Advertisment

ନବ ଦାସ ହତ୍ୟା ମାମଲା: ଅଭିଯୁକ୍ତ ଗୋପାଳ ଅଚେତ

ଆସନ୍ତାକାଲି ଗୋପାଳକୁ ଝାରସୁଗୁଡ଼ା ଅଣାଯିବାର କାର୍ଯ୍ୟକ୍ରମ ରହିଛି ।

ଅଦ୍ୟତନ ହୋଇଛି
Accused Gopal Das

Accused Gopal Das

Advertisment

ନବ ଦାସ ହତ୍ୟା ମାମଲାର ଅଭିଯୁକ୍ତ ଗୋପାଳ ଚେତା ହରାଇଛି। ନାର୍କୋ ଟେଷ୍ଟ ପରେ ଚେତାଶୂନ୍ୟ ରହିଛି ଗୋପାଳ। ଏନେଇ କ୍ରାଇମବ୍ରାଞ୍ଚ ସୂଚନା ଦେଇଛି।ସଂପୂର୍ଣ୍ଣ ଚେତା ଫେରିବାକୁ କିଛି ସମୟ ଲାଗିପାରେ। ଅଚେତ ଗୋପାଳକୁ ଏବେ ନିରୀକ୍ଷଣରେ ରଖାଯାଇଛି।

Advertisment

ନବ ଦାସ ହତ୍ୟା ମାମଲା। ଅଭିଯୁକ୍ତ ଗୋପାଳର ସରିଛି ନାର୍କୋ ଆନାଲିସିସ୍ ଟେଷ୍ଟ। ଗତକାଲି ଠାରୁ ଆରମ୍ଭ ହୋଇଥିଲା ଏହି ଟେଷ୍ଟର ପ୍ରକ୍ରିୟା। ହେଲେ ଅଚେତ ରହିଥିବାରୁ ଗୋପାଳକୁ ଏକ ଡାକ୍ତରୀଟିମ୍‌ ନିରୀକ୍ଷଣରେ ରଖିଛନ୍ତି। ଆଜି ଗାନ୍ଧିନଗର ଲ୍ୟାବରେ ଗୋପାଳର ହୋଇଛି ନାର୍କୋ ଟେଷ୍ଟ । ଏନେଇ ସୂଚନା ଦେଇଛି କ୍ରାଇମବ୍ରାଞ୍ଚ।

ଏହା ପୂର୍ବରୁ ଅହମ୍ମଦାବାଦ କ୍ରାଇମବ୍ରାଞ୍ଚ ଅଫିସ ସମ୍ମୁଖରେ ଗୋପାଳଙ୍କୁ ତଦନ୍ତକାରୀ ଟିମ୍ ନେଉଥିବା ଭିଡିଓରେ ଦେଖିବାକୁ ମିଳିଛି । ନାର୍କୋ ଟେଷ୍ଟ ପୂର୍ବରୁ ଅଭିଯୁକ୍ତ ଗୋପାଳ ଶରୀରର ରକ୍ତଚାପ, ମଧୁମେହ ସହ ଅନ୍ୟାନ୍ୟ ପରୀକ୍ଷା କରାଯାଇଛି। ଗତ ୯ ତାରିଖରେ ଗୋପାଳର ଲାଏ ଡିଟେକସନ୍ ଟେଷ୍ଟ କରାଯାଇଥିଲା। ଆଜି ନାର୍କୋ ଟେଷ୍ଟ ସରିବା ପରେ ଆସନ୍ତାକାଲି ଗୋପାଳକୁ ଝାରସୁଗୁଡ଼ା ଅଣାଯିବାର କାର୍ଯ୍ୟକ୍ରମ ରହିଛି ।

Advertisment

(ନାର୍କୋ ଟେଷ୍ଟ ପୂର୍ବରୁ କ୍ରାଇମବ୍ରାଞ୍ଚ ଅଫିସରୁ ଅଭିଯୁକ୍ତ ଗୋପାଳ ଦାସକୁ ନିଆଯାଉଥିବାର ଏ ଦୃଶ୍ୟ)

ହତ୍ୟାକାରୀ ଦୋଷ ସ୍ୱୀକାର କରିଛି କୁହାଯାଇଥିଲେ ବି ଏ ଯାଏଁ ଖୋଲିଲାନି ହତ୍ୟାର ଗୁମର। ଏଣେ ଅଭିଯୁକ୍ତ ଗୋପାଳ ଦାସର ଶେଷ ପର୍ଯ୍ୟାୟ ରିମାଣ୍ଡ ଅବଧି ସରିବାକୁ ଆଉ ମାତ୍ର ଦୁଇଦିନ ଥିବା ବେଳେ ତଦନ୍ତକାରୀ ଟିମର ହାତ ଖାଲି। ଏକ୍ସପର୍ଟଙ୍କ ଆଗରେ ଗୋପାଳ କେତେ ସତ ଉଗାଳିଛି ତାକୁ ନେଇ ବଢ଼ିଛି ଉତ୍ସୁକତା।

Advertisment
Naba Das Firing
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ