Advertisment

Hansita Abhilipsa Husband: ହଂସିତା ଅଭିଲିପ୍ସାଙ୍କ ପ୍ରକୃତ ସ୍ବାମୀକୁ ଧରିଲା ଆୟକର ବିଭାଗ

ଠକ ହଂସିତା ଓ ଅନିଲକୁ ନେଇ ସାମନାକୁ ଆସିଛି ସାଂଘାତିତ ତଥ୍ୟ। ଆୟକର ବିଭାଗ ହାତରେ ଧରାପଡ଼ିଛନ୍ତି ଠକ ହଂସିତାଙ୍କ ପ୍ରକୃତ ସ୍ବାମୀ ସରୋଜ ସାହୁ। ଖଣ୍ଡଗିରିରେ ଏକ କାରରୁ ହଂସିତାଙ୍କ ସ୍ବାମୀ ସରୋଜ ସାହୁ ଧରାପଡ଼ିଛନ୍ତି ।

ଅଦ୍ୟତନ ହୋଇଛି
hansita abhilipsa

hansita abhilipsa

Advertisment

ଧରାପଡ଼ିଲେ ମହାଠକ ହଂସିତା ଅଭିଲିପ୍ସାଙ୍କ ପ୍ରକୃତ ସ୍ବାମୀ । ଠକ ହଂସିତା ଓ ଅନିଲକୁ ନେଇ ସାମନାକୁ ଆସିଛି ସାଂଘାତିତ ତଥ୍ୟ। ଆୟକର ବିଭାଗ ହାତରେ ଧରାପଡ଼ିଛନ୍ତି ଠକ ହଂସିତାଙ୍କ ପ୍ରକୃତ ସ୍ବାମୀ ସରୋଜ ସାହୁ। ଖଣ୍ଡଗିରିରେ ଏକ କାରରୁ ହଂସିତାଙ୍କ ସ୍ବାମୀ ସରୋଜ ସାହୁ ଧରାପଡ଼ିଛନ୍ତି । ସରୋଜ ଗଞ୍ଜାମର ଜଣେ ବ୍ୟବସାୟୀ ହୋଇଥିବା ସୂଚନା ମିଳିଛି। ରାଜଧାନୀରେ ହାଇପ୍ରୋଫାଇଲ୍ ଠକେଇ ଅଭିଯୋଗରେ ହଂସିତା ଓ ଅନୀଲ ଯୋଡି ଗିରଫ ହୋଇଛନ୍ତି। ଏହି ଘଟଣାରେ ଆୟକର ବିଭାଗର ଏକାଧିକ ସ୍ଥାନରେ ଚଢ଼ାଉ ଜାରି ରଖିଛି। ଭୁବନେଶ୍ବରରେ ଅନୀଲଙ୍କ ଘରେ ବି ଚଢାଉ ଜାରି ରହିଛି।

Advertisment

କ୍ରାଇମ୍ ପାର୍ଟନର୍ ଅନୀଲ୍ ମହାନ୍ତି ସହ କ୍ୟାପିଟାଲରେ ରହି ହଂସିତା ଚୁନା ଲଗାଇବାର ଯେଉଁ ହାଇପ୍ରୋଫାଇଲ୍ ଗେମ୍ ଖେଳିଛନ୍ତି, ତାର ତନାଘନା ପରଠୁ ବଡ଼ବଡ଼ିଆଙ୍କ ଛାତି ଧଡ଼ପଡ଼। ନୂଆଦିଲ୍ଲୀରୁ ଭୁବନେଶ୍ବର, କଳାହାଣ୍ଡିରୁ କନ୍ଧମାଳ। ସବୁଠି ହଟଚମଟ। ତାହାରି ଭିତରେ ସାମ୍ନାକୁ ଆସିଛି ନୂଆ ଚିତ୍ର, ନୂଆ କାହାଣୀ। ହଂସିତା ଅଭିଲିପ୍ସା ଯାହାଙ୍କ ପୈତୃକ ଘର କଳାହାଣ୍ଡି ନର୍ଲାରେ। ଜାଣି ଆଶ୍ଚର୍ଯ୍ୟ ହେବେ ମୂଳ ନାଁ ହେଉଛି ବିଷ୍ଣୁପ୍ରିୟା ଚାନ୍ଦ ଓରଫ୍ ରାକ୍ଷୀ। ୨୦୧୭ରେ ନର୍ଲା ବାଗପୁର ପଞ୍ଚାୟତରେ ସମିତି ସଭ୍ୟା ଭାବେ ନିର୍ବାଚିତ ହୋଇଥିଲେ। ୨୦୧୮, ମାର୍ଚ୍ଚ ୨୬ରେ ସରପଞ୍ଚ ଓ ସମିତିସଭ୍ୟଙ୍କ ବିଭିନ୍ନ ଦାବି ନେଇ ଲୋୟର ପିଏମଜିରେ ଆନ୍ଦୋଳନକୁ ବି ଓହ୍ଲାଇଥିଲେ।

ଅଧିକ ପଢ଼ନ୍ତୁ: ଠକ ହଂସିତା ଅଭିଲିପ୍ସାଙ୍କ ଘରେ IT ରେଡ୍‌, ଏକକାଳୀନ ୧୨ଟି ସ୍ଥାନରେ ଚାଲିଛି ଚଢ଼ାଉ

Advertisment

କିନ୍ତୁ ପରବର୍ତ୍ତୀ ସମୟରେ ନର୍ଲାରୁ ସିଧା ନୂଆଦିଲ୍ଲୀ ଚାଲିଯାଇଥିଲେ ବିଷ୍ଣୁପ୍ରିୟା ଓରଫ୍ ହଂସିତା। ପରେ ଦିଲ୍ଲୀରୁ ଫେରି ୨୦୧୮ରେ କନ୍ଧମାଳର ଜଣେ ସାଂସଦ ପ୍ରାର୍ଥୀଙ୍କୁ କୁଆଡ଼େ ବିବାହ କରିଥିଲେ। ବିଷ୍ଣୁପ୍ରିୟାରୁ ହଂସିତା ଅଭିଲିପ୍ସା ବନିଥିବା ରାକ୍ଷୀଙ୍କ ହାଇପ୍ରୋଫାଇଲ୍ ଲାଇଫଷ୍ଟାଇଲ୍ ଆରମ୍ଭ ହୋଇଥିଲା ଭୁବନେଶ୍ବରରେ। ଝାଡ଼ଖଣ୍ଡରେ ଏକ ବହୁରାଷ୍ଟ୍ରୀୟ କମ୍ପାନୀର ଜମି ଅଧିଗ୍ରହଣ କାମ ନେଇଥିବା ଏବଂ କାମ ଯୋଗାଇଦେବାର ମିଛ ପ୍ରତିଶ୍ରୁତି ସହ ଏକାଧିକ ମିଛ ମାୟାରେ ଛନ୍ଦି ଠିକାଦାର, ବ୍ୟବସାୟୀ, ଖଣି ମାଲିକଙ୍କୁ ବି ଲଗାଇ ଆସୁଥିଲେ ଚୁନା। ଅନେକ ପ୍ରଭାବଶାଳୀ IAS ଅଫିସରଙ୍କ ସଂପର୍କୀୟ କହି ଚଳାଇଥିଲେ କର୍ପୋରେଟ୍ ଦଲାଲି। ଆଉ ନାନା ଅଭିଯୋଗ ପରେ ଅନୀଲ୍-ହଂସିତାଙ୍କ ସାମ୍ରାଜ୍ୟ ଉପରେ ଜାରି ରହିଛି ପୋଲିସ ଏବଂ ଆୟକର ବିଭାଗର ରେଡ୍।

ଏକକାଳୀନ ଭୁବନେଶ୍ବର, ଦିଲ୍ଲୀ, ଝାଡ଼ଖଣ୍ଡ ଆଦି ରାଜ୍ୟର ୧୨ଟି ସ୍ଥାନରେ ଆୟକର ବିଭାଗ ରେଡ୍ ମାରିଛି। ଆକାଉଣ୍ଟ ଟ୍ରାଞ୍ଜାକ୍ସନର ଚାଲିଛି ଖୋଳତାଡ଼। କାରଣ ବିଭିନ୍ନ ସୂତ୍ରରୁ ଉଭୟଙ୍କ ଆକାଉଣ୍ଟକୁ ଆସିଛି ଅପର୍ଯ୍ୟାପ୍ତ ଟଙ୍କା। ଯାହା ବଳରେ ନଗଦ ଟଙ୍କା ଦେଇ ଜାଗୁଆର୍ ଓ ପୋର୍ସେ ଭଳି ଦାମୀ କାର୍ କିଣିଛନ୍ତି । କୁହାଯାଉଛି, ହଂସିତା ପୋର୍ସେ ଗାଡ଼ି କିଣି ପାର୍ଟନର୍ ଅନୀଲ ମହାନ୍ତିଙ୍କୁ ଜନ୍ମଦିନରେ ଗିଫ୍ଟ କରିଛନ୍ତି। ଯାହାର ଖୋଳତାଡ଼ କରୁଥିବା ଆୟକର ବିଭାଗ, ରଘୁନାଥପୁରରେ ଥିବା ଅନୀଲଙ୍କ SBT ଇଣ୍ଡସ ଭ୍ୟାଲି ଏବଂ ଜେଡ୍ ୱାନ୍ ସ୍ଥିତ ଘରେ ରେଡ୍ କରିଛି। କିନ୍ତୁ ଜେଡ୍ ୱାନ୍ ଘରେ ଡିଜିଟାଲ୍ ଲକ୍ ଯୋଗୁ ଆଇଟି ଟିମ୍ ଆଜି ନିରାଶ ହୋଇଛି। ଏପରିକି କମିଶନରେଟ୍ ପୋଲିସ ପାଖରେ ଏକାଧିକ ଠକେଇ ମାମଲା ଥିବାରୁ କ୍ରାଇମ୍ ୟୁନିଟ୍ ବି ଚଳାଇଛି ଜୋରଦାର ତନାଘନା। ଭୁବନେଶ୍ବର ସ୍ଥିତ ରଘୁନାଥପୁରରେ କଟର୍ ସାହାଯ୍ୟରେ ଲକ୍ ଫିଟାଇ ଅଫିସରେ ପଶିଛି କ୍ରାଇମ୍ ୟୁନିଟ୍। ୨୦୧୮ରେ ଏକ ଫାର୍ମା କମ୍ପାନୀର ଡିଷ୍ଟ୍ରିବ୍ୟୁଟରଙ୍କୁ ୨୦ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ ନେଇ କଟକ ମଙ୍ଗଳାବାଗ ଥାନାରେ ବିଷ୍ଣୁପ୍ରିୟା ନାଁରେ ମାମଲା ବି ରହିଛି। ତେଣୁ ଆବଶ୍ୟକ ପଡ଼ିଲେ ହଂସିତା-ଅନୀଲଙ୍କୁ ରିମାଣ୍ଡରେ ନେଇ ସତ ଉଗାଳିବ ପୋଲିସ।

Advertisment

ଅଧିକ ପଢ଼ନ୍ତୁ : ଅଭିନେତା ସଲମାନ୍‌ଙ୍କୁ ପୁଣି ଧମକ; ମୁମ୍ବାଇ ଟ୍ରାଫିକ କଣ୍ଟ୍ରୋଲ ରୁମକୁ ଆସିଲା ଧମକପୂର୍ଣ୍ଣ ମେସେଜ୍

Income Tax Raid
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ