GOLD Smuggling
ନୂଆଦିଲ୍ଲୀ: ବିଦେଶରୁ ଭାରତକୁ ବେଆଇନ୍ ସୁନା ଚାଲାଣ ଗୋଷ୍ଠୀ ଉପରେ ବଡ଼ ଧରଣର ଧରପଗଡ଼ । ଦିଲ୍ଲୀ ଓ ଗୁରଗାଓଁ ଅଞ୍ଚଳରୁ ଜବତ ହୋଇଛି ୮୫ କିଲୋରୁ ଅଧିକ ସୁନା । ରାଜସ୍ୱ ଗୁଇନ୍ଦା ବିଭାଗ-DRI ପକ୍ଷରୁ ଜବତ ହୋଇଥିବା ଏହି ସୁନାର ମୂଲ୍ୟ ପ୍ରାୟ ୪୨ କୋଟିରୁ ଅଧିକ ହେବ । ଆଜି ଦିଲ୍ଲୀର ଚତରପୁର ଅଂଚଳ ଓ ଗୁରଗାଓଁର ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ରେଡ୍ କରିଥିଲା ରାଜସ୍ୱ ଗୁଇନ୍ଦା ବିଭାଗ ଟିମ୍ ।
ମୋଲଟେନ୍ ମେଟାଲ ନାଁରେ କରାଯାଇଥିବା ସୁନା ଚୋରାଚାଲାଣ ବିରୋଧୀ ଅପରେସନ ବେଳେ DRIକୁ ବିପୁଳ ସୁନା ମିଳିଥିଲା । ସୁନାର ଏହି ଚୋରା କାରବାରରେ କିଛି ଭାରତୀୟଙ୍କ ସମେତ ଚୀନ, ତାଇଓ୍ୱାନ୍ ଓ ଦକ୍ଷିଣ କୋରିଆର ନାଗରିକ ସାମିଲ ଥିବା ସନ୍ଦେହ କରାଯାଉଛି । ଏହି ସବୁ ସୁନା ହଂକଂରୁ ମାଲ ପରିବହନ ବିମାନରେ ଆସିଥିଲା । ଟ୍ୟାକ୍ସ ଫାଙ୍କି ପାଇଁ ସୁନାକୁ ତରଳା ଯାଇ ଯନ୍ତ୍ରପାତିର ଆକାର ଦିଆଯିବା ପରେ ଭାରତକୁ ଚାଲାଣ କରାଯାଇଥିବା ରାଜସ୍ୱ ଗୁଇନ୍ଦା ବିଭାଗ ଜାଣିବାକୁ ପାଇଛି । ଦିଲ୍ଲୀର ଇନ୍ଦିରାଗାନ୍ଧୀ ବିମାନବନ୍ଦରରେ ଏକ କାର୍ଗୋ କମ୍ପ୍ଲେକରୁ ଏଭଳି ସୁନାର ସନ୍ଧାନ ପାଇବା ପରେ DRI ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିଲା ।
GOLD Smuggling/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1637340498.jpg)