Advertisment

Sexual Assault:ଭିଡିଓ କଲ କରିବାକୁ ବାଧ୍ୟ କଲା, ନମାନିବାରୁ ଭିଡିଓ ଭାଇରାଲ କରିବାକୁ ଧମକ ଦେଲା..ଏବେ ଜେଲରେ

ପୋଲିସ କହିଛି ଯେ ପରେ ଯୁବକ ଜଣଙ୍କ ତାଙ୍କୁ ଭିଡିଓ କଲରେ ଆସିବାକୁ ବ୍ଲାକମେଲ କରିବା ଆରମ୍ଭ କରିଥିଲେ। ଧମକ ଦେଇ କହିଥିଲେ ଯେ ଯଦି ସେ ତାଙ୍କ କଥା ନ ମାନେ ତେବେ ସେ ତାଙ୍କର ଫଟୋ ଏବଂ ଭିଡିଓ ତାଙ୍କ ବନ୍ଧୁ ଓ ପିତାମାତାଙ୍କ ସହ ସେୟାର କରିଦେବ।

social media

social media

Advertisment

ଗୌହାଟିରେ ଜଣେ ଯୁବତୀଙ୍କ ସହିତ ପ୍ରଥମେ ସୋସିଆଲ ମିଡିଆରେ ବନ୍ଧୁତା । ତାପରେ ଶାରୀରିକ ସଂପର୍କ ରଖି ବ୍ଲାକମେଲ କରିବା ଅଭିଯୋଗରେ ଆସାମ ସିଆଇଡି ମଧ୍ୟପ୍ରଦେଶରୁ ୨୬ ବର୍ଷୀୟ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ପୋଲିସ ଏନେଇ ଶନିବାର ସୂଚନା ଦେଇଛି।

Advertisment

ପୋଲିସ ସୂଚନା ଅନୁସାରେ, ଅଭିଯୁକ୍ତ ଦେୱାସର ବାସିନ୍ଦା ଏବଂ ୨୦୨୧ରେ ଇନଷ୍ଟାଗ୍ରାମ ମାଧ୍ୟମରେ ଝିଅଟି ସହ ତାଙ୍କର ପରିଚୟ ହୋଇଥିଲା ଏବଂ ଉଭୟେ ବନ୍ଧୁ ହୋଇଥିଲେ। ସେ ୨୦୨୨ ମାର୍ଚ୍ଚରେ ଝିଅଟିକୁ ଭେଟିବାକୁ ଗୌହାଟି ଆସିଥିଲେ ଏବଂ ଏହି ସମୟରେ ଯୁବକ ଜଣକ ଜୋର ଜବରଦସ୍ତ ତାଙ୍କ ସହ ସଂପର୍କ ରଖିଥିଲେ ।

ପୋଲିସ କହିଛି ଯେ ପରେ ଯୁବକ ଜଣଙ୍କ ତାଙ୍କୁ ଭିଡିଓ କଲରେ ଆସିବାକୁ ବ୍ଲାକମେଲ କରିବା ଆରମ୍ଭ କରିଥିଲେ। ଧମକ ଦେଇ କହିଥିଲେ ଯେ ଯଦି ସେ ତାଙ୍କ କଥା ନ ମାନେ ତେବେ ସେ ତାଙ୍କର ଫଟୋ ଏବଂ ଭିଡିଓ ତାଙ୍କ ବନ୍ଧୁ ଓ ପିତାମାତାଙ୍କ ସହ ସେୟାର କରିଦେବ।

Advertisment

ପୋଲିସ ଅନୁସାରେ ୨୦୨୪ରେ ଯୁବକ ଜଣଙ୍କ ପୁନର୍ବାର ଝିଅଟିକୁ ଭେଟିବାକୁ ଗୌହାଟି ଆସିଥିଲେ, କିନ୍ତୁ ଝିଅଟି ଭେଟିବାକୁ ମନା କରିଦେଇଥିଲେ। ପୋଲିସ କହିଛି ଯେ ଏହା ପରେ ଅଭିଯୁକ୍ତ ନାବାଳିକାଙ୍କ ଭିଡିଓ ସେୟାର କରିବା ପାଇଁ ନକଲି ସୋସିଆଲ ମିଡିଆ ଆକାଉଣ୍ଟ ତିଆରି କରିବା ଆରମ୍ଭ କରିଥିଲେ। ପୋଲିସ ଅନୁସାରେ, ଝିଅଟିଙ୍କ ବାପା ଅଗଷ୍ଟ ୬ ତାରିଖରେ ଅଭିଯୋଗ ଦାୟର କରିଥିଲେ । ଯାହା ଆଧାରରେ ସିଆଇଡିର ସାଇବର ଥାନାରେ ପକ୍ସୋ ଆଇନ ଅନୁଯାୟୀ ମାମଲା ରୁଜୁ ହୋଇଥିଲା, କାରଣ ଅପରାଧ ସମୟରେ ଝିଅଟି ନାବାଳିକା ଥିଲେ।

ପୋଲିସ କହିଛି ଯେ ସିଆଇଡିର ଏକ ଟିମ୍ ଦେୱାସ ଯାଇ ଅଗଷ୍ଟ ୧୩ ତାରିଖରେ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ।ପୋଲିସ ଅନୁସାରେ, ଗିରଫ ପରେ ଅଭିଯୁକ୍ତ ନିଜକୁ ନାବାଳକ ପ୍ରମାଣ କରିବା ପାଇଁ ନକଲି ଦଲିଲ ଉପସ୍ଥାପନ କରି ନିଜର ବୟସ ଭୁଲ କହିବାକୁ ଚେଷ୍ଟା କରିଥିଲେ, କିନ୍ତୁ ସିଆଇଡି ଟିମ୍ ତାଙ୍କ ସ୍କୁଲକୁ ଯାଇ ତାଙ୍କର ବୟସ ପ୍ରମାଣପତ୍ର ହାସଲ କରିଥିଲେ, ଯାହା ଅନୁଯାୟୀ ତାଙ୍କ ବୟସ ୨୬ ବର୍ଷ। ପୋଲିସ ଜଣାଇଛି ଯେ ତାଙ୍କୁ ଟ୍ରାନ୍ସିଟ ରିମାଣ୍ଡରେ ଗୌହାଟି ଅଣାଯାଉଛି ଏବଂ ସ୍ୱତନ୍ତ୍ର ପକ୍ସୋ କୋର୍ଟରେ ହାଜର କରାଯିବ।

Advertisment
Assam Madhya Pradesh Blackmail
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ