Advertisment

ପ୍ରେମିକ ସହ ରାତିରେ ଅସଞ୍ଜତ ଅବସ୍ଥାରେ ଥିଲା ବଡ଼ ଭଉଣୀ, ଦେଖିଦେଲା ସାନ ଭଉଣୀ ! ତା' ପରେ...

ବଡ଼ ଭଉଣୀ, ଯାହାକୁ ମାତ୍ର ୧୩ ବର୍ଷ । ସେ ନିଜ ପ୍ରେମିକ ସହ ମିଶି ସାନ ଭଉଣୀକୁ ହତ୍ୟା କରିଛି । ଖାଲି ହତ୍ୟା କରିଛି ତାହା ନୁହେଁ, ଗୋଟିଏ ବାକ୍ସ ଭିତରେ ବନ୍ଦ କରି ସାନ ଭଉଣୀର ମୃତଦେହକୁ ପ୍ରାୟ ୪ ଦିନ ପର୍ଯ୍ୟନ୍ତ ଘରେ ରଖିଥିଲା ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Bihar Crime News

sister killed younger sister

କୁହାଯାଏ ବଡ଼ ଭଉଣୀ ମାଆ ସମାନ । ବଡ଼ ଭଉଣୀ ସାନମାନଙ୍କୁ ମାଆ ଭଳି ସ୍ନେହ ଆଦର କରିଥାଏ । ଘରେ ମାଆ ନଥିଲେ ବଡ଼ ଭଉଣୀ ସାନ ଭାଇ-ଭଉଣୀଙ୍କ ସବୁ କିଛି । ହେଲେ ଆମେ ଆଜି ଆପଣଙ୍କୁ ଏମିତି ଏକ ଘଟଣା ସମ୍ପର୍କରେ କହିବୁ ଯାହା ଜାଣିଲେ ଆପଣଙ୍କ ଛାତି ଥରି ଉଠିବ। ଆପଣଙ୍କ ଆଖିରୁ ଆପେ ଲୁହ ଝରି ଆସିବ । ଆଉ ପାଟିରୁ ବାହାରି ଏମିତି ଭଉଣୀ କାହାକୁ ଦିଅନ୍ତୁ ଭଗବାନ । 

Advertisment

ଆସନ୍ତୁ ଜାଣିବା ପୁରା କାହାଣୀ...

ବଡ଼ ଭଉଣୀ, ଯାହାକୁ ମାତ୍ର ୧୩ ବର୍ଷ। ସେ ନିଜ ପ୍ରେମିକ ସହ ମିଶି ସାନ ଭଉଣୀକୁ ହତ୍ୟା କରିଛି । ଖାଲି ହତ୍ୟା କରିଛି ତାହା ନୁହେଁ, ଗୋଟିଏ ବାକ୍ସ ଭିତରେ ବନ୍ଦ କରି ସାନ ଭଉଣୀର ମୃତଦେହକୁ ପ୍ରାୟ ୪ ଦିନ ପର୍ଯ୍ୟନ୍ତ ଘରେ ରଖିଥିଲା । ଏତିକିରେ କଥା ସରିନି । ଧରାପଡ଼ିଯିବା ଭୟରେ ବଡ଼ ଭଉଣୀ, ପ୍ରେମିକ ସହ ମିଶି ମୃତ ଦେହକୁ କାଟି ଖଣ୍ଡ ଖଣ୍ଡ କରିଦେଲା । ଆଉ ତାପରେ ଏସିଡ୍‌ ପକାଇ ମୃତଦେହର ଚିହ୍ନ ବର୍ଣ୍ଣ ଲିଭାବାକୁ ଚେଷ୍ଟା କରିଥିଲା । ହେଲେ ବିଫଳ ହେଲା । ଏସିଡ ପକାଇବା ପରେ ସେ ଘର ପଛ ପଟେ ଥିବା ଏକ ପରିତ୍ୟକ୍ତ ସ୍ଥାନରେ ଭଉଣୀର ମୃତ ଦେହକୁ ଫିଙ୍ଗି ଦେଇଥିଲା ।

ଅଧିକ ପଢ଼ନ୍ତୁ: ଅଧରାତିରେ ଦୁଇ ସାଙ୍ଗଙ୍କୁ ଛୁରାମାଡ଼; ଜଣେ ମୃତ

ଗତ ୧୯ ତାରିଖରେ ଏଇ କଥା ସାମ୍ନାକୁ ଆସିଥିଲା । ତୁରନ୍ତ ଏନେଇ ପୋଲିସକୁ ଖବର ଦିଆଯାଇଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିଲା । FSL ଓ ପୋଲିସ କୁକୁର ମାଧ୍ୟମରେ ଘଟଣାର ତଦନ୍ତ କରିଥିଲା ପୋଲିସ । ଆଉ ତଦନ୍ତ ପରେ ପୁରା ଘଟଣା ସାମ୍ନାକୁ ଆସିଲା ।

Advertisment

ପୋଲିସର କହିବାନୁଯାୟୀ, ‘ମୃତ ନାବାଳିକାର ବୟସ ୯ ବର୍ଷ ଥିଲା । ତାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ଆଉ ମୃତ ନାବାଳିକାର ବଡ଼ ଭଉଣୀ ହିଁ ନିଜ ପ୍ରେମିକ ସହ ମିଶି ଏହି ହତ୍ୟାକାଣ୍ଡ ଭିଆଇଛି ।’

କୁନି ଝିଅ ଆଙ୍ଗୁଠି କାଟି ଦେଇଥିଲେ ହତ୍ୟାକାରୀ...

ଏହି ପୁରା ଘଟଣା ବିହାରର ବୈଶାଳୀ ଜିଲ୍ଲା ଜନ୍ଦାହା ଥାନା ଅନ୍ତର୍ଗତ ହରପ୍ରସାଦ ଗାଁରୁ ସାମ୍ନାକୁ ଆସିଛି । ଏଠାରେ ରହୁଥିବା ୯ ବର୍ଷର କୁନି ଝିଅ କରୀନା ମେ’ ୧୬ ତାରିଖରୁ ଉଭାନ୍‌ ଥିଲା । ୧୯ ମେ’ରେ ଘର ପଛପଟୁ ତାର ମୃତଦେହ ମିଳିଥିଲା । ଅତି ନିର୍ଦ୍ଦୟ ଭାବେ ତାର ହତ୍ୟା କରାଯାଇଥିଲା । ତାର ଆଙ୍ଗୁଠି କାଟି ଦିଆଯାଇଥିଲା । ପରେ ଶବକୁ ଏସିଡ୍ ପକାଇ ପୋଡ଼ିବାକୁ ଚେଷ୍ଟା କରାଯାଇଥିଲା । ଏହି କୁନି ଝିଅର ବାପା ଜଣେ ଦିନ ମଜୁରିଆ । ସେ କାମ ବାବଦରେ ଘରଠୁ ଦୁରରେ ରହୁଥିଲେ । କରୀନା କିନ୍ତୁ ଘରେ ଅନ୍ୟ ଭାଇ ଭଉଣୀଙ୍କ ସହ ରହୁଥିଲା ।

କାହିଁକି ସାନ ଭଉଣୀର ହତ୍ୟା କଲା ବଡ଼ ଭଉଣୀ ?

ବୈଶାଳୀର ସ୍ଥାନୀୟ ଏସ୍‌ପି ରବି ରଞ୍ଜନ କୁମାର କହିଛନ୍ତି ଯେ, ୧୩ ବର୍ଷିୟ ନାବାଳିକା ଅଭିଯୁକ୍ତର ଜଣେ ପୁଅ ସହ ପ୍ରେମ ସମ୍ପର୍କ ରହିଥିଲା । ପ୍ରେମିକ ଜଣକ ସେହି ପାଖ ଗାଁର । ମେ’ ୧୫ ତାରିଖ ରାତିରେ ସାନ ଭଉଣୀ କରୀନା, ବଡ଼ ଭଉଣୀ ଓ ତାର ପ୍ରେମିକକୁ ଅସଞ୍ଜତ ଅବସ୍ଥାରେ ଦେଖିଦେଇଥିଲା । ଯେଉଁଥିପାଇଁ ଉଭୟ କରୀନାର ହତ୍ୟା କରିବାକୁ ମନ ସ୍ଥିର କରିଥିଲେ। ଆଉ ଶେଷରେ ତାର ହତ୍ୟା ବି କରିଥିଲେ । ତାପରେ ଘର ଭିତରେ ଏକ ବାକ୍ସ ଭିତରେ ତାର ମୃତଦେହକୁ ପ୍ରାୟ ୪ ଦିନ ପର୍ଯ୍ୟନ୍ତ ବନ୍ଦ କରି ରଖିଥିଲେ । ଯେତେବେଳେ ମୃତଦେହଟି ପଚି ଦୁର୍ଗନ୍ଧ ବାହାରିବାକୁ ଲାଗିଲା, ସେତେବେଳେ ବଡ଼ ଭଉଣୀ ପ୍ରେମିକା ସହ ମିଶି ମୃତଦେହକୁ ଖଣ୍ଡ ଖଣ୍ଡ କରି ଏସିଡ୍‌ ପକାଇ ପୋଡ଼ିବାକୁ ଚେଷ୍ଟା କଲେ । ଆଉ ତାପରେ ଶବକୁ ଘର ପଛପଟେ ଫିଙ୍ଗି ଦେଇଥିଲେ ।

Murder Murder Case
Advertisment
Advertisment