ପାଠପଢ଼ା ଛାଡ଼ି ଅଧିକାଂଶ ସମୟ ମୋବାଇଲ୍ ବ୍ୟବହାର କରୁଥିଲା ଝିଅ। ସବୁବେଳେ ଏହା ଦେଖି ବାପା ମଧ୍ୟ ରାଗି ଯାଉଥିଲେ ଓ ଝିଅକୁ ତାଗିଦ୍ କରୁଥିଲେ। ହେଲେ ବାପାଙ୍କ କଥାକୁ ଝିଅ ଗୁରୁତ୍ୱର ସହ ନେଉ ନଥିଲା। ଶେଷରେ ବାପା ଗାଳି ଦେବାରୁ ଝିଅ ଜୀବନ ହାରିବାକୁ ନିଷ୍ପତ୍ତି ନେଇଥିଲା। ଘରର ଟେରାସ୍ରୁ ଡେଇଁ ୧୯ ବର୍ଷୀୟ ଯୁବତୀ ଜଣକ ଆତ୍ମହତ୍ୟା କରିଛନ୍ତି। ମହାରାଷ୍ଟ୍ର ପୁଣେର ଘୋଡେଗାଓଁରେ ଏହ ଅଭାବନୀୟ ଘଟଣା ଘଟିଛି।
ଅଧିକ ପଢ଼ନ୍ତୁ: ଘର ଲୋକ ମୋବାଇଲ୍ ମରାମତି କଲେନି, ଫ୍ୟାନ୍ରେ ଝୁଲିପଡ଼ିଲା ୧୫ ବର୍ଷର ବାଳକ
Also Read
ସୂଚନା ଅନୁସାରେ, ମଙ୍ଗଳବାର ସକାଳେ ଘରର ଟେରାସ୍ରୁ ଯୁବତୀଙ୍କୁ ଉଦ୍ଧାର କରାଯାଇଥିଲା। ତୁରନ୍ତ ତାଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପାଠପଢ଼ା ଛାଡ଼ି ଅଧିକ ସମୟ ମୋବାଇଲ୍ ବ୍ୟବହାର କରୁଥିବାରୁ ଯୁବତୀଙ୍କୁ ତାଙ୍କ ବାପା ଗାଳି କରିଥିଲେ। ଏଥିରେ ବିରକ୍ତି ହୋଇ ଯୁବତୀ ଜଣକ ଘରର ଟେରାସ୍କୁ ଯାଇ ତଳକୁ ଡେଇଁ ପଡ଼ିଥିଲେ।
ପୋଲିସ୍ ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଇବା ସହ ଦୁର୍ଘଟଣା ଜନିତ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ମୃତ ଯୁବତୀ ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ବେଳେ ସେ ପରିବାରର ଏକମାତ୍ର ସନ୍ତାନ ଥିଲା। ତାଙ୍କ ବାପା ବିଜ୍ନେସ୍ମ୍ୟାନ୍ ଓ ମା’ ଗୃହିଣୀ।