Advertisment

ନିଇତି ଖବର କରୁଛି କାବା, ପ୍ରତିଦିନ ଆସୁଛି ଗଣଦୁଷ୍କର୍ମ ଅଭିଯୋଗ ?

ଯାଜପୁରରେ ମଧ୍ୟ ଆସିଥିଲା ଗଣଦୁଷ୍କର୍ମ ଭଳି ସଙ୍ଗୀନ ଅଭିଯୋଗ । ହକି ପ୍ରଶିକ୍ଷଣ ପାଇଁ ଆସିଥିବା ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା । ଏକ ଲଜକୁ ନେଇ ପ୍ରଶିକ୍ଷକ ମାନେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ କରାଯାଇଥିଲା ।

Gang-Raped

Gang-Raped

Advertisment

ଥମୁନି ଲଜ୍ଜା । ରାଜ୍ୟରେ ବଢୁଛି ଦୁଷ୍କର୍ମ । ଗତ କିଛି ଦିନ ହେବ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଦୁଷ୍କର୍ମ ହୋଉଥିବା ଅଭିଯୋଗ ହେଉଛି । ରାଜଧାନୀ ଭୁବନେଶ୍ବର , ଯାଜପୁର, ଜଗତସିଂପୁର ଓ ଗଞ୍ଜାମରୁ ଲାଗତର ଆସୁଛି ମହିଳା ଓ ଯୁବତୀଙ୍କ ପ୍ରତି ଅତ୍ୟାଚାର ଅଭିଯୋଗ । ରଜରେ ପୁରୁଷ ବନ୍ଧୁ ସହ ଜଣେ କଲେଜ ଛାତ୍ରୀ ଗୋପାଳପୁର ବେଳାଭୂମିକୁ ବୁଲିବାକୁ ଯାଇଥିବାବେଳେ ଗଣ ଦୁଷ୍କର୍ମର ଶିକାର ହୋଇଥିଲେ । ପୁରୁଷ ବନ୍ଧୁ ସାମ୍ନାରେ ନର ରୂପୀ ରାକ୍ଷସ ଝିଅଟିକୁ ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା ।

Advertisment

ଯାଜପୁରରେ ମଧ୍ୟ ଆସିଥିଲା ଗଣଦୁଷ୍କର୍ମ ଭଳି ସଙ୍ଗୀନ ଅଭିଯୋଗ । ହକି ପ୍ରଶିକ୍ଷଣ ପାଇଁ ଆସିଥିବା ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା । ଏକ ଲଜକୁ ନେଇ ପ୍ରଶିକ୍ଷକ ମାନେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ କରାଯାଇଥିଲା । ୨ ହକି ପ୍ରଶିକ୍ଷକଙ୍କ ସମେତ ୩ ଜଣଙ୍କ ନାଁରେ ଅଭିଯୋଗ ହୋଇଛି । ଏନେଇ ଯାଜପୁର ଟାଉନ୍ ଥାନାରେ ରୁଜୁ ହୋଇଛି ମାମଲା । କୋର୍ଟରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଛି । ଏହି ଘଟଣାରେ ୨ ହକି ପ୍ରଶିକ୍ଷକଙ୍କ ସହ ଅନ୍ୟ ଅଭିଯୁକ୍ତ ଓ ସହଯୋଗୀଙ୍କୁ ମିଶାଇ ୪ ଜଣ ଅଟକ ଅଛନ୍ତି । ଏହି ସୂଚନା ଦେଇଛନ୍ତି ଯାଜପୁର ଏସପି । ଗତ ୩ ତାରିଖରେ ଏହି ଘଟଣା ଘଟିଥିଲା। ଏନେଇ କ୍ରୀଡା ବିଭାଗକୁ ୧୭ ତାରିଖରେ ଜଣାଇଥିଲେ ପୀଡ଼ିତା। କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ବାଧ୍ୟ ହୋଇ ପୋଲିସରେ ଅଭିଯୋଗ କରିଛନ୍ତି ।

ସେହିପରି ଗତ ମାର୍ଚ୍ଚ ୧୮ରେ ଜଣେ ଯୁବତୀଙ୍କୁ ମୃଦୁ ପାନୀୟରେ ନିଶା ଦେଇ ଭୁବନେଶ୍ବରର ଏକ ହୋଟେଲ୍ ରେ ଦୁଷ୍କର୍ମ କରିଥିଲେ କଂଗ୍ରେସ ଛାତ୍ର ସଭାପତି ଉଦିତ୍ ପ୍ରଧାନ । ଏପରିକି ଦୁଷ୍କର୍ମ ପରେ ଭୟଭୀତ କରିବା ସହ ଧମକ ଚମକ ଦେଉଥିଲେ । ଯେଉଁଥି ପାଇଁ ପୀଡିତା ପୂର୍ବରୁ ଥାନାରେ ଏତଲା ଦେଇପାରିନଥିଲେ । ହେଲେ ରାଜ୍ୟ ସରକାର ଏବେ ମହିଳା ନିର୍ଯାତନା ଘଟଣାରେ ଶୂନ୍ୟ ସହନଶୀଳତା ନୀତି ଆପଣାଇଥିବାରୁ ସାହସ ଜୁଟାଇ ମଞ୍ଚେଶ୍ବର ଥାନାରେ ଏତଲା ଦେଇଥିଲେ ପୀଡିତା । ପରେ ନିଜ ଘର ଗୁମର ଖୋଲିବା ପରେ ତୁରନ୍ତ ଉଦିତଙ୍କୁ ପଦରୁ ନିଲମ୍ବନ କରିଛି କଂଗ୍ରେସ । ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ଗଠନ କରିଛି ତଥ୍ୟ ଅନୁଧ୍ୟାନକାରୀ ଟିମ୍ ।

Advertisment

ଅଉ ଏବେ ଜଗତସିଂହପୁରରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗର ତନାଘନା । ପୋଲିସ ୩ଟି ଟିମ ଗଠନ କରି ତଦନ୍ତ କରୁଛି । ଅଭିଯୁକ୍ତଙ୍କୁ ଧରିବାକୁ ଛାନଭିନ୍ ଚଳାଇଛି ପୋଲିସ । ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ଘଟଣାରେ ଦୁଇ ଜଣ ଅଭିଯୁକ୍ତ ଫେରାର ଥିବା କୁହାଯାଉଛି । କ୍ରାଇମସ୍ପଟରେ ପହଞ୍ଚି ସାଇଣ୍ଟିଫିକ୍ ଟିମ ବି ତଦନ୍ତ ଆରମ୍ଭ କରିଛି ।

ଜଗତସିଂହପୁର ସଦର ଥାନା ଅଞ୍ଚଳରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ପୀଡ଼ିତାଙ୍କୁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଜଗତସିଂହପୁର SP ଓ ବିଧାୟକ ମେଡିକାଲକୁ ଯାଇ ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ଖୁବ ଶୀଘ୍ର ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି । ଜନ୍ମ ଦିନରେ ଯୋଗଦେବା ପାଇଁ ଜଣଙ୍କ ଘରକୁ ଯିବାବେଳେ ବାଟରେ ୧୮ ବର୍ଷିୟା ଯୁବତୀଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି ।

Advertisment
Woman Jagatsinghpur Hospitalised
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ