Advertisment

Robbery: ବାଇକରେ ଆସିଲେ, ୬ ମିନିଟରେ ଲୁଟି ନେଲେ...ସାମନାକୁ ଆସିଲା ଭିଡିଓ

ଭିଡିଓରେ ଦେଖାଯାଇଛି ଡେଲିଭରି ବୟ ପୋଷାକରେ ଆସିଥିବା ଦୁଇ ଡକାୟତ ଲକ୍ଷାଧିକ ଟଙ୍କାର ଜିନିଷ ନେଇ ଫେରାର ହୋଇଯାଇଛନ୍ତି। ସେମାନେ ଦୋକାନରେ ଥିବା ଜିନିଷଗୁଡ଼ିକୁ ଏଣେତେଣେ ଫୋପାଡ଼ି ଦେଇଥିଲେ। ଦୁହେଁ ହେଲମେଟ୍‌ ପିନ୍ଧି ମୁହଁକୁ ଘୋଡାଇ ରଖିଥିଲେ ।

ଅଦ୍ୟତନ ହୋଇଛି
Robbery

Robbery

Advertisment

ସ୍ପଷ୍ଟ ଦିବାଲୋକରେ ଲୁଟ୍ । ପୋଲିସକୁ କଲେ ଓପେନ ଚ୍ୟାଲେଞ୍ଜ । ଫୁଡ୍ ଡେଲିଭରି କଂପାନୀର ପୋଷାକ ପିନ୍ଧି ଆସିଲେ, ବନ୍ଧୁକ ଦେଖାଇ ଲୁଟି ନେଲେ ସୁନା ଅଳଙ୍କାର । ଘଟଣା ଘଟିଛି ଉତ୍ତର ପ୍ରଦେଶର ଗାଜିଆବାଦରେ ।

Advertisment

୨ଜଣ ଡକାୟତ ଫୁଡ୍ ଡେଲିଭରି ବୟ ପୋଷାକ ପିନ୍ଧି ସୁନା ଦୋକାନରେ ପଶିଲେ । ଆଉ ଦୋକାନରେ ବୁଲାଇଲେ କଳାକନା । ସେମାନେ ଫୁଡ୍ ଡେଲିଭରି କରୁଥିବା ବ୍ୟାଗରେ ଅଳଙ୍କାର ଭର୍ତ୍ତି କରିଥିଲେ । ପାଖରେ ଥିବା ଆଉ ଏକ କଳା ରଙ୍ଗର ବ୍ୟାଗରେ ବି ଅଳଙ୍କାର ଭର୍ତ୍ତି କଲେ । ଆଉ ଫେରାର ହୋଇଗଲେ । ଘଟଣାଟି ଜୁଲାଇ ୨୪ ତାରିଖର। ଲୁଟ ସମୟର ଭିଡିଓ ସାମନାକୁ ଆସିଛି ।

Advertisment

ଭିଡିଓରେ ଦେଖାଯାଇଛି ଡେଲିଭରି ବୟ ପୋଷାକରେ ଆସିଥିବା ଦୁଇ ଡକାୟତ ଲକ୍ଷାଧିକ ଟଙ୍କାର ଜିନିଷ ନେଇ ଫେରାର ହୋଇଯାଇଛନ୍ତି। ସେମାନେ ଦୋକାନରେ ଥିବା ଜିନିଷଗୁଡ଼ିକୁ ଏଣେତେଣେ ଫୋପାଡ଼ି ଦେଇଥିଲେ। ଦୁହେଁ ହେଲମେଟ୍‌ ପିନ୍ଧି ମୁହଁକୁ ଘୋଡାଇ ରଖିଥିଲେ ।

ଜଣେ ଡକାୟତ ଦୋକାନରେ ଥିବା କର୍ମଚାରୀଙ୍କୁ ମାଡ଼ ମାରିଥିଲେ । ମାଡ଼ ମାରିବା ସହ ଗାଳି ବି ଦେଇଥିଲେ। ଜଣେ ଲୁଟେରା ଦୋକାନ କର୍ମଚାରୀଙ୍କ ଅଣ୍ଟାରେ ବନ୍ଧୁକ ଲଗାଇ ଭୟଭୀତ କରିଥିଲା । ଅନ୍ୟ ଜଣେ ଡକାୟତ ଦୋକାନରେ ଥିବା କର୍ମଚାରୀଙ୍କୁ ପଚାରିଥିଲେ କେଉଁଟା ସୁନା ଓ କେଉଁଟା ରୁପା ଅଳଙ୍କାର । ସେ କର୍ମଚାରୀଙ୍କୁ ବାରମ୍ବାର ବନ୍ଧୁକ ବାହାର କରିବାକୁ ଧମକ ଦେଇଥିଲା ।

Advertisment

ଫେରାର ହେବା ପୂର୍ବରୁ ଜଣେ ଡକାୟତ ତାଙ୍କୁ ଚାପୁଡ଼ା ମାରି ଭୟଭୀତ କରିଥିଲେ ଓ ଗୋଟିଏ କୋଣକୁ ଯିବାକୁ କହିଥିଲେ। ଏହାପରେ ଦୁହେଁ ସେଠାରୁ ଫେରାର ହୋଇଯାଇଥିଲେ। କର୍ମଚାରୀ ସେମାନଙ୍କ ପଛେ ପଛେ ଦୌଡ଼ିଯାଇଥିଲେ ଓ ସାହାଯ୍ୟ ପାଇଁ ଚିତ୍କାର କରିଥିଲେ।

ଏକ ରିପୋର୍ଟ ଅନୁଯାୟୀ ପୂରା ଲୁଟ୍ ପାଖାପାଖି ୬ ମିନିଟ ଧରି ଚାଲିଥିଲା । ଦୋକାନ ମାଲିକଙ୍କ ନାମ କୃଷ୍ଣ କୁମାର ବର୍ମା। ଘଟଣା ସମୟରେ ସେ ଖାଇବାକୁ ବାହାରକୁ ଯାଇଥିଲେ। ସେହି ସମୟରେ ଦୋକାନରେ ଶୁଭମ ନାମକ ଜଣେ କର୍ମଚାରୀ ଥିଲେ। ଘଟଣା ପରେ ଶୁଭମ ଦୋକାନ ମାଲିକଙ୍କୁ ଏହାର ସୂଚନା ଦେଇଥିଲେ।

ମାମଲା ସମ୍ପର୍କରେ ଟ୍ରାନ୍ସ ହିଣ୍ଡନର ଡିସିପି ନିମିଷ ପାଟିଲ କହିଛନ୍ତି, ଲିଙ୍କ ରୋଡ ଥାନା ଅଞ୍ଚଳରୁ ପ୍ରାୟ ୪ଟା ବେଳେ ସୂଚନା ମିଳିଥିଲା ଯେ ଦିନ ପ୍ରାୟ ୩ଟା ୩୦ ବେଳେ ଦୁଇ ବାଇକ୍‌ ଆରୋହୀ ବ୍ୟକ୍ତି ଏକ ଅଳଙ୍କାର ଦୋକାନରେ ପଶି ପ୍ରାୟ ୨୦ କିଲୋ ରୁପା ଓ ୧୨୫ ଗ୍ରାମ ସୁନା ଲୁଟି ନେଇଛନ୍ତି । ସୂଚନା ମିଳିବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଏହି ମାମଲାରେ ଏତଲା ରୁଜୁ କରାଯାଇଛି । ପୋଲିସ କହିଛି ଯେ ଦୋକାନରେ ଥିବା କର୍ମଚାରୀ ଏହି ଘଟଣାରେ ଜଡ଼ିତ ଥିଲେ କି ନାହିଁ, ତାହାର ମଧ୍ୟ ତଦନ୍ତ ଚାଲିଛି।

Uttar Pradesh Loot Ghaziabad
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ