Advertisment

Firing: ଅନ୍ଧାରରେ ଆଖିବୁଜା ଗୁଳିମାଡ଼, ଫୁଟିଲା ୬ ରାଉଣ୍ଡ ଗୁଳି

ଚାରିଆଡେ ଥିଲା ଶୂନ୍‌ଶାନ, ଆଉ ନିଛାଟିଆ। ଘରେ ଶୋଇ ରହିଥିଲେ ସମସ୍ତେ। ଠିକ୍‌ ଏତିକି ବେଳେ ଫୁଟିଲା ଗୁଳି। ଘର ବାହାରେ ଆଖିବୁଜା ଗୁଳିମାଡ଼ କଲେ ଦୁର୍ବୃତ୍ତ। ଘର ଉପରକୁ ଟାର୍ଗେଟ୍‌ କରି ଫୁଟାଇଲେ ଗୁଳି।

firing

firing

Advertisment

ରାତି ଅନ୍ଧାରରେ ଆଖିବୁଜା ଗୁଳିମାଡ଼ । ବାଇକ୍‌ରେ ଆସିଲେ ଘର ଉପରକୁ ଫାୟାରିଂ କଲେ ।  ରେଲୱେ କଲୋନୀରେ ଫୁଟିଲା ୬ ରାଉଣ୍ଡ ଗୁଳି । ଚାରିଆଡେ ଥିଲା ଶୂନ୍‌ଶାନ, ଆଉ ନିଛାଟିଆ। ଘରେ ଶୋଇ ରହିଥିଲେ ସମସ୍ତେ। ଠିକ୍‌ ଏତିକି ବେଳେ ଫୁଟିଲା ଗୁଳି। ଘର ବାହାରେ ଆଖିବୁଜା ଗୁଳିମାଡ଼ କଲେ ଦୁର୍ବୃତ୍ତ। ଘର ଉପରକୁ ଟାର୍ଗେଟ୍‌ କରି ଫୁଟାଇଲେ ଗୁଳି। ଫଳରେ ହଠାତ୍‌ ଛାନିଆ ହୋଇଗଲେ ଲୋକେ। କ’ଣ ହେଲା କହି ଘର ବାହାରକୁ ଦୌଡି ଆସିଲେ। ହେଲେ ତା’ ପୂର୍ବରୁ ଘଟଣାସ୍ଥଳରୁ ଚମ୍ପଟ ମାରିଲେ ଦୁର୍ବୃତ୍ତ। ଶୁଣନ୍ତୁ କ’ଣ କହୁଛନ୍ତି ଏହି ମହିଳା ଜଣକ।

Advertisment

 ଝାରସୁଗୁଡା ରେଲୱେ କଲୋନୀରେ ରୁହନ୍ତି ଦଶରଥ ସୁନା। ରାତି ପ୍ରାୟ ସାଢ଼େ ୨ଟା। ଘାରେ ଶୋଇ ରହିଥିଲେ ସମସ୍ତେ। ଠିକ୍‌ ଏତିକି ବେଳେ ତାଙ୍କ କ୍ୱାଟର ଉପରକୁ ଅଜଣା ଯୁବକମାନେ ଗୁଳିମାଡ଼ କରିଥିଲେ। ଫଳରେ ଗେଟ୍‌ ଭେଦ କରି ତିନୋଟି ଗୁଳି ତାଙ୍କ ଘର ଭିତରେ ବାଜିଛି। ତେବେ ଏହି ଗୁଳିମାଡ଼ରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ତାଙ୍କ ପରିବାର ଲୋକେ ।

ଗଣେଶ ପୂଜା ଭସାଣିକୁ କେନ୍ଦ୍ର କରି ଗୁଳିମାଡ ହୋଇଥିବା କୁହାଯାଉଛି । ଗତକାଲି ଗଣେଶ ପୂଜା ଭସାଣୀ ସମୟ ରେ ଦୁଇ ଗୋଷ୍ଠୀ ମଧ୍ୟରେ ଝଗଡ଼ା ହୋଇଥିଲା। ଏହାକୁ କେନ୍ଦ୍ର କରି ଦୁଇ ଜଣ ଅଜଣା ଯୁବକ ରେଲୱେ କଲୋନିରେ ଥିବା ସରକାରୀ କ୍ୱାର୍ଟର୍ସ ଉପରେ ୬ ରାଉଣ୍ଡ ଗୁଳିମାଡ଼ କରିଥିବା ଅଭିଯୋଗ ହୋଇଛି।

Advertisment

ଅଭିଯୁକ୍ତମାନେ ଫେରାର ହୋଇଯାଇଥିବା ବେଳେ ଜିଆରପି ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଘଟଣାସ୍ଥଳରୁ ୪ଟି ଖୋକା ଜବତ କରିଛି ପୁଲିସ। କିଏ ଓ କାହିଁକି ଏଭଳି ଗୁଳିମାଡ଼ କଲା ସେ ନେଇ ପୂରା ମାମଲାର ତଦନ୍ତ ଜାରି ରହିଛି।

Jharsuguda
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ