Block chairman
ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କୁ ମହଙ୍ଗା ପଡିଲା ବ୍ଲକ ଭିତରେ ଦାଦାଗିରି । ଗିରଫ ହେଲେ ବଲାଙ୍ଗିର ଜିଲ୍ଲା ଗୁଡଭେଲାର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅଶୋକ ଦୋରା । ଗତ ଦଶ ତାରିଖ ସଂଧ୍ୟାରେ ସମର୍ଥକ ମାନଙ୍କ ସହିତ ବ୍ଲକ ଅଫିସକୁ ଧସେଇ ପଶିଥିଲେ ଅଶୋକ ଦୋରା ।
ହଠାତ ଯୁକ୍ତିତର୍କ କରି ମିଶନ ଶକ୍ତିର ବ୍ଲକ ପ୍ରକଳ୍ପ ସଂଯୋଜକ ନିର୍ମଳ ପଧାନଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଥିଲା । ଏ ସଂପର୍କରେ ଏକ ମାମଲା ରୁଜୁ କରି ତୁଷୁରା ପୋଲିସ ଅଶୋକ ଦୋରାଙ୍କ ୫ ଜଣ ସମର୍ଥକଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା । କିନ୍ତୁ ସେହିଦିନଠୁ ଖସିଯାଇଥିଲେ ଅଶୋକ ଦୋରା ।
ଆଜି ତୁଷୁରା ପୋଲିସ ଅଶୋକକୁ ଗିରଫ କରିବାରେ ସଫଳ ହୋଇଛି । ଆଗରୁ ମଧ୍ୟ ଅନେକ ଥର ବ୍ଲକରେ ଦାଦାଗିରି କରି ଚର୍ଚ୍ଚାରେ ଥିଲେ ଅଶୋକ ଦୋରା । ବର୍ତମାନ ଅଶୋକ ଦୋରାଙ୍କ ପତ୍ନୀ ବେବି ଦୋରା ଗୁଡଭେଲା ବ୍ଲକର ଅଧ୍ୟକ୍ଷା ଅଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1697888636.jpg)