Advertisment

ବୟସ ବଢ଼ିବାରୁ ହାର୍ଡଖୋର ମାଓ ନେତା ସୀତାରାମ ରେଡ୍ଡୀଙ୍କ ଆତ୍ମ ସମର୍ପଣ

ତେଲେଙ୍ଗାନା ପୋଲିସକୁ ମିଳିଲା ବଡ଼ ସଫଳତା । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳର ହାର୍ଡଖୋର ମାଓ ନେତା ସୀତାରାମ ରେଡ୍ଡୀ କରିଛି ଆତ୍ମ ସମର୍ପଣ ।

ଅଦ୍ୟତନ ହୋଇଛି
Mao Neta Sibanna

Mao Neta Sibanna

Advertisment

ଖମାମ: ତେଲେଙ୍ଗାନା ପୋଲିସକୁ ମିଳିଲା ବଡ଼ ସଫଳତା । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳର ହାର୍ଡଖୋର ମାଓ ନେତା ସୀତାରାମ ରେଡ୍ଡୀ କରିଛନ୍ତି ଆତ୍ମ ସମର୍ପଣ । ସୀତାରାମ ରେଡ୍ଡୀ ଓରଫ ଶିବାନ୍ନା ତେଲେଙ୍ଗାନାର ଖମାମ ଜିଲ୍ଲା ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଥିବା ସୂଚନା ରହିଛି । ୨୦୦୮ ମସିହାରୁ ଆନ୍ଧ୍ର ଓଡିଶା ବୋର୍ଡର ଜୋନାଲ କମିଟିର DCM ଡିଭିଜନାଲ କମିଟି ମେମ୍ବର ଭାବେ କାମ କରୁଥିଲା । ଆନ୍ଧ୍ର ଏବଂ ଓଡିଶାରେ ଅନେକ ବଡ଼ ବଡ଼ ମାଓ ହିଂସାକାଣ୍ଡରେ ଜଡିତ ଥିଲେ ସିବାନ୍ନା । ଏହି ମାଓ ନେତା ସୀତାରାମ ରେଡ୍ଡୀଙ୍କ ନିଜ ଘର କୋତ୍ତାଗୂଡେମ ଜିଲ୍ଲାରେ ।

Advertisment

ସେ ଗତ ୩୦ ବର୍ଷ ଧରି ନକ୍ସଲ ସଂଗଠନରେ ଜଣେ ଆଗ ଧାଡ଼ିର ସକ୍ରିୟ ସଦସ୍ୟ ଭାବେ କାର୍ଯ୍ୟ କରୁଥିଲେ । ଏକ ଲ୍ୟାଣ୍ଡମାଇନ ବିସ୍ଫୋରଣ ସମୟରେ ତାଙ୍କର ଗୋଟିଏ ହାତ କଟି ଯାଇଥିଲା । ପରେ ବିଶାଖାପାଟଣା ପୋଲିସ ତାଙ୍କୁ ଗିରଫ କରି ଜେଲ ପଠାଇ ଥିଲା । କିଛି ବର୍ଷ ପରେ ଜେଲରୁ ମୁକୁଳିବା ପରେ ପୁଣି ଥରେ ସେ ମାଓ ସଂଗଠନରେ ଯୋଗଦେଇ ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ କାର୍ଯ୍ୟ କରି ଆସୁଥିଲେ । ସ୍ୱାଭିମାନ ଅଞ୍ଚଳରେ ଏକାଧିକ ବି.ଏସ.ଏଫ କ୍ୟାମ୍ପ ସ୍ଥାପନ ହେବା ପରେ ସେଠାରେ ନକ୍ସଲମାନେ ରହିବା ମୁସକିଲ ହୋଇଯାଇଥିଲା । ଏହାସହ ବୟସ ବୃଦ୍ଧି କାରଣରୁ ଏହି ଦୁର୍ଦାନ୍ତ ମାଓବାଦୀ ନେତା ସୀତାରାମ ରେଡ୍ଡୀ ଖମାମ ପୋଲିସ ନିକଟରେ ଆତ୍ମସମର୍ପଣ କରିଛି ।

Advertisment

ତେବେ ଅଗଷ୍ଟ ୨୪ ତାରିଖରେ ଛତିଶଗଡ଼ର ମାଓ ପ୍ରଭାବିତ ସୁକ୍‌ମା ଜଙ୍ଗଲରେ ମୁହାଁମୁହିଁ ହୋଇଥିଲେ ସୁରକ୍ଷାକର୍ମୀ-ମାଓବାଦୀ । ଗୁଳି ବିନିମୟରେ ଟପ୍ କମାଣ୍ଡରଙ୍କ ସହ ୨ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି । ସୁକ୍‌ମା ଜିଲ୍ଲା କୋଣ୍ଟା ଥାନା ଅଞ୍ଚଳରେ ଏହି ଘଟଣା ଘଟିଥିବା ଜଣାପଡିଛି ।ସୁକମା ଏସ୍‌ପିଙ୍କ ସୁଚନା ଅନୁସାରେ, ଛତିଶଗଡ ପୋଲିସର ରିଜର୍ଭ ଗାର୍ଡ, ସିଆରପିଏଫ୍ ଏବଂ କୋବ୍ର ବାଟାଲିୟନର ମିଳିତ ଟିମ୍ ଗୋମ୍ପାଡ ଏବଂ କହ୍ନାଇଗୁଡା ଗାଁ ନିକଟ ଜଙ୍ଗଲରେ ନକ୍ସଲ ବିରୋଧୀ ଅଭିଯାନ ଚଳାଇଥିଲେ । ୨୪ ତାରିଖ ସକାଳ ୫ଟାରେ ଘଞ୍ଚ ଜଙ୍ଗଲରେ ମାଓବାଦୀଙ୍କ ସହ ସେମାନେ ମୁହାଁମୁହିଁ ହୋଇଥିଲେ ।

Advertisment

ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ପରେ ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ ବେଳେ ମାଓବାଦୀଙ୍କ ମୃତଦେହ ମିଳିଥିଲା । ସେମାନଙ୍କ ପରିଚୟ ସ୍ପଷ୍ଟ ହୋଇ ନ ଥିଲେ ହେଁ ସେମାନଙ୍କ ମଧ୍ୟରୁ ଜଣେ କୋଣ୍ଟା ଏରିଆ କମାଣ୍ଡର କଓ୍ୱାସି ହୁଙ୍ଗା ହୋଇଥିବା ଅନୁମାନ କରାଯାଉଛି । ଘଟଣାସ୍ଥଳରୁ ବିପୁଳ ଅସ୍ତ୍ରଶସ୍ତ୍ର ସହ ବହୁ ମାଓ ସାମଗ୍ରୀ ଜବତ କରିଥିଲେ ସୁରକ୍ଷାକର୍ମୀ । 

Chattisgarh Maoist Surrender
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ