Advertisment

Man Raped Daughter-In-Law: ବୋହୂଙ୍କୁ ଦୁଷ୍କର୍ମ କରି ହତ୍ୟା କଲା ଶ୍ବଶୁର, ୧୦ ଫୁଟ ଗାତରୁ ମିଳିଲା ମୃତଦେହ

ହରିୟାଣାର ଫରିଦାବାଦରେ ବିବାହ କରିଥିବା ଜଣେ ମହିଳାଙ୍କୁ ତାଙ୍କ ଶ୍ୱଶୁର ଦୁଷ୍କର୍ମ କରିବା ପରେ ହତ୍ୟା କରି ୧୦ ଫୁଟ ଗଭୀର ଗାତ ଖୋଳି ପୋତି ଦେଇଥିଲେ । ଘଟଣାର ତଦନ୍ତ ବେଳେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯିବା ପରେ ସମସ୍ତ ଘଟଣା ସାମନାକୁ ଆସିଥିଲା ।

ଅଦ୍ୟତନ ହୋଇଛି
Man Raped Daughter-In-Law

Man Raped Daughter-In-Law

Advertisment

ହରିୟାଣାର ଫରିଦାବାଦରେ ଘଟିଛି ଚାଞ୍ଚଲ୍ୟକର ଘଟଣା । ବୋହୂକୁ ଦୁଷ୍କର୍ମ କରିବା ପରେ ହତ୍ୟା କରି ୧୦ ଫୁଟର ଗଭୀର ଗାତ ଖୋଳି ପୋତି ଦେଇଛି ଶ୍ୱଶୁର । ଉତ୍ତରପ୍ରଦେଶର ଜଣେ ୨୪ ବର୍ଷୀୟା ମହିଳାଙ୍କ ହତ୍ୟା ହେବା ଘଟଣାରେ ନୂଆ ତଥ୍ୟ ସାମନାକୁ ଆସିଛି । ଏପ୍ରିଲ ମାସରେ ଉକ୍ତ ମହିଳାଙ୍କ ସହ ଏସବୁ ଘଟଣା ଘଟିଥିଲେ ମଧ୍ୟ ପ୍ରାୟ ଦୁଇ ମାସ ପର୍ଯ୍ୟନ୍ତ ତାଙ୍କ ଶ୍ୱଶୁର ଘର ଲୋକେ ସେ ନିଖୋଜ ଥିବା କହିଥିଲେ । 

Advertisment

ଫିରୋଜାବାଦ ଜିଲ୍ଲାର ସିକୋହାବାଦର ଉକ୍ତ ମହିଳା ୨୦୨୩ ଜୁଲାଇ ମାସରେ ଫରିଦାବାଦରେ ବିବାହ କରିଥିଲେ । ବିବାହର ଦୁଇ ବର୍ଷ ପର୍ଯ୍ୟନ୍ତ ତାଙ୍କୁ ଯୌତୁକ ଜନିତ ନିର୍ଯାତନା ଦିଆଯାଉଥିଲା ବୋଲି ତଦନ୍ତରୁ ଜଣା ପଡିଛି । ତଦନ୍ତ ବେଳେ ଗତ ଜୁନ ୨୧ ତାରିଖରେ ତାଙ୍କ ଶ୍ୱଶୁର ଘର ବାହାରେ ୧୦ ଫୁଟ ଗଭୀର ଗର୍ତ୍ତ ଭିତରେ ତାଙ୍କ ମୃତଦେହ ମିଳିବା ପରେ ସବୁ ଘଟଣା ସାମନାକୁ ଆସିଛି । 

ଅଧିକ ପଢନ୍ତୁ: ଲୁଚି ବୁଲୁଥିଲା ପତ୍ନୀହନ୍ତା ସ୍ୱାମୀ, ୨୩ ବର୍ଷ ପରେ ଧରା ପଡିଲା 

ପୋଲିସ୍ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପଚରାଉଚରା ବେଳେ ଅଭିଯୁକ୍ତ ଶ୍ୱଶୁର ତାଙ୍କ ଦୋଷ ସ୍ୱୀକାର କରିଛନ୍ତି । ଏବେ ତାଙ୍କୁ ପୋଲିସ୍ ତିନି ଦିନିଆ ରିମାଣ୍ଡରେ ନେଇଛି । ପୋଲିସ୍ କହିଛି ଯେ, ଏପ୍ରିଲ ୧୪ ତାରିଖରେ ମହିଳାଙ୍କୁ ହତ୍ୟା କରିବା ପାଇଁ ଯୋଜନା କରାଯାଇଥିଲା । ଯୋଜନା ସ୍ୱରୂପ, ମହିଳାଙ୍କ ଶାଶୁଙ୍କୁ ଉତ୍ତରପ୍ରଦେଶର ଏକ ବିବାହ ଉତ୍ସବରେ ଯୋଗ ଦେବା ପାଇଁ ପଠା ଯାଇଥିଲା । ଏପ୍ରିଲ ୨୧ ତାରିଖ ରାତିରେ ମହିଳାଙ୍କ ସ୍ୱାମୀ ଓ ତାଙ୍କ ଭଉଣୀଙ୍କୁ ଖାଦ୍ୟରେ ନିଦ ବଟିକା ଦିଆ ଯାଇ ଅଚେତ କରାଯାଇଥିଲା । ଉକ୍ତ ମହିଳାଙ୍କୁ ମଧ୍ୟ ନିଦ ବଟିକା ଦିଆ ଯାଇଥିଲା । ସେମାନେ ଭିନ୍ନ ଭିନ୍ନ କୋଠରୀରେ ଶୋଇଥିଲେ । 

Advertisment

ମହିଳାଙ୍କ ଶ୍ୱଶୁର ସ୍ୱୀକାରୋକ୍ତିରେ କହିଛନ୍ତି ଯେ, ସେ ତାଙ୍କ ବୋହୂଙ୍କୁ ହତ୍ୟା କରିବା ପାଇଁ ସେ ଶୋଇଥିବା ରୁମକୁ ଯାଇଥିଲେ । ହେଲେ ତା ପୂର୍ବରୁ ସେ ତାଙ୍କ ଅଚେତ ଅବସ୍ଥାରେ ଥିବା ବୋହୂଙ୍କୁ ଦୁଷ୍କର୍ମ କରିଥିଲେ । କିନ୍ତୁ ଏପର୍ଯ୍ୟନ୍ତ ବି ସେ ଏହି ଘଟଣା ତାଙ୍କ ସ୍ତ୍ରୀ କିମ୍ବା ପୁଅଙ୍କୁ ଜଣାଇ ନଥିଲେ । ହତ୍ୟାକାଣ୍ଡ ଘଟାଇବା ପରେ ସେ ତାଙ୍କ ପୁଅକୁ ଛାତ ଉପରକୁ ଡାକି ମହିଳାଙ୍କ ମୃତଦେହକୁ ଏକ ଜରିରେ ଗୁଡାଇ ରାସ୍ତାରେ ପୂର୍ବରୁ ଖୋଳା ଯାଇଥିବା ଗର୍ତ୍ତରେ ଫିଙ୍ଗିଥିଲେ । ମୃତଦେହ ଫିଙ୍ଗି ତା ଉପରେ ସ୍ଲାବ ପକାଇ ଦେଇଥିଲେ । 

ପୋଲିସ୍ କହିଛି ଯେ, ଏହି ଗର୍ତ୍ତକୁ ଡ୍ରେନ କାମ କରିବା ପାଇଁ ଖୋଳା ଯାଇଥିଲା । ଏହି ଘଟଣା ଘଟାଇବା ପରେ ଏପ୍ରିଲ ୨୫ ତାରିଖରେ ସେ ନିଖୋଜ ଖବର ରୁଜୁ କରିଥିଲେ । ତଦନ୍ତ ବେଳେ ଶ୍ୱଶୁରଙ୍କ ସମେତ ଶାଶୁ, ସ୍ୱାମୀ ଓ ନଣନ୍ଦଙ୍କ ନାମରେ ମଧ୍ୟ ମାମଲା ରୁଜୁ କରାଯାଇଛି। ପରେ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ୍ । 

Advertisment

ଅଧିକ ପଢନ୍ତୁ: ବୁର୍ଖା ପିନ୍ଧି ଆସିଲା; ୫ ମହଲାରୁ ଠେଲି ଦେଲା

Murder Rape Haryana
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ