Advertisment

Gunfire Exchange: ପୋଲିସ୍ ଓ ମାଓବାଦୀଙ୍କ ମଧ୍ୟରେ ଏନକାଉଣ୍ଟର୍, ୧୬ ମାଓବାଦୀ ମୃତ

ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୧୬ ମାଓବାଦୀ ନିହତ ହୋଇଛନ୍ତି । ସୁକମା ପୋଲିସଏହି ସୂଚନା ଦେଇଛି। DRG ଏବଂ CRPF କୋବ୍ରା ଯବାନଙ୍କ ମିଳିତ ଅପରେସନରେ ଏହି ସଫଳତା ମିଳିଛି । ଏବେ ବି ଅପମ୍ପଲ୍ଲୀ ଜଙ୍ଗଲରେ ଗୁଳି ବିନିମୟ ଜାରି ରହିଛି।

Encounter

Encounter

Advertisment

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାର ଅପମ୍ପଲ୍ଲୀ ଜଙ୍ଗଲରେ ପୋଲିସମାଓବାଦୀଙ୍କ ମଧ୍ୟରେ ବଡ଼ ଧରଣର ଗୁଳି ବିନିମୟ ଚାଲିଛି । ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୧୬ ମାଓବାଦୀ ନିହତ ହୋଇଥିବା ଆଶଙ୍କା କରୁଛି ସୁକମା ପୋଲିସ। DRG ଏବଂ CRPF କୋବ୍ରା ଯବାନଙ୍କ ମିଳିତ ଅପରେସନରେ ଏହି ସଫଳତା ମିଳିଛି । ଏବେ ବି ଅପମ୍ପଲ୍ଲୀ ଜଙ୍ଗଲରେ ଗୁଳି ବିନିମୟ ଜାରି ରହିଛି। ଏହି ଗୁଳି ବିନିମୟ ବେଳେ ୨ ଜଣ ଯବାନ ଆହତ ହୋଇଛନ୍ତି । ଛତିଶଗଡ଼ ପୋଲିସ ମାଓ ଦମନ ଅଭିଯାନକୁ ଜୋରଦାର୍ କରିଛି ।   

Advertisment

ଗତ ୨୦ ତାରିଖରେ ଛତିଶଗଡ଼ର ବିଜାପୁର-ଦନ୍ତେୱାଡ଼ା ସୀମା ଗାଙ୍ଗାଲୁର ଥାନା ଅଞ୍ଚଳରେ ୧୮ ନକ୍ସଲ ନିପାତ ହୋଇଥିବା ବେଳେ କାଙ୍କେରଠାରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଆଉ ୪ ନକ୍ସଲ ନିହତ ହୋଇଥିଲେ। ୧୮ ଜଣ ନକ୍ସଲଙ୍କ ମୃତଦେହ ପୋଲିସ ଉଦ୍ଧାର କରିଥିଲା। 

ଛତିଶଗଡ଼ର ବିଜାପୁର-ଦନ୍ତେୱାଡ଼ା ସୀମା ଗାଙ୍ଗାଲୁର ଥାନା ଅଞ୍ଚଳରେ ନକ୍ସଲମାନେ ଥିବା ସୁରକ୍ଷାକର୍ମୀ କୌଣସି ସୂତ୍ରରୁ ଖବର ପାଇଥିଲେ। ପରେ କମ୍ବିଂ ବେଳେ ସୁରକ୍ଷା କର୍ମୀ ଓ ନକ୍ସଲ ମୁହାଁମୁହିଁ ହୋଇଥିଲେ।ପରେ ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ୫ଘଣ୍ଟା ଧରି ଉଭୟଙ୍କ ଘମାଘୋଟ ଗୁଳିବିନିମୟ ହୋଇଥିଲା।

Advertisment

ସୁରକ୍ଷା କର୍ମୀଙ୍କଗୁଳିରେ ୧୮ ନକ୍ସଲ ନିପାତ ହୋଇଥିବାବେଳେ କାଙ୍କେରଠାରେ ସୁରକ୍ଷାକର୍ମୀ ଏନକାଉଣ୍ଟରରେ ଆଉ ୪ନକ୍ସଲ ନିହତ ହୋଇଛନ୍ତି। ପରେ ନକ୍ସଲମାନେ ସେଠାରୁ ଛତ୍ର ଭଙ୍ଗ ଦେଇଥିଲେ। ଏଥିସହ ଘଟଣାସ୍ଥଳରୁ ବିପୁଳ ପରିମାଣର ବିସ୍ଫୋରକ ଜବତ କରାଯାଇଥିଲା ।  ଅନ୍ୟପକ୍ଷରେ ଗୁଳି ବିନିମୟ ବେଳେ ଜଣେ DRG ଯବାନ ସହିଦ ହୋଇଥିବା ନେଇ ବିଜାପୁର SP ସୂଚନା ଦେଇଥିଲେ ।

ଅଧିକ ପଢ଼ନ୍ତୁ: ବଡ଼ ଏନକାଉଣ୍ଟର, ୨୨ ମାଓବାଦୀ ସଫା

Maoist Killed Chhattisgarh Gunfight With Naxals Naxal
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ