୁ ଦିଲୀପ କହୁଥିବା ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ପୁଅର ମୃତ୍ୟୁ ପରେ ମେଡିକାଲ ଓ ମଞ୍ଚେଶ୍ୱର ଥାନା IICଙ୍କ ନାଁରେ ଏତଲା ଦେଇଛନ୍ତି ମୃତ ଦିଲୀପଙ୍କ ମା’ । ADCPଙ୍କୁ ଭେଟି ଏତଲା ଦେଇଛନ୍ତି ଦିଲୀପଙ୍କ ମା' ଅହଲ୍ୟା ସାମନ୍ତରାୟ।