Advertisment

ପୁରୀରେ ଲୁଚିଥିଲା ଗୁଡ୍ଡୁ ମୁସଲିମ୍‌ ! ଗ୍ୟାଙ୍ଗଷ୍ଟର ଅତିକ୍‌ର ପୁଅକୁ ଏନ୍‌କାଉଣ୍ଟର ପରେ ଅଣ୍ଡରଗ୍ରାଉଣ୍ଡ୍‌...

ଉମେଶ ପାଲ୍‌ ହତ୍ୟାକାଣ୍ଡରେ ଫେରାର ଥିବା ବୋମା ତିଆରିରେ ମାହିର ଗୁଡ୍ଡୁ ମୁସଲିମ୍‌ର ଲାଷ୍ଟ୍‌ ଲୋକେସନ୍‌ ଓଡ଼ିଶାରେ ଟ୍ରେସ୍‌ ହୋଇଥିଲା। ଏନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି।

ଅଦ୍ୟତନ ହୋଇଛି
Guddu Muslim Location

Guddu muslim last location found in odisha

Advertisment

ଉମେଶ ପାଲ୍‌ ହତ୍ୟା ମାମଲାରେ ଫେରାର ଥିବା ଉତ୍ତର ପ୍ରଦେଶର ଦୁର୍ଦ୍ଦାନ୍ତ ଅପରାଧୀ ଗୁଡ୍ଡୁ ମୁସଲିମ୍‌ର ଲାଷ୍ଟ୍‌ ଲୋକେସନ୍‌ ଓଡ଼ିଶାରେ ଟ୍ରେସ୍‌ ହୋଇଥିଲା। ଏନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। କୁହାଯାଉଛି ଯେ, ବୋମା ତିଆରିରେ ମାହିର ଗୁଡ୍ଡୁ ମୁସଲିମ୍‌ ଓଡ଼ିଶାପୁରୀ ରେ ଲୁଚିଥିଲା ଓ ଶେଷ ଲୋକେସନ ପୁରୀରୁ ହିଁ ମିଳିଥିଲା। ଶେଷ ଥର ପାଇଁ ଉତ୍ତରପ୍ରଦେଶ ଏସଟିଏଫ୍ ଗୁଡ୍ଡୁକୁ ପୁରୀରେ ଟ୍ରାକ୍ କରିଥିଲା। ଏମିତି କିଛି ଖବର ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। 

Advertisment

ଅଧିକ ପଢ଼ନ୍ତୁ: ଗୁଡ୍ଡୁ ମୁସଲିମ୍ କିଏ ? ମୃତ୍ୟୁର ଠିକ୍‌ ପୂର୍ବରୁ ଯାହାର ନାମ ନେଇଥିଲା ଅତିକ୍

ଅସଦ ଓ ଗୁଲାମର ଏନ୍‌କାଉଣ୍ଟର ପରଠୁ ଗୁଡ୍ଡୁ ଅଣ୍ଡରଗ୍ରାଉଣ୍ଡ୍‌ ହୋଇଯାଇଛି। ଏସ୍‌ଟିଏଫ୍ ଟିମ୍‌ ଗୁଡ୍ଡୁକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଛାନ୍‌ଭିନ୍‌ ଚଳାଇଛି। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଏସ୍‌ଟିଏଫ୍‌ ଟିମ୍‌ ପୁରୀରେ ପହଞ୍ଚିବା ପରେ ଗୁଡ୍ଡୁ କେଉଁଆଡ଼େ ଗାଏବ ହୋଇଯାଇଥିଲା। 

Advertisment

ସୂଚନାଥାଉ କି, ନିହତ ଗ୍ୟାଙ୍ଗଷ୍ଟର ଅତିକ୍‌ ଅହମ୍ମଦର ମୁଖ୍ୟ ସହଯୋଗୀ ହେଉଛି ଗୁଡ୍ଡୁ ମୁସଲିମ୍। ଅତିକ୍‌ର ପୁଅ ଅସଦକୁ ଏନକାଉଣ୍ଟର ପରଠୁ ଗୁଡ୍ଡୁ ଅଣ୍ଡରଗ୍ରାଉଣ୍ଡ୍‌ ହୋଇଯାଇଛି। ଗୁଡ୍ଡୁକୁ ଖୋଜିବାକୁ ଯାଇ ତା’ର ଶେଷ ଲୋକେସନ ଓଡ଼ିଶାର ପୁରୀରେ ପାଇଥିଲା ଏସଟିଏଫ୍। ତେବେ ଏସଟିଏଫ୍ ଟିମ୍ ପୁରୀ ପହଞ୍ଚିଲା ବେଳକୁ ଗୁଡ୍ଡୁ ଖସି ଯାଇଥିଲା। ବୋମା ଭିଡ଼ିବା ଏବଂ ବିସ୍ଫୋରଣ ଘଟାଇବାରେ ମାହିର ଥିଲା ଗୁଡ୍ଡୁ।

ଗତ ୧୫ ତାରିଖ ରାତିରେ ପ୍ରୟାଗରାଜ ହସ୍ପିଟାଲ ବାହାରେ ଅତିକ୍‌ ଅହମ୍ମଦ୍ ଓ ତା’ ଭାଇ ଆସଫକୁ ଗୁଳି କରି ହତ୍ୟା ହୋଇଥିଲା। ଏହାପରେ ଦେଶର କୋଣ ଅନୁକୋଣରେ ଯାଞ୍ଚ, ତଲାସି ଆରମ୍ଭ କରିଥିଲା ୟୁପି ଏସ୍‌ଟିଏଫ୍‌। ଏହି ସମୟରେ ଦୁର୍ଦ୍ଦାନ୍ତ ଅପରାଧୀ ଗୁଡ୍ଡୁ ମୁସଲିମ୍‌ ପୁରୀରେ ଲୁଚିଥିବା ନେଇ ତାକୁ ଟ୍ରାକ୍ କରାଯାଇଥିବା ସୂଚନା ମିଳିଥିଲା। ହେଲେ ଚଢ଼ାଉ ବେଳେ ସେ ପୁରୀରୁ ଚମ୍ପଟ ମାରିଥିଲା। ଏବେ ସେ କେଉଁଠି ତାକୁ ନେଇ ଖୋଜାଖୋଜି ଚାଲିଛିା

Advertisment

ପୁରୀ ପୂର୍ବରୁ ଗୁଡ୍ଡୁ ମୁସଲିମ୍‌ କର୍ଣ୍ଣାଟକରେ ଥିଲା। ବାରମ୍ବାର ନିଜ ଠିକଣା ବଦଳାଉଥିବା ଗୁଡ୍ଡୁକୁ ଧରିବାକୁ ବିଭିନ୍ନ ରାଜ୍ୟରେ ଯାଞ୍ଚ କରୁଛି ୟୁପି ଏସଟିଏଫ୍। ଉମେଶ ପାଲ୍ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ହେଉଛି ଗୁଡ୍ଡୁ ମୁସଲିମ୍। ଉମେଶ ପାଲ୍‌କୁ ମାରିବାକୁ ବୋମା ସେ ନିଜେ ତିଆରି କରିଥିଲା ଓ ଏହାକୁ ଫିଙ୍ଗି ଥିଲା ମଧ୍ୟ। ହତ୍ୟାର କିଛି ସେକେଣ୍ଡ ପୂର୍ବରୁ ଆତିକ୍‌ ଗଣମାଧ୍ୟମ ସମ୍ମୁଖରେ ଗୁଡ୍ଡୁର ନାଁ ବି ନେଇଥିଲା। ା

କାହିଁକି ଚର୍ଚ୍ଚାରେ ଗୁଡ୍ଡୁ ମୁସଲିମ୍‌ ? 

  • ଗୁଡ୍ଡୁ ମୁସଲିମ୍ ଗ୍ୟାଙ୍ଗଷ୍ଟର ଅତିକ ମହମ୍ମଦର ଅତି ଘନିଷ୍ଠ ସହଯୋଗୀ ଥିଲା।
  • ଗୁଡ୍ଡୁ ବୋମା ତିଆରି କରିବାରେ ସିଦ୍ଧହସ୍ତ ଥିଲା। ଏପରିକି ସେ ନିଜ ବାଇକରେ ବସି ବୋମା ତିଆରି କରୁଥିଲା।
  • ଅତିକ୍‌ ଗ୍ୟାଙ୍ଗର ଲୋକଙ୍କୁ ଗୁଡ୍ଡୁ ମୁସଲିମ୍ ବୋମା ତିଆରି କରିବାର ଟ୍ରେନିଂ ଦେଉଥିଲା ବୋଲି ଅତିକ୍‌ର ଜଣେ ସମ୍ପର୍କୀୟ କହିଛନ୍ତି
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ