Advertisment

Half Burnt Body Recovered: ସତ୍ୟନଗର ଶ୍ମଶାନରୁ ଅର୍ଦ୍ଧଦଗ୍ଧ ଶବ ଜବତ; ବୋହୂ କାହାକୁ ନ ଜଣାଇ ଶାଶୁର କରୁଥିଲା ଶବ ଦାହ !

ଭୁବନେଶ୍ବର ସତ୍ୟନଗର ଶ୍ମଶାନରୁ ଅର୍ଦ୍ଧଦଗ୍ଧ ଶବ ଜବତ। ବୋହୂ କାହାକୁ ନ ଜଣାଇ ଶାଶୁର ଶବ ଦାହ କରାଉଥିବା ଅଭିଯୋଗ । ମୃତକ ହେଲେ ବ୍ରହ୍ମଗିରି ପୂର୍ବତନ ବିଧାୟକ ଅଜୟ ଜେନାଙ୍କ ଧର୍ମପତ୍ନୀ।

ଅଦ୍ୟତନ ହୋଇଛି
Half Burnt Body Recovered

Half Burnt Body Recovered

Advertisment

ଭୁବନେଶ୍ବର ସତ୍ୟନଗର ଶ୍ମଶାନରୁ ଅର୍ଦ୍ଧଦଗ୍ଧ ଶବ ଜବତ । ବୋହୂ କାହାକୁ ନ ଜଣାଇ ଶାଶୁର ଶବ ଦାହ କରାଉଥିବା ଅଭିଯୋଗ । ମୃତକ ହେଲେ ବ୍ରହ୍ମଗିରି ପୂର୍ବତନ ବିଧାୟକ ଅଜୟ ଜେନାଙ୍କ ଧର୍ମପତ୍ନୀ। ତାଙ୍କ ନାଁ ଅଶ୍ରୁକଣା ପ୍ରଧାନ । ବୟସ ୭୮ ବର୍ଷ ହେବ। ପୋଷ୍ଟମର୍ଟମ ନ କରି ଶବ ଦାହ କରିବା ଅଭିଯୋଗରେ ଜବତ କରାଯାଇଛି। 

Advertisment

ସମ୍ପର୍କୀୟଙ୍କ ଅଭିଯୋଗ ପରେ ଶବ ଜବତ କଲା ପୋଲିସ। ଖୁବଶୀଘ୍ର ପୋଷ୍ଟ ମର୍ଟମ କରାଯିବ। ତେବେ ବୋହୂ ପାରିବାରିକ ସମସ୍ୟା କଥା ଉଠାଇ ଯାହା କରିଛନ୍ତି ଠିକ୍ କରିଛନ୍ତି ବୋଲି କହିଛନ୍ତି। ସେପଟେ ପରିବାର ଲୋକଙ୍କ କହିବା କଥା ବୋହୁ ଶାଶୁଙ୍କୁ ନିର୍ଯାତନା ଦେଉଥିଲେ। ମୃତ୍ୟୁ ପଛରେ କିଛି ରହସ୍ୟ ରହିଛି ବୋଲି ସନ୍ଦେହ କରିଛନ୍ତି ଅଶ୍ରୁକଣାଙ୍କ ପରିବାର ଲୋକ। 

ଅଧିକ ପଢନ୍ତୁ: Cyber fraud: ସାଇବର ଠକେଇର ଶିକାର ହେଲେ ଯୁବତୀ, ରିଚାର୍ଜ କରୁ କରୁ କଟିଗଲା ୪ ଲକ୍ଷ 

Advertisment

ବ୍ରହ୍ମଗିରି ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ହେଉଛନ୍ତି ଅଜୟ କୁମାର ଜେନା। ତାଙ୍କ ଧର୍ମପତ୍ନୀ ତଥା କ୍ୟାପିଟାଲ୍‌ ହାଇସ୍କୁଲର  ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ହେଉଛନ୍ତି ଅଶ୍ରୁକଣା ପ୍ରଧାନ। ସେ ତାଙ୍କ ବୋହୂଙ୍କ ସହିତ ଭୁବନେଶ୍ୱରରେ ରହୁଥିଲେ। ବୋହୂଙ୍କ ଅଭିଯୋଗ ଅନୁସାରେ ଆଜି ସକାଳେ ଶାଶୂଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା। ତେଣୁ ତାଙ୍କୁ ସଙ୍ଗେ ସଙ୍ଗେ ଏକ କ୍ଲିନିକକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ନିୟମ ଅନୁସାରେ ଘଟଣା ମୃତଦେହକୁ ପୋଷ୍ଟମର୍ଟମ କରିବା କଥା। ହେଲେ ମୃତ ଅଶ୍ରୁକଣାଙ୍କ ବୋହୂ ପୋଷ୍ଟମର୍ଟମ ନକରି ମୃତଦେହ ଧରି ସତ୍ୟନଗର ଶ୍ମଶାନକୁ ଚାଲି ଆସିଥିଲେ। ସେଠାରେ ଦାହ କରି ଦେଉଥିଲେ। ହେଲେ ଏ ସମ୍ପର୍କରେ ନିଜ ସମ୍ପର୍କୀୟଙ୍କୁ ଜଣାଇନଥିଲେ।

ତେବେ ଭୁବନେଶ୍ୱରରେ ରହୁଥିବା ମୃତ ଅଶ୍ରୁକଣାଙ୍କ ସାନ ଭଉଣୀ ଏ ସମ୍ପର୍କରେ ଜାଣିପାରିଥିଲେ। ସେ ସଙ୍ଗେ ସଙ୍ଗେ ସ୍ୱାମୀଙ୍କୁ ଧରି ସତ୍ୟନଗର ଶ୍ମଶାନରେ ପହଞ୍ଚିଥିଲେ। ସେତେବେଳେ ବଡ଼ ଭଉଣୀଙ୍କ ଜୁଇ ଜଳୁଥିବା ଦେଖିବାକୁ ପାଇଥିଲେ। ହେଲେ ବୋହୂଙ୍କ ଛଡ଼ା ଜୁଇ ପାଖରେ ଆଉ କେହି କୁଆଡେ ନଥିଲେ। ତେଣୁ ସେ ସଙ୍ଗେ ସଙ୍ଗେ ଖାରବେଳ ନଗର ଥାନାକୁ ଖବର ଦେଇଥିଲେ। ପୋଲିସ୍‌ ଶ୍ମଶାନରେ ପହଞ୍ଚି ଜୁଇରେ ନିଆଁ ଲିଭାଇ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ୍‌ କହିଛି।

Advertisment
Bhubaneswar Woman Crime News Mother-in-law Half-burnt Body
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ