Advertisment

Crime News: ୪ ମାସର ପ୍ରେମରେ କରୁଣ ମୋଡ଼; ୪ ଦିନରେ ହେଲା ଶେଷ...

ଦିନକ ତଳେ ଝିଅ ନିଜ ନବବିବାହିତ ସ୍ବାମୀଙ୍କୁ ଧରି ବାପ ଘରକୁ ଆସିଥିବା ବେଳେ, ଗତକାଲି ସନ୍ଧ୍ୟାରେ ମିଳିଲା ସେହି ଝିଅର ଝୁଲନ୍ତା ମୃତଦେହ।

Girl's Four-Month Long Desire Ends in Tragic Suicide in Just 4 Days

Girl's Four-Month Long Desire Ends in Tragic Suicide in Just 4 Days

Advertisment

୪ ମାସର ପ୍ରେମ, ୪ ଦିନରେ ଶେଷ। ବସଷ୍ଟାଣ୍ଡରେ ପାଣି ବୋତଲ ବିକ୍ରି କରୁଥିବା ଜଣେ ଯୁବକଙ୍କ ସହ ଦେଖା, ପ୍ରଥମ ଦେଖାରୁ ଫୋନ ନମ୍ବର ଦିଆନିଆ, ତା ପରେ ପ୍ରେମ, ଘରୁ ଲୁଚି ମନ୍ଦିର ବିବାହ। ୪ ମାସର ଏହି ପ୍ରେମ ଏକ କରୁଣ ମୋଡ଼ ନେଲା ବିବାହର ମାତ୍ର ୪ ଦିନ ପରେ। ଦିନକ ତଳେ ଝିଅ ନିଜ ନବବିବାହିତ ସ୍ବାମୀଙ୍କୁ ଧରି ବାପ ଘରକୁ ଆସିଥିବା ବେଳେ, ଗତକାଲି ସନ୍ଧ୍ୟାରେ ମିଳିଲା ସେହି ଝିଅର ଝୁଲନ୍ତା ମୃତଦେହ। କେବଳ ଏତିକି ନୁହେଁ, ମୃତକ ଜଣକ ନାବାଳିକା ବୋଲି ସୂଚନା ମିଳିଛି।

Advertisment

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ଅଞ୍ଚଳରେ ଏଭଳି ସନ୍ଦେହଜନକ ମୃତ୍ୟୁକୁ ନେଇ ହଇଚଇ। ସୂଚନା ଅନୁସାରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ମୋବାଇଲ ଫୋନକୁ ନେଇ ପାଟିତୁଣ୍ଡ ହୋଇଥିବା ବେଳେ, ସନ୍ଧ୍ୟାବେଳେ ଗାଁ ପାଖ କାଜୁ ଜଙ୍ଗଲରେ ଝିଅର ମୃତଦେହ ଠାବ ହୋଇଥିଲା । ଅଗ୍ନିଶମ ବାହିନୀ ସହାୟତାରେ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପୋଲିସ ମୃତକଙ୍କ ସ୍ବାମୀକୁ ଅଟକ ରଖି ଘଟଣାର ତଦନ୍ତ କରୁଛି ।

Crime In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ