• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଦୁଇ ଝିଅଙ୍କୁ ଧରି ଛାତରୁ ଡେଇଁପଡ଼ିଲା ମା’ । ଚାହୁଁ ଚାହୁଁ ବଡ଼ ଝିଅର ଚାଲିଗଲା ଜୀବନ । ସାନ ଝିଅ ଓ ମା’କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଗଲା । ଗତକାଲି ଅପରାହ୍ଣରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି । ଦିନ ପ୍ରାୟ ୩ଟା ବେଳେ ଦୁଇ ଝିଅଙ୍କୁ ଧରି ୪ ମହଲା ଛାତ ଉପରୁ ଡେଇଁ ପଡ଼ିଛନ୍ତି ମା’ ।

୩୨ ବର୍ଷୀୟ ମହିଳା କାହିଁକି ଏପରି କଲେ ତାହା ଜଣାପଡ଼ିନାହିଁ । ପାରିବାରିକ କଳହ ନା ଅନ୍ୟ କେଉଁ କାରଣରୁ ମହିଳା ଜଣକ ଏତେ ବଡ଼ ନିଷ୍ପତ୍ତି ନେଲେ ତାହା ଜଣାପଡ଼ିନାହିଁ । ମୃତ୍ୟୁ ହୋଇଥିବା ବଡ଼ ଝିଅର ବୟସ ୪ ବର୍ଷ ବୋଲି ସୂଚନା ମିଳିଛି । ଏନେଇ ପୋଲିସ ସୂଚନା ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଅଧିକ ପଢ଼ନ୍ତୁ: ୬ ମାସର କଅଁଳା ଛୁଆକୁ କାଖରେ ଧରି ୧୬ ମହଲାରୁ ଡେଇଁପଡ଼ିଲା ମାଆ

ଏପରି ଏକ ଘଟଣା ନୋଏଡ଼ାରୁ ସାମ୍‌ନାକୁ ଆସିଛି । ଉଭୟ ଗୁରୁତର ଥିବା ମା’ ଓ ସାନ ଝିଅକୁ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି । ମହିଳାଙ୍କ ସ୍ୱାମୀ ମନୋଜ ଏକ ହସ୍ପିଟାଲ କ୍ୟାଣ୍ଟିନରେ କାମ କରୁଥିଲେ । ସେ ଘରୁ ବାହାରକୁ ଯାଉଥିବାବେଳେ ଏପରି କାଣ୍ଡ ଘଟାଇଥିଲେ ମହିଳା ଜଣକ ।

ଏନେଇ ପଡ଼ୋଶୀ ଦେଖିବା ପରେ ମନୋଜଙ୍କ ନିକଟକୁ ଖବର ଦେଇଥିଲେ । ପରେ ସେକ୍ଟର ୪୯ ପୋଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ତିନିଜଣଙ୍କୁ ଡାକ୍ତରଖାନାକୁ ନେଇଥିଲେ । ହେଲେ ସେଠାରେ ବଡ଼ ଝିଅର ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା । ଅନ୍ୟ ଦୁଇଜଣ ଗୁରୁତରଙ୍କ ଚିକିତ୍ସା ଜାରି ରହିଛି ।

ଘଟଣାକୁ ନେଇ ନୋଏଡା ଅତିରିକ୍ତ ଡିସିପି ମନୀଷ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ୪ ବର୍ଷୀୟ ବଡ଼ ଝିଅର ମୃତ୍ୟୁ ଘଟଇଛି । ତିନି ବର୍ଷର ଝିଅର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି । ମା’ ଓ ସାନ ଛିଅର ଚିକିତ୍ସା କରାଯାଉଛି । ମହିଳା ଜଣକ କାହିଁକି ଏପରି ପଦକ୍ଷେପ ନେଲେ ତାହା ଜଣାପଡ଼ିନାହିଁ । ଅର୍ଥ ଅଭାବ ନା ଅନ୍ୟ କିଛି କାରଣରୁ ଏପରି ଘଟିଛି, ସେ ନେଇ ତଦନ୍ତ କରାଯାଉଛି ।