Advertisment

ରଣକ୍ଷେତ୍ର ପାଲଟିଲା ହସ୍ପିଟାଲ୍‌, ପୋଲିସ୍‌କୁ ବି ଛାଡ଼ିଲେନି...

ଜମିଜମା ବିବାଦକୁ ନେଇ ହୋଟେଲ ମାଲିକଙ୍କୁ ପ୍ରଥମେ ମରଣାନ୍ତକ ଆକ୍ରମଣ ଉଦ୍ୟମ ଓ ପରେ ଛୁରାମାଡ଼। ପରିସ୍ଥିତି ଏପରି ହୋଇଥିଲା ଯେ, ଘଟଣାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବା ସହ କିଛି ସମୟ ପାଇଁ ହସ୍ପିଟାଲ୍‌ ପରିସର ରଣକ୍ଷେତ୍ର ପାଲଟି ଥିଲା ।

ଅଦ୍ୟତନ ହୋଇଛି
Group clash erupts over land dispute in Bhadrak

Group clash erupts over land dispute in Bhadrak

Advertisment

ଜମିଜମା ବିବାଦକୁ ନେଇ ହୋଟେଲ ମାଲିକଙ୍କୁ ପ୍ରଥମେ ମରଣାନ୍ତକ ଆକ୍ରମଣ ଉଦ୍ୟମ ଓ ପରେ ଛୁରାମାଡ଼। ପରିସ୍ଥିତି ଏପରି ହୋଇଥିଲା ଯେ, ଘଟଣାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବା ସହ କିଛି ସମୟ ପାଇଁ ହସ୍ପିଟାଲ୍‌ ପରିସର ରଣକ୍ଷେତ୍ର ପାଲଟି ଥିଲା । ଏଥିରେ ପୋଲିସ୍‌ ବି ବର୍ତ୍ତିଲାନି। ପୋଲିସ୍‌କୁ ମଧ୍ୟ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଗତକାଲି ରାତିରେ ଏଭଳି ଉତ୍ତେଜନାମୂଳକ ପରିସ୍ଥିତି ଦେଖିବାକୁ ମିଳିଥିଲା। 

Advertisment

ସୂଚନା ଅନୁସାରେ, ଭଦ୍ରକ ସହରର ଜଣେ ହୋଟେଲ୍‌ ବ୍ୟବସାୟୀଙ୍କ ସହ ଅନ୍ୟ ଜଣେ ବ୍ୟକ୍ତିଙ୍କର ଦୀର୍ଘଦିନ ହେବ ଜମିଜମାକୁ ନେଇ ବିବାଦ ଲାଗି ରହିଥିଲା। ଗତକାଲି ରାତିରେ ହୋଟେଲ୍‌ ମାଲିକଙ୍କୁ ଆକ୍ରମଣ ପାଇଁ କିଛି ଅସାମାଜିକ ଯୁବକ ମାରଣାସ୍ତ୍ର ଧରି ହୋଟେଲ୍‌ ପାଖରେ ପହଞ୍ଚିଥିଲେ।

ଏଥିରେ ଭୟଭୀତ ହୋଇ ବ୍ୟବସାୟୀ ଜଣକ ତାଙ୍କର ସହଯୋଗୀଙ୍କୁ ଫୋନ କରି ଡାକିଥିଲେ। ସେମାନେ ସେଠାରେ ପହଞ୍ଚିବା ପରେ ବିବାଦ ଆହୁରି ବଢ଼ିବା ସହ ଗଣ୍ଡଗୋଳ ଓ ମାର୍‌ପିଟ୍‌ ହୋଇଥିଲା। ଛୁରାମାଡ଼ରେ ଜଣେ ଆହତ ହେବା ଯୋଗୁ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା।

Advertisment

ହେଲେ ମେଡିକାଲ୍‌କୁ ଆସିବା ପରେ ଏହି ସ୍ଥିତି ଅଧିକ ବିଗିଡ଼ିଥିଲା। ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ପରେ ପୋଲିସ୍ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣରେ ଆଣିବାକୁ ଲାଠିଚାର୍ଜ କରିଥିଲା। ପୋଲିସ୍‌କୁ ମଧ୍ୟ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଟାଉନ୍‌ ଥାନା ଆଇଆଇସି ଓ ସିଟି ଡିଏସ୍‌ପିଙ୍କୁ ଆକ୍ରମଣ ହୋଇଥିବା ସୂଚନା ମିଳିଛି।

ମେଡିକାଲ ପରିସରରେ ୫ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତିା ଏହି ଘଟଣାରେ ୨ ଜଣଙ୍କୁ ଅଟକ ରଖି ପୋଲିସ୍‌ ପଚରାଉଚରା ଚଳାଇବା ସହ ଘଟଣାର ତଦନ୍ତ କରୁଛି। ଛୁରାମାଡ଼ରେ ଗୁରୁତର ଯୁବକଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। 

Advertisment
Group Clash Land Dispute
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ