Advertisment

Kidnapping: ବାପା ମାଆଙ୍କ ସାମ୍ନାରେ ଝିଅକୁ ଉଠାଇନେଲେ, ମାସ୍କ ପିନ୍ଧି ଆସିଥିଲେ ଯୁବକ

ଝିଅ ଯେତେବେଳେ ଦୋକାନ ବାହାରକୁ ଆସିଥିଲେ ସେହି ସମୟରେ ଅଚାନକ ୪ ଜଣ ଯୁବକ ବାଇକରେ ମାସ୍କ ପିନ୍ଧି ଆସି ଜବରଦସ୍ତ ଯୁବତୀଙ୍କୁ ଉଠାଇ ନେଇଗଲେ। ବାପା ମାଆ ବିରୋଧ କରିବାରୁ ଜୀବନରୁ ମାରିଦେବାର ଧମକ ଦେଇ ଅପହରଣ କରି ନେଇ ଚାଲି ଯାଇଛନ୍ତି ଯୁବକମାନେ।

ଅଦ୍ୟତନ ହୋଇଛି
Kidnap

Kidnap

Advertisment

ମାସ୍କ ପିନ୍ଧି ଆସିଲେ ବାପା ମାଆଙ୍କ ସାମ୍ନାରେ ଝିଅକୁ ଉଠାଇନେଲେ। ବଜାରରେ ଦୋକାନ ବାହାରେ ଠିଆ ହୋଇଥିବା ବେଳେ ୪ ଯୁବକ ମାସ୍କ ପିନ୍ଧି ବାଇକରେ ଆସି ଯୁବତୀଙ୍କୁ ଉଠାଇ ନେଲେ। ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦାରେ। ସୁଡ଼ସୁଡ଼ିଆ ଗାଁର ଜଣେ ଯୁବତୀ ତାଙ୍କ ବାପା ମାଙ୍କ ସହିତ ଶୁକ୍ରବାର ସନ୍ଧ୍ୟା ସମୟରେ କପ୍ତିପଦା ବଜାରକୁ ଯାଇଥିଲେ।

Advertisment

ଝିଅ ଯେତେବେଳେ ଦୋକାନ ବାହାରକୁ ଆସିଥିଲେ ସେହି ସମୟରେ ଅଚାନକ ୪ ଜଣ ଯୁବକ ବାଇକରେ ମାସ୍କ ପିନ୍ଧି ଆସି ଜବରଦସ୍ତ ଯୁବତୀଙ୍କୁ ଉଠାଇ ନେଇଗଲେ। ବାପା ମାଆ ବିରୋଧ କରିବାରୁ ଜୀବନରୁ ମାରିଦେବାର ଧମକ ଦେଇ ଅପହରଣ କରି ନେଇ ଚାଲି ଯାଇଛନ୍ତି ଯୁବକମାନେ। ଯୁବତୀଙ୍କ ପରିବାର ଲୋକେ କପ୍ତିପଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ ସୁଦ୍ଧା ପୋଲିସ ଏବେ ପର୍ଯ୍ୟନ୍ତ ଯୁବତୀଙ୍କୁ ଉଦ୍ଧାର କରି ପାରିନାହିଁ । ଏନେଇ ପୋଲିସ ପକ୍ଷରୁ କୌଣସି ସୂଚନା ମିଳିନାହିଁ ।

ଅଧିକ ପଢ଼ନ୍ତୁ: ଜଟଣୀରୁ ଜବତ ହେଲା ମଣିଷମରା ଥର୍, ସ୍କର୍ପିଓକୁ ଖୋଜୁଛି ପୋଲିସ

Kidnapped Girl Kidnapping Case Mayurbhanj
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ