Advertisment

ରସିକିଆ ହେଡ୍‌ ସାର୍‌ : ୧୨ ବର୍ଷର ଝିଅ ଥାଉ ଥାଉ ପୁଣି ବିବାହ କଲେ

ସ୍କୁଲ ଭିତରେ ପ୍ରଧାନ ଶିକ୍ଷକଙ୍କ ହେଲା ଦ୍ୱିତୀୟ ବିବାହ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ସୁଜାମାଜୁ ହାଇସ୍କୁଲରେ। ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀପତି ନାୟକ ଜଣେ ଯୁବତୀଙ୍କୁ ଦ୍ୱିତୀୟ ବିବାହ କରିଥିବା ନେଇ ତାଙ୍କର ପ୍ରଥମ ପତ୍ନୀ ନିରୁପମା ଡାକୁଆ ବାଲିଗୁଡା ଥାନାରେ ଲିଖିତ ଅଭିଯୋଗ ବି କରିଛନ୍ତି । ଖାଲି ଅଭିଯୋଗ ହୋଇଛି ତାହା ନୁହେଁ ବରଂ ସୋସିଆଲ ମିଡିଆରେ ପ୍ରଧାନଶିକ୍ଷକଙ୍କ ଫଟୋ ଗୋଟିଏ ମୋବାଇଲରୁ ଅନ୍ୟ ମୋବାଇଲକୁ ଘୂରି ବୁଲୁଛି।

ଅଦ୍ୟତନ ହୋଇଛି
Baliguda Teacher Remarries On School Premises, First Wife Lodges FIR

Head Master

Advertisment

ବିବାହ ମଣ୍ଡପ ସାଜିଲା ସ୍କୁଲ। ବେକରେ ପଡିଲା ଫୁଲମାଳ, ମଥାରେ ଝଟକିଲା ସିନ୍ଦୂର। କଥାଟା ଶୁଣିବାକୁ ଟିକିଏ ଖଟକା ଲାଗୁଥିଲେ ବି ଏମିତି ଘଟଣା ଘଟିଛି କନ୍ଧମାଳ ଦାରିଙ୍ଗବାଡିରେ। ଯାହାକୁ ନେଇ ପୂରା ଜିଲ୍ଲାରେ ଏବେ ଜୋର ଧରିଛି ଚର୍ଚ୍ଚା।

Advertisment

ସ୍କୁଲ ଭିତରେ ପ୍ରଧାନ ଶିକ୍ଷକଙ୍କ ହେଲା ଦ୍ୱିତୀୟ ବିବାହ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ସୁଜାମାଜୁ ହାଇସ୍କୁଲରେ। ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀପତି ନାୟକ ଜଣେ ଯୁବତୀଙ୍କୁ ଦ୍ୱିତୀୟ ବିବାହ କରିଥିବା ନେଇ ତାଙ୍କର ପ୍ରଥମ ପତ୍ନୀ ନିରୁପମା ଡାକୁଆ ବାଲିଗୁଡା ଥାନାରେ ଲିଖିତ ଅଭିଯୋଗ ବି କରିଛନ୍ତି । ଖାଲି ଅଭିଯୋଗ ହୋଇଛି ତାହା ନୁହେଁ ବରଂ ସୋସିଆଲ ମିଡିଆରେ ପ୍ରଧାନଶିକ୍ଷକଙ୍କ ଫଟୋ ଗୋଟିଏ ମୋବାଇଲରୁ ଅନ୍ୟ ମୋବାଇଲକୁ ଘୂରି ବୁଲୁଛି।

ଦେଖନ୍ତୁ ଭିଡିଓ | ରସିକିଆ ସ୍କୁଲ ସାର୍‌...ପାଠ କମ୍‌, ଅଧିକ ପଢାଉଛନ୍ତି ପ୍ରେମପାଠ

ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପ୍ରଧାନଶିକ୍ଷକ ଶ୍ରୀପତି ନିଜ ବିବାହ ପାଇଁ ସ୍କୁଲର ଷ୍ଟୋର ରୁମରେ କେକ୍ କାଟିବା ସହ ବରଣମାଳ ଅଦଳବଦଳ ହୋଇଥିଲା। ଶିକ୍ଷାନୁଷ୍ଠାନ ଭିତରେ ହୋଇଥିବା ଏହି ବାହାଘରରେ ସ୍କୁଲର ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ ତାହା ପୁଣି ସ୍କୁଲ ୟୁନିଫର୍ମରେ। କଥା ଏତିକିରେ ସରିନି...ବରଂ ଦ୍ୱିତୀୟ ବିବାହର ଭୋଜି ବି ସ୍କୁଲରେ ହୋଇଥିବା ଜଣାପଡିଛି।

Advertisment

ଶ୍ରୀପତୀ ପ୍ରଥମେ ନିରୁପମା ଡାକୁଆ ନାମକ ଜଣେ ମହିଳାଙ୍କୁ ବିବାହ କରିଥିଲେ । ଉଭୟଙ୍କ ଔରସରୁ ଝିଅ ବି ଜନ୍ମ ହୋଇଛି। ୧୨ ବର୍ଷର ଝିଅ ଘରେ ଥାଉ ଥାଉ ଏବେ ପୁଣି ଜଣଙ୍କୁ ବିବାହ କରିଥିବାରୁ ଥାନାରେ ମାମଲା ରୁଜୁ ହୋଇଛି। ତେବେ ସରକାରୀ ସ୍କୁଲ ହତା ଭିତରେ ଏମିତି ଉତ୍ସବ କେମିତି ହେଲା ସେନେଇ ପ୍ରଶ୍ନ ଉଠାଇଛନ୍ତି ନିରୁପମା। ସେପଟେ ଘଟଣାକୁ ନେଇ ମୁହଁ ଖୋଲିଛନ୍ତି ଶ୍ରୀପତି। କହିଛନ୍ତି, ଏହା ମୋର ଜନ୍ମଦିନ ପାର୍ଟି। ବିବାହ କଥା ସଂପୂର୍ଣ୍ଣ ମିଛ।

ସ୍କୁଲ ହତା ଭିତରେ ବାହାଘର ହେଉ କି ଜନ୍ମଦିନ ଉତ୍ସବ ହେଉ। ଉଭୟ ବେଆଇନ। ଜଣେ ପ୍ରଧାନଶିକ୍ଷକ ସ୍କୁଲ ପରିସରରେ କେମିତି ଏମିତି ବେଆଇନ କାମ କଲେ ତାହାକୁ ନେଇ ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ଏନେଇ ପ୍ରଶାସନର କୌଣସି ପ୍ରତିକ୍ରିୟା ଆମର ହସ୍ତଗତ ହୋଇନାହିଁ।

Advertisment

ବାଲିଗୁଡାରୁ ଅଜିତ ନାୟକଙ୍କ ରିପୋର୍ଟ

Marriage
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ