Advertisment

କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ନାଁରେ ଥାନାରେ ଏତଲା

ପ୍ରଥମେ ଜଗତପୁର ଥାନାରୁ ଯାଇ ମହିଳା ଥାନାରେ ଯୁବତୀ ଜଣକ ଏତଲା କରିଛନ୍ତି । ଯୁବତୀ ଜଣଙ୍କୁ ଗାୟିକା କରାଇ ଦେବାର ପ୍ରତିଶ୍ରୁତି ଦେଇ ଶୋଷଣ କରାଯାଇଥିବା ଅଭିଯୋଗ ହୋଇଛି ।

ଅଦ୍ୟତନ ହୋଇଛି
undefined

Sourin Bhatt

Advertisment

ମୁମ୍ବାଇର ପ୍ରତିଷ୍ଠିତ କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ନାଁରେ ଥାନାରେ ଏତଲା ହୋଇଛି । ସୌରିନଙ୍କ ନାଁରେ ଜଣେ ଯୁବତୀ ଥାନାରେ ଅଭିଯୋଗ କରିଛନ୍ତି । ପ୍ରଥମେ ଜଗତପୁର ଥାନାରୁ ଯାଇ ଯୁବତୀ ଜଣକ ମହିଳା ଥାନାରେ ଏତଲା କରିଛନ୍ତି । ଯୁବତୀଙ୍କୁ ଗାୟିକା କରାଇଦେବାର ପ୍ରତିଶ୍ରୁତି ଦେଇ ଶୋଷଣ କରାଯାଇଥିବା ଅଭିଯୋଗ କରାଯାଇଛି । ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦିଆଯାଇଥିବା ସଂପୃକ୍ତ ଯୁବତୀ ଅଭିଯୋଗ କରିଥିବା ଜଣାପଡ଼ିଛି । ଯୁବତୀ ଜଣକ ଜଗତପୁର ଥାନାକୁ ଯାଇଥିଲେ, ପରେ ସେଠାରୁ ପୋଲିସ ମହିଳା ଥାନା ପଠାଇଥିଲା ।

Advertisment

ଯୁବତୀଙ୍କ ଏତଲା ଆଧାରରେ ମାମଲା ରୁଜୁ କରିଛି ମହିଳା ଥାନା ପୋଲିସ । ଦଫା ୩୭୬, ୪୯୩, ୩୪୧, ୨୯୪, ୪୧୭, ୫୦୬ରେ ମାମଲା 
ରୁଜୁ ହୋଇଛି । ୧୬୧ ଧାରାରେ ଯୁବତୀଙ୍କ ବୟାନ ମଧ୍ୟ ରେକର୍ଡ କରିଛି ପୋଲିସ । ତେବେ ଅଭିଯୋଗ ନେଇ ସୌରିନଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

Harassment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ