Advertisment

Ex-Army Officer Assaulted : ଧୋକାଦେଲା ଅନ୍‌ଲାଇନ ପ୍ରେମିକା; ଅବସରପ୍ରାପ୍ତ କର୍ଣ୍ଣେଲଙ୍କୁ ଉଲଗ୍ନ କରି ମାଡ଼ ମାରି ଟଙ୍କା ନେଇଗଲା

ପରିଣତ ବୟସରେ ଦ୍ୱିତୀୟ ଥର ଘର ସଂସାର କରିବାକୁ ମନ କରିଥିଲେ । ହେଲେ ପ୍ରେମ ବଦଳରେ ମିଳିଲା ଧୋକା । ଆକାଉଣ୍ଟରୁ ଟଙ୍କା ଗଲା । ତା’ସହ ଘୋର ଲଜ୍ଜାର ବି ସାମ୍ନା କଲେ ୫୯ ବର୍ଷୀୟ ଅବସରପ୍ରାପ୍ତ କର୍ଣ୍ଣେଲ ।

ଅଦ୍ୟତନ ହୋଇଛି
Online Dating App

Online Dating App

Advertisment

ଅନ୍‌ଲାଇନ୍‌ରେ ପ୍ରେମ ଖୋଜୁଥିଲେ ସାବଧାନ । ୫୯ ବର୍ଷୀୟ ଅବସରପ୍ରାପ୍ତ କର୍ଣ୍ଣେଲ ଭଲ ପାଇବା ଆଶାରେ ଜୀବନସାଥୀ ଖୋଜି ହଟହଟା ହୋଇଛନ୍ତି। ପରିଣତ ବୟସରେ ଦ୍ୱିତୀୟଥର ସଂସାର କରିବାକୁ ମନ କରିଥିଲେ । ହେଲେ ପ୍ରେମ ବଦଳରେ ମିଳିଲା ଧୋକା । ଆକାଉଣ୍ଟରୁ ଟଙ୍କା ଗଲା ତା’ସହ ଘୋର ଲଜ୍ଜାର ବି ସାମ୍ନା କଲେ ।

Advertisment

ସୁନ୍ଦର ଚେହେରା ଦେଖି ଫସିଲେ ଆଉ ବ୍ଲାକ୍‌ମେଲର ଶିକାର ହେଲେ । ଏଭଳି ହଟହଟା ହୋଇଛନ୍ତି ଜଣେ ଅବସରପ୍ରାପ୍ତ କର୍ଣ୍ଣେଲ । ଗୁରୁଗ୍ରାମର ୫୯ ବର୍ଷୀୟ ଅବସରପ୍ରାପ୍ତ କର୍ଣ୍ଣେଲ ରଜନୀଶ ସୋନି ମାଡ଼ ଖାଇ ଟଙ୍କା ହରାଇ ଏବେ ନ୍ୟାୟ ପାଇଁ ଥାନାରେ ପହଞ୍ଚିଛନ୍ତି । ଜାନୁଆରୀ ମାସରେ ଜୀବନସାଥୀଙ୍କୁ ପାଇବା ଆଶାରେ ଏକ ମାଟ୍ରିମୋନିଆଲ ସାଇଟ୍‌ରେ ଯୋଗ ଦେଇଥିଲେ ।

ଏହାପରେ ମଥୁରାର ଜଣେ ମହିଳାଙ୍କ ସହ ଅନ୍‌ଲାଇନ୍‌ରେ ହୋଇଥିଲା ବନ୍ଧୁତା । କିଛି ଦିନର କଥାବାର୍ତ୍ତା ପରେ ଉକ୍ତ ମହିଳାଙ୍କୁ ଜୀବନ ସାଥୀ କରିବାକୁ ଚାହିଁଥିଲେ ରଜନୀଶ । ମହିଳା ଜଣଙ୍କ ମଧ୍ୟ ଏଥିରେ ରାଜି ହୋଇଥିଲେ । ସମ୍ପୃକ୍ତ ମହିଳା ଜଣକ ଚଳିତ ବର୍ଷ ଜାନୁଆରୀ ୧୧ ତାରିଖରେ କର୍ଣ୍ଣେଲଙ୍କୁ ଦେଖା କରିବା ପାଇଁ ଡାକିଥିଲେ । ତାଙ୍କ ଉପରେ ବିଶ୍ୱାସ କରି ରଜନୀଶ ମଧ୍ୟ ଚାଲି ଆସିଥିଲେ ।

Advertisment

ଅଧିକ ପଢ଼ନ୍ତୁ: ଜଘନ୍ୟ ହତ୍ୟାକାଣ୍ଡ; ଲୁଟେରାଙ୍କ ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ

ଜାନୁଆରୀ ୨୫ ତାରିଖରେ ମଥୁରାରେ ଉଭୟଙ୍କ ମଧ୍ୟରେ ଭେଟଘାଟ ହୋଇଥିଲା । ଦିନ ତମାମ ଉଭୟ ସମୟ କାଟିଥିଲେ । ବେଶ୍ ହସଖୁସିରେ ସବୁ କିଛି ଆଗକୁ ବଢ଼ିଥିଲା । ହେଲେ ଅବସରପ୍ରାପ୍ତ କର୍ଣ୍ଣେଲ ଜଣକ ଜାଣି ନଥିଲେ ଯେ ସନ୍ଧ୍ୟା ହେବା ମାତ୍ରେ ତାଙ୍କୁ ଭୟଙ୍କର ସ୍ଥିତିର ସାମ୍ନା କରିବାକୁ ପଡ଼ିବ।

ସୂର୍ଯ୍ୟଅସ୍ତ ହେବା ମାତ୍ରେ ମହିଳା ଜଣଙ୍କ ନିଜ ଭାଇଙ୍କ ଦୁର୍ଘଟଣା କଥା କହି ଏହି ଏକ୍ସ ଆର୍ମି ଅଫିସରଙ୍କୁ ତାଙ୍କୁ ନିକଟସ୍ଥ ବସ୍‌ ଷ୍ଟାଣ୍ଡରେ ଛାଡ଼ି ଦେବାକୁ ଅନୁରୋଧ କରିଥିଲେ । ବିଶ୍ୱାସ କରି ରଜନୀଶ ମଧ୍ୟ ମହିଳାଙ୍କ ସହ ସେଠାକୁ ଯାଇଥିଲେ । ହେଲେ ସେଠାରେ ପହଞ୍ଚିବା କ୍ଷଣି ଚକିତ ହୋଇପଡିଥିଲେ ରଜନୀଶ । ସେଠାରେ ଜୋରଜବରଦସ୍ତ ତାଙ୍କୁ ଏକ ଗାଡ଼ିରେ ପୂରାଇ ତାଙ୍କ ଉପରେ ଆକ୍ରମଣ କରାଯାଇଥିଲା ।

Advertisment

ମହିଳା ଜଣକ ନିଜ ସାଥୀଙ୍କ ସହ ମିଶି ଅବସରପ୍ରାପ୍ତ କର୍ଣ୍ଣେଲଙ୍କୁ ଏକ ନିଛାଟିଆ ସ୍ଥାନକୁ ନେଇ ବନ୍ଧୁକ ଦେଖାଇ ଉଲଗ୍ନ କରି ମାଡ଼ ମାରିଥିଲେ । ଏହାପରେ ଆପତ୍ତିଜନକ ଭିଡିଓ କରି ଆରମ୍ଭ କରିଦେଇଥିଲେ ବ୍ଲାକମେଲିଂ। ଟଙ୍କା ନଦେଲେ ଭାଇରାଲ କରିବାକୁ ଧମକ ଦେଇଥିଲେ । ପରେ ତାଙ୍କ ଠାରୁ ମୋବାଇଲ ଫୋନ, ସୁନା ଚେନ, ଡେବିଟ କାର୍ଡ ଓ ନଗଦ ୧୨ ହଜାର ଟଙ୍କା ନେଇ ଯାଇଥିଲେ ।

ପ୍ରେମ ଜାଲରେ ଫସାଇ ମହିଳା ଜଣଙ୍କ ତାଙ୍କଠାରୁ ପାଖାପାଖି ୧.୯୫ ଲକ୍ଷ ଟଙ୍କା ଲୁଟ୍ କରିଥିବା ରଜନୀଶ ଅଭିଯୋଗ କରିଛନ୍ତି । ସେ ଏନେଇ ଏପ୍ରିଲ ୩ ତାରିଖରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଜୀବନ ସାଥୀ ଖୋଜିବା ସମୟରେ ଏପରି ଘଟଣା ଘଟିବ ବୋଲି ସେ ସ୍ୱପ୍ନରେ ମଧ୍ୟ ଭାବି ନଥିଲେ ବୋଲି କହିଛନ୍ତି । ଅଭିଯୋଗ ପରେ ମଥୁରାରେ ଥିବା ବାରସାନା ପୋଲିସ୍‌ ଏଫଆଇଆର ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ଅଧିକ ପଢ଼ନ୍ତୁ: ସନ୍ଦେହର କରୁଣ ପରିଣତି; ରାସ୍ତା ଉପରେ ସ୍ତ୍ରୀ ବେକ କାଟିଦେଲା ସ୍ୱାମୀ

Crime News Haryana Special Story Matrimonial Fraud
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ