Advertisment

ସମ୍ବଲପୁରରେ ହିଂସା: ୧୦ ପୋଲିସ ଆହତ

ଦୋକାନ ଜାଳିବା ସହ କାର୍, ବାଇକ ଭାଙ୍ଗିଛନ୍ତି ଲୋକେ।

ଅଦ୍ୟତନ ହୋଇଛି
Hanuman Jayanti Violence, 10 police injured

Hanuman Jayanti Violence, 10 police injured

Advertisment

ସମ୍ବଲପୁର: ହନୁମାନ ଜୟନ୍ତୀ ପାଇଁ ବାଇକ ରାଲି ବେଳେ ପଥର ମାଡ଼ ହୋଇଛି। ପଥର ମାଡ଼ରେ ଅତିରିକ୍ତ ଏସପିଙ୍କ ସମେତ ୧୦ ପୋଲିସ ଆହତ ହୋଇଛନ୍ତି। ଧନୁପାଲି ଛକରୁ ରାଲି ଗଲା ବେଳେ ପୋଲିସକୁ ପଥର ମାଡ଼ ହୋଇଛି। ପଥର ମାଡ଼ରେ ଏଏସପି, ଧନୁପାଲି ଆଇଆଇସି ଆହତ ହୋଇଛନ୍ତି। ଧନୁପାଲି ଥାନା ଆଇଆଇସିଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ଦୋକାନ ଜାଳିବା ସହ କାର୍, ବାଇକ ଭାଙ୍ଗିଛନ୍ତି ଲୋକେ। 

Advertisment

ହନୁମାନ ଜୟନ୍ତୀ ପୂର୍ବରୁ ସମ୍ବଲପୁରରେ ଜାରି ହେଲା ୧୪୪ ଧାରା। ସହରର ୬ଟି ଥାନା ଅଂଚଳରେ ୪୮ ଘଣ୍ଟା ପାଇଁ ୧୪୪ ଧାରା ଜାରି କରାଯାଇଛି। ହନୁମାନ ଜୟନ୍ତୀ ପାଇଁ ଆଜି ବାଇକ ରାଲି ବେଳେ ପଥର ମାଡ଼ ହୋଇଛି। ଏଥିରେ ଅତିରିକ୍ତ ଏସପି ଓ ଧନୁପାଲି ଆଇଆଇସିଙ୍କ ସମେତ ୧୦ ପୋଲିସ ଆହତ ହୋଇଛନ୍ତି।

ଗୁରୁତର ଧନୁପାଲି ଥାନାଧିକାରୀ ଅନୀତା ପ୍ରଧାନଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ଆଜି ବାଇକ୍ ରାଲି ଧନୁପାଲି ଛକରୁ ଯିବା ବେଳେ ପୋଲିସ ଉପରକୁ ପଥର ମାଡ଼ ହୋଇଛି। ଏଥିସହ ଉତ୍ତ୍ୟକ୍ତ ଲୋକେ ଦୋକାନ ଜାଳିବା ସହ କାର୍ ଓ ବାଇକ ଭାଙ୍ଗିଛନ୍ତି। ଘଟଣାସ୍ଥଳରେ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି।

Advertisment

ଉତ୍ତ୍ୟକ୍ତ ଲୋକଙ୍କୁ ଘଉଡାଇବା ଲାଗି ଜିଲ୍ଲା ସ୍କୁଲ ଛକରେ ପୋଲିସ ପକ୍ଷରୁ ମୃଦୁ ଲାଠି ମାଡ଼ ବି କରାଯାଇଛି। ଆସନ୍ତା ୧୪ ତାରିଖରେ ପବିତ୍ର ହନୁମାନ ଜୟନ୍ତୀ। ପ୍ରତିବର୍ଷ ହନୁମାନ ଜୟନ୍ତୀ ପୂର୍ବରୁ ଝଣ୍ଡା ସ୍ଥାପନା ଓ ବାଇକ ଶୋଭାଯାତ୍ରା ବାହାରିଥାଏ। ଆଜି ମଧ୍ୟ ବାହାରିଥିଲା ବାଇକ ଶୋଭାଯାତ୍ରା। ଏହି ସମୟରେ ପଥର ମାଡ ହୋଇଛି।

Police Violence
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ