Advertisment

ରାଜଧାନୀରେ ଗୋଷ୍ଠୀ ସଂଘର୍ଷ: ଖଣ୍ଡା, ଭୁଜାଲିରେ ଆକ୍ରମଣ

ଗୋଷ୍ଠୀ ସଂଘର୍ଷରେ ପ୍ରାୟ ୬ ଜଣ ଆହତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଅପରପକ୍ଷେ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଆଉ ଏକ ଗୋଷ୍ଠୀ ପଳାଶୁଣିରେ ଏନ୍ଏଚ୍ ଅବରୋଧ କରିଥିଲେ। ଦୀର୍ଘ ସମୟ ପରେ ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା।

ଅଦ୍ୟତନ ହୋଇଛି
ରାଜଧାନୀରେ ଗୋଷ୍ଠୀ ସଂଘର୍ଷ: ଖଣ୍ଡା, ଭୁଜାଲିରେ ଆକ୍ରମଣ

ଗୋଷ୍ଠୀ ସଂଘର୍ଷ

Advertisment

ଭୁବନେଶ୍ୱର: ଭୁବନେଶ୍ୱର ମଞ୍ଚେଶ୍ୱର ମୁଣ୍ଡାସାହିରେ ଗୋଷ୍ଠୀ ସଂଘର୍ଷ ହୋଇଛି। ଏଥିରେ ୫ରୁ ୬ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଗତକାଲିର ସାମାନ୍ୟ ଏକ ଗଣ୍ଡଗୋଳକୁ ନେଇ ଗୋଷ୍ଠୀ ସଂଘର୍ଷ ହୋଇଥିବା କୁହାଯାଉଛି। ପ୍ରାୟ ଅଧଘଣ୍ଟା ଧରି ଅନ୍ୟ ସାହିର ଏକ ଗୋଷ୍ଠୀର ୪୦ରୁ ୫୦ ଜଣ ଯୁବକ ଖଣ୍ଡା, ଭୁଜାଲି ସହ ଲାଠି ଧରି ବ୍ୟାପକ ଭଙ୍ଗାରୁଜା କରିଥିଲେ। ଯାହାର ଚିତ୍ର କଏଦ୍ ହୋଇଛି ସିସିଟିିଭିରେ।

Advertisment

ଏହି ଘଟଣାରେ ପ୍ରାୟ ୬ ଜଣ ଆହତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଅପରପକ୍ଷେ ଆଉ ଏକ ଗୋଷ୍ଠୀ ଆକ୍ରମଣକାରୀଙ୍କ ଗିରଫ ଦାବିରେ ପଳାଶୁଣିରେ ଏନ୍ଏଚ୍ ଅବରୋଧ କରିଥିଲେ। ଦୀର୍ଘ ସମୟ ପରେ ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା। 

ସେହିପରି ରାଜଧାନୀର ହାର୍ଟ କୁହାଯାଉଥିବା ମାଷ୍ଟରକ୍ୟାଣ୍ଟିନ୍‌ ଛକର ବିଚ ବଜାରରେ ଆତଙ୍କରାଜ ଦେଖାଇଥିଲେ ଗୋଟିଏ ଗୋଷ୍ଠୀ। ଦିନ ଦ୍ୱିପ୍ରହରରେ ୩ ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଥିଲେ ଦୁର୍ବୃତ୍ତ। ମାଷ୍ଟରକ୍ୟାଣ୍ଟିନ୍ ଅଞ୍ଚଳରେ ପ୍ରାୟ ୧୦ରୁ ୧୨ ଜଣ ଯୁବକ ୩ଜଣ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଖଣ୍ଡା, ଲୁହା ରଡ ଓ ଭୁଲାଜି ଧରି ଆକ୍ରମଣ କରିଥିଲେ। ଏହି ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ବେଆଇନ୍ ଦୋକାନକୁ ପୋଲି ମାଟିରେ ମିଶାଇଥିଲା। 

Advertisment
Odisha News Group Clash
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ