Advertisment

Hansita Abhilipsa Case: ହଂସିତାଙ୍କ ଆଉ ଜଣେ ସ୍ବାମୀଙ୍କ ସନ୍ଧାନ ମିଳିଲା, ଫିଟୁଛି କଳା ସାମ୍ରାଜ୍ୟର ଗୁମର

୨୦୧୬ରେ ଜଣେ ବିଲଡରଙ୍କ ପତ୍ନୀ ପରିଚୟ ଦେଇ ରାଜଧାନୀରେ ଜାଗା ମାଡି ବସିବାକୁ କରିଥିଲେ ଉଦ୍ୟମ। ଏପରିକି ଗୁଣ୍ଡା ଲଗାଇ ଭାଙ୍ଗି ଦେଇଥିଲେ ଘର। ସଂପୃକ୍ତ ବିଲଡରଙ୍କୁ ଡାକି ଜେରା କରିଛି ଆୟକର ବିଭାଗ।

undefined

hansita abhilipsa

Advertisment

ଠକ ହଂସିତାଙ୍କ ଆଉ ଜଣେ ସ୍ବାମୀଙ୍କ ସନ୍ଧାନ ମିଳିଲା, ଫିଟୁଛି କଳା ସାମ୍ରାଜ୍ୟର ଗୁମର। ନିଇତି ଚିହ୍ନଟ ହେଉଛନ୍ତି ଚାର୍ ସୋ ବିସ୍ ହଂସିତା ଓରଫ୍ ବିଷ୍ଣୁପ୍ରିୟା ଚାନ୍ଦଙ୍କ ନୂଆ ନୂଆ ସ୍ବାମୀ। ସଂଖ୍ୟା ୪ରେ ପହଁଚିଲାଣି। ୨୦୧୬ରେ ଜଣେ ବିଲଡରଙ୍କ ପତ୍ନୀ ପରିଚୟ ଦେଇ ରାଜଧାନୀରେ ଜାଗା ମାଡି ବସିବାକୁ କରିଥିଲେ ଉଦ୍ୟମ। ଏପରିକି ଗୁଣ୍ଡା ଲଗାଇ ଭାଙ୍ଗି ଦେଇଥିଲେ ଘର। ସଂପୃକ୍ତ ବିଲଡରଙ୍କୁ ଡାକି ଜେରା କରିଛି ଆୟକର ବିଭାଗ। ସେପଟେ ଠକ ଯୋଡି ହଂସିତା-ଅନିଲଙ୍କ କାରନାମାର ଚିଠା ଖୋଲିଛନ୍ତି ତାଙ୍କ ଅଫିସରେ କାମ କରୁଥିବା ଜଣେ ପୂର୍ବତନ କର୍ମଚାରୀ ଏବଂ ଜଣେ ଠିକାଦାର।

Advertisment

ସରୋଜ ସାହୁ, ମନୋଜ ଆଚାର୍ଯ୍ୟ ଓ ଅନିଲ ମହାନ୍ତିଙ୍କ ପରେ ଜ୍ଞାନରଞ୍ଜନ ନାୟକ ଚାର୍ ସୋ ବିସ୍ ହଂସିତା ଅଭିଲିପ୍ସା ଓରଫ ବିଷ୍ଣୁପ୍ରିୟା ଚାନ୍ଦଙ୍କ ସ୍ବାମୀ ତାଲିକାରେ ଯୋଡି ହୋଇଛି ଆଉ ଜଣଙ୍କ ନାଁ। ମିଳିଛି ଆଉ ଜଣେ ସ୍ବାମୀଙ୍କ ସନ୍ଧାନ। ୨୦୧୬ରେ ନିଜକୁ ବିଲଡର ଜ୍ଞାନ ରଞ୍ଜନ ନାୟକଙ୍କ ପତ୍ନୀ କହି ଜାହିର କରିଥିଲେ ପତିଆରା। ଦଳିତଙ୍କ ଜମି ଅକ୍ତିଆର କରିବାକୁ ଦେଇଥିଲେ ଧମକ, ପକାଇଥିଲେ ଚାପ। ଖୋଲିଛି ହଂସିତାଙ୍କ ପୁରୁଣା ଅପରାଧର ଏହି ଫାଇଲ୍।

ଭୁବନେଶ୍ବର ବଡଗଡ ଥାନା ବ୍ରହ୍ମେଶ୍ବର ପାଟଣା ଭୋଇସାହିର ସୁବାସିନୀ ପାତ୍ର ଓ ଦୀନବନ୍ଧୁ ମଲ୍ଲିକ ହଂସିତାଙ୍କ ସେଦିନର କାରନାମାକୁ ଆଜିଯାଏ ଭୁଲି ପାରୁନାହାନ୍ତି। ସୁବାସିନୀ ଅଭିଯୋଗ କରିଛନ୍ତି, ତାଙ୍କ ପରିବାର ରହୁଥିବା ଏହି ଜମିକୁ ଅକ୍ତିଆର କରିବା ପାଇଁ ରାତି ଅଧରେ ଗୁଣ୍ଡା ଧରି ଆସିଥିଲେ ହଂସିତା ଓରଫ ବିଷ୍ଣୁପ୍ରିୟା। ନିଜକୁ ବିଲ୍ଡର ଜ୍ଞାନରଂଜନ ନାୟକଙ୍କ ପତ୍ନୀ ପରିଚୟ ଦେଇ ତୁରନ୍ତ ଖାଲି କରିବାକୁ ଦେଇଥିଲେ ଧମକ। ରାଜି ନହେବାରୁ ରାତି ଅଧରେ ଜେସିବି ଲଗାଇ ଭାଙ୍ଗି ଦେଇଥିଲେ ଘର। ଦବଦବା ଏତେ ଥିଲା ଯେ ପୋଲିସ ମଧ୍ୟ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପଛଘୁଂଚା ଦେଇଥିଲା। ଯାହା ବିରୋଧରେ ଦଳିତ ମହାସଂଘ ପକ୍ଷରୁ ଲୋୟର ପିଏମଜିରେ ଧାରଣା ଦେଇଥିଲେ ଶତାଧିକ ମହିଳା।

Advertisment

ସେପଟେ ଠକ ଯୋଡି ହଂସିତା-ଅନିଲ ଯୋଡିଙ୍କ କାରନାମାର ଚିଠା ଖୋଲିଛନ୍ତି ତାଙ୍କ ଅଫିସରେ କାମ କରୁଥିବା ଜଣେ ପୂର୍ବତନ କର୍ମଚାରୀ। କମିଶନରେଟ ପୋଲିସର ସ୍ପେଶାଲ କ୍ରାଇମ ୟୁନିଟ ଆଗରେ ଦେଇଛନ୍ତି ଗୁରୁତ୍ବପୂର୍ଣ୍ଣ ବୟାନ। ପୂର୍ବତନ କର୍ମଚାରୀଙ୍କ ବୟାନ ଅନୁସାରେ ESL BOKAROର CSR ଆକ୍ଟିଭିଟି କାମ କରୁଥିଲେ ହଂସିତା-ଅନିଲଙ୍କ କମ୍ପାନୀ। ଯେଉଁଥିରେ କୋଟି କୋଟି

ଟଙ୍କା ରୋଜଗାର କରୁଥିଲେ। ଏପରିକି ଏହି ପୂର୍ବତନ କର୍ମଚାରୀଙ୍କ ଜରିଆରେ ବିଭିନ୍ନ ପ୍ରଭାବଶାଳୀ ଲୋକଙ୍କ ସହ ଫଟୋ ଯୋଡିବା କାର୍ଯ୍ୟ କରିଥିଲେ ହଂସିତା। କେବଳ ଏତିକି ନୁହେଁ, କିଟ୍ ବିଶ୍ବ ବିଦ୍ୟାଳୟର କନଷ୍ଟ୍ରକ୍ସନ କାମ କରୁଥିବା ଜଣେ ଠିକାଦାର ବି ଖୋଲିଛନ୍ତି ଠକ ହଂସିତାଙ୍କ ଗୁମର। ପୋଲିସକୁ ଦେଇଥିବା ବୟାନ ଅନୁସାରେ ଉଭୟ ହଂସିତା ଓ ଅନିଲ ଗତ ଡିସେମ୍ବର ୨୮ ତାରିଖରେ କିଟ କଲେଜ କ୍ୟାମ୍ପସ ବୁଲିବା ପାଇଁ ଅସିଥିଲେ। ସେଠାରେ ନିଜକୁ ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପିକେ ମିଶ୍ରଙ୍କ ଝିଅ ଜ୍ବାଇଁ ବୋଲି କହିଥିଲେ। ଏପରିକି ଏକାଧିକ ପ୍ରଭାବଶାଳୀ ଲୋକଙ୍କ ସହ ସଂପର୍କ ଥିବା କଥା ମଧ୍ୟ କହିଥିଲେ। ଯାହାକୁ ନେଇ ସନ୍ଦେହ ଉପୁଜିଥିଲା।

Advertisment
Bhubaneswar Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ