ମଳଦ୍ୱାରରେ ଲୁଚାଇ ଆଣୁଥିଲା କିଲେ ସୁନା ! ଧରା ପଡ଼ିଲାନି ସ୍କାନରରେ...

ଗୁଇନ୍ଦା ସୂଚନା ଆଧାରରେ ଜବତ କଲା କଷ୍ଟମ ବିଭାଗ । ସଂପୃକ୍ତ ବ୍ୟକ୍ତିକୁ ଗିରଫ କଲା କଷ୍ଟମ ବିଭାଗ ।

Gold Sezied

ଭୁବନେଶ୍ୱର ବିମାନବନ୍ଦରରୁ କେଜିଏ ସୁନା ଜବତ । ବିମାନବନ୍ଦରରେ କାର୍ଯ୍ୟରତ କର୍ମଚାରୀଙ୍କ ତତ୍ପରତା ପାଇଁ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଠାରୁ ଏହି ସୁନା ଜବତ କରାଯାଇଛି । ବ୍ୟାଙ୍କକରୁ ଭୁବନେଶ୍ୱର ଆସି ଅବତରଣ କରିବା ପରେ ଜଣେ ଅଣ ଓଡିଆ ଯାତ୍ରୀଙ୍କ ଠାରୁ ଏହି ସୁନା ଜବତ କରିଛି କଷ୍ଟମ ବିଭାଗ । ଆଶ୍ଚର୍ଯ୍ୟୃର କଥା ହେଉଛି ବ୍ୟକ୍ତି ଜଣଙ୍କ କେଜିେ ସୁନାକୁ ଗୋଲି ଆକାରରେ ନିଜ ମଳଦ୍ୱାରରେ ଲୁଚାଇ ଆଣୁଥିଲେ ।

ଏପରିକି ମେଟାଲିକ ସ୍କାନରରେ ବ୍ୟକ୍ତି ଜଣଙ୍କ ସ୍କାନ ହୋଇଥିଲେ ମଧ୍ୟ ଧରାପଡି ନଥିଲେ । ତେବେ ଗୁଇନ୍ଦା ବିଭାଗ ଖବର ଅନୁସାରେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ କଷ୍ଟମ ଅଧିକାରୀ ଚେକିଂ କରିବା ସହ ଶୌଚାଳୟ ନେଇ ସେଠାରେ ଶୌଚ କରାଇବା ପରେ ସେଥିରୁ କେଜିଏ ସୁନା ବାହାରିଥିଲା । ଜବତ ସୁନା ବେଆଇନ ବୋଲି ଜଣାପଡିବା ପରେ ସୁନା ଜବତ କରାଯିବା ସହ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି।