Minor Girl Harassed
ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ଦର୍ଶନ କରି ଫେରୁଥିବା ୩ ଉଭଣୀଙ୍କୁ ଦୁର୍ବ୍ୟବହାର ହୋଇଥିବା ଅଭିଯୋଗ ହୋଇଛି । ପୁରୀରେ ସମଙ୍ଗ ପାର୍କିଂ ରାସ୍ତାରେ କିଛି ଜଣ ଯୁବକ ଉତ୍ପାତ କରିଛନ୍ତି । ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ଦର୍ଶନ କରି ଫେରୁଥିଲେ ୩ଜଣ ଉଭଣୀ । ସେହି ସମୟରେ ସେମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରାଯାଥିବା ଅଭିଯୋଗ ହୋଇଥିଲା । ଫଳରେ ଏହି ଘଟଣାରେ ୨ ଜଣ ଅଟକ ଅଛନ୍ତି ।
ସୂଚନା ମୁତାବକ ଗତକାଲି ରାତି ସାଢ଼େ ୭ଟା ବେଳେ ଏହି ଘଟଣା ଘଟିଥିଲା । ଅଭିଯୋଗ ହୋଇଛି, ସମଙ୍ଗ ପାକିଂ ରାସ୍ତାରୁ କଣ୍ଠପୁର ଗ୍ରାମକୁ ଅଣଓସାରିଆ ରାସ୍ତାରେ ଆସୁଥିଲେ ଯୁବତୀ । ଏକ ଶଙ୍ଖ ନିକଟରେ ୨ଟି ବାଇକରେ ୪-୫ ଜଣ ଯୁବକଙ୍କ ଆସି ସେମାନଙ୍କୁ ଟଣାଓଟରା କରିଥିଲେ । ସେମାନଙ୍କଠାରୁ ଭ୍ୟାନିଟି ବ୍ୟାଗ୍ ଓ ସୁନା ଚେନ୍ ଛଡ଼ାଇବାକୁ ଉଦ୍ୟମ ବି କରିଥିଲେ ଦୁର୍ବୃତ୍ତ । ସେମାନେ ପାଟି କରିବାରୁ ସ୍ଥାନୀୟ ଲୋକ ଆସି ଅଭିଯୁକ୍ତଙ୍କୁ ଧରିବାକୁ ଉଦ୍ୟମ କରିଥିଲେ । ୨ ଜଣଙ୍କୁ ଧରି ପିସିଆରକୁ ହସ୍ତାନ୍ତର କରାଯାଇଥିବା ବେଳେ ଅନ୍ୟ ଦୁର୍ବୃତ୍ତ ଫେରାର୍ ହୋଇଛନ୍ତି।
ଏନେଇ ପୁରୀ ସଦର ଥାନାରେ ଲିଖିତ ଅଭିଯୋଗ ହୋଇଛି । ଫେରାର୍ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଧରାଯିବ ବୋଲି ପୁରୀ ସଦର ଥାନା ଆଇଆଇସି ସୂଚନା ଦେଇଛନ୍ତି । ସପଟେ ବଳଙ୍ଗା ନାବାଳିକାଙ୍କୁ ଜାଳିବା ଘଟଣାକୁ ନେଇ ଉଠୁଛି ପଡୁଛି ରାଜ୍ୟ । ଏପରି ସମୟରେ ଦୁର୍ବୃତ୍ତଙ୍କ ଏଭଳି ଘଟଣା ଆହୁରି ପୋଲିସର ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଇଛି ।
କାରଣ ଏବେ ଯାଏଁ ଜଣା ପଡିନି କିଏ ନାବାଳିକାଙ୍କୁ ଜାଳିଥିଲେ ? କଣ ପାଇଁ ନିଆଁ ଲଗାଇ ହତ୍ୟା ଉଦ୍ୟମ ହୋଇଥିଲା ? ଏଭଳି ବର୍ବରକାଣ୍ଡ ଘଟାଇବା ପଛର କାରଣ କଣ ? ଗ୍ରାଉଣ୍ଡରେ ମାରାଥନ୍ ତନାଘନା ଓ ତଦନ୍ତ ଚାଲିଥିଲେ ବି ଅଭିଯୁକ୍ତଙ୍କ ବାବଦରେ ତଥ୍ୟ ମିଳି ପାରିନି । ପୀଡ଼ିତାଙ୍କ ପରିବାର ଓ ସାଙ୍ଗଙ୍କୁ ପଚରାଉଚରା ହୋଇଛି । ସେହିପରି ପୀଡିତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିବା ବ୍ୟକ୍ତିଙ୍କୁ ବି ପଚରାଉଚରା ସରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1753177838.jpg)